ଗଞ୍ଜାମରେ କରୋନା ନେଲା ୨ ଜୀବନ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା @୮୦୦ ପାର୍

ବ୍ରହ୍ମପୁର ୧୭/୫: ଆଜି ରାଜ୍ୟରେ ୯୧ କରୋନା ପଜିଟିଭ୍ ଚିହ୍ନଟ୍ ହୋଇଥିବା ବେଳେ କରୋନା​‌ରେ ୨ଆକ୍ରାନ୍ତ ମୃତ୍ୟୁ ଘଟିଛି। ଏହି ମୃତକ ୨ଜଣ ଗଞ୍ଜାମ ଜିଲ୍ଳାରୁ ହୋଇଥିବା ଜଣାପଡିଛି। ଫଳରେ ଜିଲ୍ଲାରେ ମୃତଙ୍କ ସଂଖ୍ୟା ୩କୁ ପହଞ୍ଚିଛି ଥିବା ବେଳେ ରାଜ୍ୟ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଓଡିଶାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୮୦୦ ଟପିଛି। ରାଜ୍ୟରେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ କରୋନା ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଜିଲ୍ଳାରେ ଜଣେ ପ୍ରାଣ ହରାଇଥିଲେ।

ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୨୯୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୫୯ଜଣଙ୍କ ଚିକିତ୍ସା ଚାଲିଛି। ୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ୬୨୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫ ଜଣଙ୍କର ମୃତ୍ୟୁ ହୋଇଛି।


   ସମ୍ବନ୍ଧିତ ଖବର


ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