ଓଡ଼ିଶାର କମୁଛି କରୋନାର ପ୍ରକୋପ, ୧୯ ଜିଲ୍ଲାରେ ୫୦୦ରୁ କମ୍‌ ସକ୍ରିୟ ଆକ୍ରାନ୍ତ

ଭୁବନେଶ୍ୱର,୧୫/୦୮: ଶୁକ୍ରବାର ୧୯୭୭ ନୂଆ ସଂକ୍ରମିତ ଧରାପଡ଼ିଛନ୍ତି । ପୁଣି ୧୩୦୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟର ମାତ୍ର ୧୧ଟି ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ (ସକ୍ରିୟ ବା ଚିକିତ୍ସିତ ରୋଗୀ ସଂଖ୍ୟା) ୫୦୦ ଉପରେ ରହିଛି । ବାକି ୧୯ଟି ଜିଲ୍ଲାରେ ଏହା ୫୦୦ ତଳେ ରହିଛି । ଏହା ରାଜ୍ୟର କରୋନା ସଫଳ ମୁକାବିଲା ଦିଗରେ ପୁଣି ବଡ଼ ଆଶା ଦେଖାଇଛି ।

ଖୋର୍ଦ୍ଧାରେ ସର୍ବାଧିକ ୩୩୭୩ ସକ୍ରିୟ ରୋଗୀ ବା ଚିକିତ୍ସାଧୀନ ରୋଗୀ ଅଛନ୍ତି । ଗଞ୍ଜାମରେ ୨୧୬୦, ସୁନ୍ଦରଗଡ଼ରେ ୧୦୭୧, ବାଲେଶ୍ୱରରେ ୫୪୮, ଭଦ୍ରକରେ ୫୨୧, କଟକରେ ୧୧୯୨, କୋରାପୁଟରେ ୫୯୧, ପୁରୀରେ ୬୨୯, ରାୟଗଡ଼ାରେ ୬୧୦, ନୟାଗଡ଼ରେ ୬୦୪ ଓ ସମ୍ବଲପୁରରେ ୫୩୭ ସକ୍ରିୟ ରୋଗୀ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ପୁଣି ବଢ଼ିଛି । ଆଜି ରେକର୍ଡ ୪୨୭୬୧ ନମୁନା ପରୀକ୍ଷା ହୋଇଛି । ଟେଷ୍ଟିଂ ବଢୁଥିଲେ ବି ସଂକ୍ରମିତ ହାର ଖସୁଛି । ଗୁରୁବାର ପଜିଟିଭ୍‌ ହାର ୪.୮୭ପ୍ରତିଶତ ଥିଲା । ୪୦ହଜାର ୭୧୧ ନମୁନା ପରୀକ୍ଷାରୁ ୧୯୮୧ଜଣ ସଂକ୍ରମିତ ବାହାରିଥିଲେ । କିନ୍ତୁ ଶୁକ୍ରବାର ସଂକ୍ରମିତ ହାର ୪.୬୨ ପ୍ରତିଶତକୁ କମିଛି । ରାଜ୍ୟରେ ମୋଟ ୪୨୭୬୧ ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୪୦୭୮୪ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ।

ଖୋର୍ଦ୍ଧା ଜିଲ୍ଲାରେ ଏବେ ସଂକ୍ରମଣ ଉପରମୁହାଁ ହୋଇଛି । ଜିଲ୍ଲାରୁ ୩୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଗଞ୍ଜାମରେ ସଂକ୍ରମଣ ଚେନ୍‌ରେ ସାମାନ୍ୟ ବ୍ରେକ୍‌ ଲାଗିଛି ସତ, କିନ୍ତୁ ଖୋର୍ଦ୍ଧାରେ ସଂଖ୍ୟା କମୁନି । ଦିନକରେ ଜିଲ୍ଲାର ୭୪ପ୍ରତିଶତ ସଂକ୍ରମିତ କେବଳ ରାଜଧାନୀ ଭୁବନେଶ୍ୱରରୁ ବାହାରିଛନ୍ତି । ଏଠାରେ ଆକ୍ରାନ୍ତ ସଂଖ୍ୟା ୫ହଜାର ଆଡ଼କୁ ମୁହାଁଉଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୪ହଜାର ୬୩୦ ଛୁଇଁଛି । ଗଞ୍ଜାମ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରୁ ୨୮୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ଓ ଭଦ୍ରକରେ ସଂକ୍ରମଣ ପୁଣି ଡରାଇବା ଆରମ୍ଭ କରିଛି । କଟକକୁ ଠେଲି ଏହି ଦୁଇଟି ଜିଲ୍ଲା ସଂକ୍ରମଣ ତାଲିକାରେ ଉପରକୁ ଉଠିଛନ୍ତି । ମୟୂରଭଞ୍ଜରେ ୧୨୦ ଆକ୍ରାନ୍ତ ଓ ଭଦ୍ରକରେ ଆଉ ୧୧୮ ଜଣ ଠାବ ହୋଇଛନ୍ତି ।

