ପୋଖରୀରେ ବୁଡି ଯାଆଁଳା ଭାଇ ମୃତ

ଧର୍ମଗଡ, ୧୯।୧ ସାଥୀ ହୋଇ ଆସିଥିଲେ ଦୁଇ ଯାଆଁଳା ଭାଇ। ଆଉ ସାଥୀ ହୋଇ ଚାଲିଗଲେ।ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ମହାଲିଙ୍ଗ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳଛି । ଗାଁ ର ପୋଖରୀରେ ଦୁଇ ଯାଆଁଳା ଭାଇ ବୁଡି ମୃତ୍ୟୁ ଘଟିଛି। ମୃତ ଦୁଇ ଯାଆଁଳା ଭାଇ ହେଲେ ମହାଳିଙ୍ଗ ଗାଁ ର ରୋହିତ ସାହୁଙ୍କ ପୁଅ ପୀୟୂଷ ସାହୁ ଓ ୟସ ସାହୁ।
ଗାଁ ପୋଖରୀକୁ ଦୁଇ ଯାଆଁଳା ଭାଇ ପୀୟୁଷ ଓ ୟସ ଗାଧୋଇବାକୁ ଯାଇଥିଲେ। ହଠାତ ପୋଖରୀ ଭିତରେ ସେମାନେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକେ ସ୍ଥାନୀୟ ବୋର୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଭୟଙ୍କୁ ନେଇଥିଲେ । ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କଟିଥିଲେ। ଉକ୍ତ ଘଟଣାପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।