PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଗୁପ୍ତାଙ୍ଗ କାଟିଲେ…ପରେ ଶବକୁ କ୍ଷତବିକ୍ଷତ କରିଲେ…୧୮ ବର୍ଷ ବୟସର ଛାତ୍ର ଉପରେ କାହିଁକି ଥିଲା ଏତେ ରାଗ ?

ଉତ୍ତରପ୍ରଦେଶ ୨୨।୪: କାନପୁରରେ ଛାତ୍ର ପୀୟୁଷ କଟିଆ (୧୮)କୁ ହତ୍ୟା କରିଥିବା ହତ୍ୟାକାରୀମାନେ କ୍ରୋଧର ସବୁ ସୀମା ପାର କରିଦେଇଛନ୍ତି। ହତ୍ୟାକାରୀ ପ୍ରଥମେ ଗଳା କାଟି ଛାତ୍ରକୁ ମାରିଥିଲେ। ପୁଣି ଧାରୁଆ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଗୁପ୍ତାଙ୍ଗ କାଟିବା ପରେ ପୁରା ଶରୀରକୁ କ୍ଷତବିକ୍ଷତ କରିଛନ୍ତି। ଏଭଳି ଯନ୍ତ୍ରଣାଦାୟକ ଘଟଣା କାନପୁର ପରମତଠାରେ ଘଟିଛି।

ପୀୟୁଷର ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜାଣିବାକୁ ମିଳିଛି ଯେ, ବିଶେଷଜ୍ଞମାନଙ୍କର ଆଶଙ୍କା ରହିଛି କି ଏହି ହତ୍ୟାରେ ଜଣେ କି ଦୁଇ ଜଣ ନୁହେଁ ଦୁଇ ଅଧିକ ବ୍ୟକ୍ତିଙ୍କର ହାତ ରହିଛି। ପୁଲିସ କହିବାନୁସାରେ, ମୃତକକୁ ଯେଉଁ ଭଳି ହତ୍ୟା କରାଯାଇଛି ଏଥିରୁ ଜଣାପଡ଼ୁଛି କି ପିୟୁଷକୁ ସେମାନେ ବହୁତ ଘୃଣା କରୁଥିଲେ। ଘୃଣା କାହିଁକି କରୁଥିଲେ ଏହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୁଲିସର ତଦନ୍ତ ବର୍ତମାନ ସୁଦ୍ଧା ଜାରୀ ରହିଛି।

ପରମତ କେନୈଘଡା ନିବାସୀ ମଞ୍ଜୁ ଦେବୀ କଟିଆର କହିଛନ୍ତି ଯେ, ପୁଅ ପୀୟୁଷ ଗୁରୁବାର ରାତିରେ ଳକ୍ଷ୍ନୋ ଯିବା ପାଇଁ ଘରୁ ବାହାରିଥିଲା। ସେହି ଦିନ ରାତିରେ ହିଁ ପୀୟୁଷକୁ ହତ୍ୟା କରାଯାଇଛି। ଶୁକ୍ରବାର ସକାଳେ ପରମତର ଏକ ଜଙ୍ଗଲରେ ପୀୟୁଷର ମୃତ ଶରୀରକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।  

ପୁଲିସ କହିବାନୁସାରେ, ଗୁରୁବାର ରାତିରେ ପାଖାପାଖି ସାଢ଼େ ଦଶଟା ପରେ ମୃତକର ମୋବାଇଲ ଫୋନ୍ ସୁଇଜ୍ ଅଫ୍ ହୋଇଯାଇଥିଲା। ପୁଲିସ ମୃତକର ମହିଳା ସାଙ୍ଗକୁ ପଚରାଉଚରା କରିବା ପରେ ସେ କହିଛି ଯେ, ରାତି ୨ଟା ପର୍ଯ୍ୟନ୍ତ ପୀୟୁଷ ସହିତ ତାର ହ୍ବାଟସଅପରେ ଚାଟ୍ ହୋଇଥିଲା। ଏହି କଥା ହେବା ପରେ ହତ୍ୟା କରାଯାଇଛି ବୋଲି ଆଶା କରାଯାଇଛି। ପୁଲିସକୁ ଆଶଙ୍କା ରହିଛି ଯେ, ପୀୟୁଷ ଦୁଇଟା ମୋବାଇଲା ବୋଧେ  ବ୍ୟବହାର କରୁଥିଲା। ଗୋଟିକରେ ହ୍ବାଟସଅପ୍ ଆଉ ଗୋଟିକରେ କଲିଂ ପାଇଁ ବ୍ୟବହାର କରୁଥିଲା। ପ୍ରଶ୍ନ ଉଠୁଛି ଯେ, ପ୍ରକୃତରେ ପୀୟୁଷର ହ୍ବାଟସଅପ୍ ମୋବାଇଲ କାହା ପାଖରେ ଥିଲା ଏବଂ ଯୁବତୀ ସହିତ କିଏ ଚାର୍ଟ କରୁଥିଲା ?

ସମ୍ବନ୍ଧିତ ଖବର