ଗଞ୍ଜାମରୁ ସର୍ବାଧିକ ୨୬୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୧୫୬, କଟକରୁ ୧୨୮, ଯାଜପୁରରୁ ୧୧୧, ମାଲକାନଗିରିରୁ ୭୫, ବାଲେଶ୍ୱରରୁ ୭୧, ସୁନ୍ଦରଗଡ଼ରୁ ୬୩, ପୁରୀରୁ ୫୦, କଳାହାଣ୍ଡିରୁ ୪୪, କେନ୍ଦ୍ରାପଡ଼ାରୁ ୪୨, କୋରାପୁଟରୁ ୩୩, ନୟାଗଡ଼ରୁ ୩୩, ଢେଙ୍କାନାଳରୁ ୨୮, ଗଜପତିରୁ ୨୫, ନବରଙ୍ଗପୁରରୁ ୨୫, ସମ୍ବଲପୁରରୁ ୨୪, ଭଦ୍ରକ ୨୦, ଝାରସୁଗୁଡ଼ାରେ ୧୯, ମୟୂରଭଞ୍ଜ ୧୮, ନୂଆପଡ଼ାରେ ୧୬, କନ୍ଧମାଳରେ ୧୨, କେନ୍ଦୁଝରରେ ୧୨, ରାୟଗଡ଼ା ୧୦, ଜଗତସିଂହପୁରରେ ୯, ବଲାଙ୍ଗୀର ୮ ଓ ବରଗଡ଼ରେ ୭ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏବେସୁଦ୍ଧା ମୋଟ ୩୭୯୦୧ଜଣ ସୁସ୍ଥ ହୋଇଥିବାବେଳେ ସୁସ୍ଥ ହାର ୬୯.୩୭ ରହିଛି ।

କଟକ ଜିଲ୍ଲାରେ ଶୁକ୍ରବାର ପୁଣି ୧୦୧ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଗଜପତିରୁ ୯୩, କୋରାପୁଟରେ ୯୦, ସୁନ୍ଦରଗଡ଼ରେ ୮୮, ପୁରୀରେ ୮୩, ନୟାଗଡ଼ରେ ୭୫, ରାୟଗଡ଼ାରେ ୭୦, ଯାଜପୁରରେ ୬୯, କନ୍ଧମାଳରେ ୬୦, ମାଲକାନଗିରିରେ ୫୨, ସମ୍ବଲପୁରରେ ୫୯, କଳାହାଣ୍ଡିରେ ୪୮, ଢେଙ୍କାନାଳରେ ୪୦, ଜଗତସିଂହପୁରରେ ୩୪, ନୂଆପଡ଼ାରେ ୨୦, ନବରଙ୍ଗପୁରରେ ୧୭, ଝାରସୁଗୁଡ଼ାରେ ୧୧, କେନ୍ଦୁଝରରେ ୧୦, ସୋନପୁରରେ ୭, କେନ୍ଦ୍ରାପଡାରେ ୬, କେନ୍ଦ୍ରାପଡ଼ାରେ ୬, ବୌଦ୍ଧରେ ୫ ଓ ଦେବଗଡ଼ରେ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରୁ ଆଜି ୧୦ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।

କଟକରୁ ଜଣେ, ଗଞ୍ଜାମରୁ ୪ଜଣ, ପୁରୀରୁ ୩ଜଣ, ସୁନ୍ଦରଗଡ଼ରୁ ଜଣେ ଓ ସମ୍ବଲପୁରରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ ରଖିଛନ୍ତି । ଆଜିସୁଦ୍ଧା ୩୨୪ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୫୩ କରୋନା ଆକ୍ରାନ୍ତଙ୍କ ଅନ୍ୟ କାରଣରୁ ମୃତ୍ୟୁ ହୋଇଛି ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଆଜି ବି ମଣିଷର ମନରେ ନିଷ୍ଠା, ମାନବିକତା ମରି ନାହିଁ -ପାନ ଦୋକାନୀଙ୍କ ମହାନତା,ହଜି ଯାଇଥିବା ପର୍ସ ଫେରାଇଲେ

କରୋନା କାଳରେ କେତେଥର କୋଭିଡ ଟେଷ୍ଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ? ନିଜେ କଲେ ଖୁଲାସା

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ନିଶାସକ୍ତଙ୍କ ବିଚିତ୍ର କାଣ୍ଡ- ସାଲାଇନ୍‌ ବୋତଲ ସହ ଡାକ୍ତରଖାନାରୁ ଚାଲି ଚାଲି ଘରକୁ ପଳାଇଲେ, ଜାଣି ପାରିଲେନି ଡାକ୍ତରଖାନା କର୍ତ୍ତୃପକ୍ଷ