ଏକ ରାଜନୈତିକ ସମାବେଶକୁ ଯାଉଥିବାବେଳେ ୨ ବସ୍ ଧକ୍କା, ୧୫ ଆହତ

ଢେଙ୍କାନାଳ ୨୪/୨: ଏକ ରାଜନୈତିକ ସମାବେଶକୁ ଯାଉଥିବାବେଳେ ୨ ବସ୍ ଧକ୍କା । ସମାବେଶକୁ ଯାଉଥିବା ସମୟରେ ଲମ୍ବୋଦରପୁର ନିକଟରେ ପୂର୍ବି ଓ ଶ୍ରୀ ଗଣେଷ ବସ୍ ମଧ୍ଯରେ ଧକ୍କା ହେବା ଫଳରେ ୧୫ ଜଣ ଆହତ ହୋଇଛନ୍ତି । ପୂର୍ବି ବସକୁ ପଛପଟୁ ଧକ୍କା ଦେଇଛି ଶ୍ରୀ ଗଣେଷ ବସ୍ ।

ଶ୍ରୀଗଣେଷ ବସ୍ ଗେଙ୍ଗୁଟିଆ ଗ୍ରାମପଞ୍ଚାୟତବାସୀ ଓ ପୂର୍ବି ବସଟି ଶଙ୍କରପୁର ଗ୍ରାମପଞ୍ଚାୟତବାସୀଙ୍କୁ ଧରି ସମାବେଶକୁ ଯାଉଥିଲେ । ତେବେ ଲମ୍ବୋଦରପୁର ନିକଟରେ ପୂର୍ବିକୁ ପଛପଟୁ ଶ୍ରୀଗଣେଷ ବସଟି ଧକ୍କା ଦେଇଥିଲା । ଶ୍ରୀ ଗଣେଷ ବସର ଆଗ କାଚ ସମ୍ପର୍ଣ୍ଣ ଭାଙ୍ଗି ଯାଇଛି । ତେବେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ଯରୁ ୧୫ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
