PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଗଣତନ୍ତ୍ରର ମନ୍ଦିରରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ, ୧୮ ବର୍ଷ ତଳେ ଦୋହଲି ଯାଇଥିଲା ଦେଶର ସଂସଦ

ନୂଆଦିଲ୍ଲୀ,୧୩|୧୨: ସେଦିନ ଥିଲା ୨୦୦୧ ଡିସେମ୍ବର ୧୩ ତାରିଖ। ସମୟ ୧୧ଟା ୪୦ ମିନିଟ୍। ଗୋଟିଏ ଆମ୍ବାସାଡର କାର୍ ସଂସଦ ପରିସର ମଧ୍ୟକୁ ପଶିଥିଲା। ଏହି କାରରେ ନାଲିବତୀ ଓ ଗୃହ ମନ୍ତ୍ରାଳୟର ମିଛ ଷ୍ଟିକର ଲଗାଯାଇଥିଲା। କିନ୍ତୁ କାର୍ ମଧ୍ୟରେ ଥିଲେ ୫ ଜଣ ଆତଙ୍କବାଦୀ। କେହି କିଛି ଭାବିବା ପୂର୍ବରୁ ସେମାନେ ଦେଶର ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଉପରେ ଆକ୍ରମଣ କରିଥିଲେ। ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା।

ଆଜି ବି ସେ କଥା ମନେ ପଡିଲେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ବୀରତ୍ୱର ଗାଥା ମନକୁ ଚାଲିଆସେ। ସେଦିନ ଆତଙ୍କବାଦୀମାନେ ଯୋଜନାବଦ୍ଧ ଭାବେ ଏକ ମିଥ୍ୟା ନାଲିବତୀ ଗାଡି ସାହାଯ୍ୟରେ ସଂସଦର ପରିସରକୁ ପ୍ରବେଶ କରିଥିଲେ। ସେମାନେ ପ୍ରଥମେ ସଂସଦର ଗେଟ୍ ନମ୍ବର ୧୨ ଅଭିମୁଖେ ଯାଇଥିଲେ। ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଜଣେ ସୁରକ୍ଷାକର୍ମୀଙ୍କୁ ସନ୍ଦେହ ହୋଇଥିଲା।ଏହାପରେ ଅନ୍ୟ ସୁରକ୍ଷାକର୍ମୀମାନେ କାରକୁ ପଛକୁ ଯିବା ପାଇଁ କହିଥିଲେ, କିନ୍ତୁ କାରଟି ଯାଇନଥିଲା। ଏହା ବଦଳରେ କାରଟି ଦ୍ରୁତ ଗତିରେ ତତ୍କାଳୀନ ରାଷ୍ଟ୍ରପତି କୃଷ୍ଣକାନ୍ତଙ୍କ ଗାଡିକୁ ଧକ୍କା ଦେଇଥିଲା। ସେହି ସମୟରେ ଆତଙ୍କବାଦୀମାନେ କାରରୁ ଓହ୍ଲାଇ ଆଖିବୁଜା ଗୁଳିଚାଳନା କରିଥିଲେ। ସେତିକି ବେଳକୁ ସଂସଦର ଆଲରାମ ବାଜି ଉଠିଥିଲା। ସମସ୍ତ ଗେଟକୁ ବନ୍ଦ କରି ଦିଆଗଲା।

ଏହାର ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଆତଙ୍କବାଦୀଙ୍କ ଉପରେ ଗୁଳି ବର୍ଷଣ କରିଥିଲେ। ପ୍ରାୟ ୪୫ ମିନିଟ୍ ଧରି ଚାଲିଥିବା ଏହି ଅପରେସନରେ ୫ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହାସହ ୮ଜଣ ଯବାନ ସହିଦ ହୋଇଥିଲେ। ଆହୁରି ମଧ୍ୟ ୧୫ଜଣ ଆହତ ହୋଇଥିଲେ। କାର୍ ମଧ୍ୟରୁ ୩୦ କେଜିର ଆରଡିଏକ୍ସ ଜବତ କରାଯାଇଥିଲା। ସେହି ସମୟରେ ସଂସଦରେ ପ୍ରାୟ ୨୦୦ରୁ ଅଧିକ ସାଂସଦ ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁ ଥିଲା।