ସୁଦାନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୧୮ ଭାରତୀୟଙ୍କ ମୃତ୍ୟୁ

ଖାର୍ତୁମ ୪/୧୨: ସୁଦାନରେ ଏକ ଚିନା ମାଟି ଫ୍ୟାକ୍ଟ୍ରିରେ ସିଲିଣ୍ଡର ବ୍ଲାଷ୍ଟ ହେବା ଫଳରେ ୨୩ ଜଣଙ୍କ ମୃତ୍ୟୁ ହେବା ସହ ୧୩୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୮ ଜଣ ଭାରତୀୟ ଥିବା ସୂଚନା ମିଳିଛି ।

ସୁଡାନରେ ଭାରତୀୟ ଦୂତାବାସ ମଙ୍ଗଳବାର ଘଟିଥିବା ଏହି ଦୁର୍ଘଟଣାରେ କିଛି ଭାରତୀୟଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲା ତେବେ ମୃତକଙ୍କ ସଂଖ୍ୟା ନେଇ କିଛି ସ୍ପଷ୍ଟ ହୋଇନଥିଲା । ଦୂତାବାସ ମଙ୍ଗଳବାର ନିଜ ୱେବସାଇଟରେ ସୂଚନା ଦେଇ କହିଥିଲା ଯେ କିଛି ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ଦୁର୍ଘଟଣା ସମୟରେ ୫୦ରୁ ଅଧିକ ଭାରତୀୟ ଶ୍ରମିକ କାରଖାନାରେ କାମ କରୁଥିଲେ ।

ଅନ୍ୟପଟେ ସୁଡାନ୍ ସରକାର କହିଛନ୍ତି ଯେ ୨୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୩୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରାଥମିକ ରିପୋର୍ଟ ଅନୁସାରେ ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ସୁରକ୍ଷା ପାଇଁ କୌଣସି ଆବଶ୍ୟକୀୟ ଉପକରଣ ନଥିଲା । ଦୁର୍ଘଟଣା ପରେ ୧୬ ଭାରତୀୟ ନିଖୋଜ ଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା

ରେଳବାଇର ନୂଆ ଉପହାର, ଏବେ ବିନା ଟଙ୍କାରେ କରିହେବ ଟ୍ରେନ୍ ଟିକେଟ୍ ବୁକିଂ