ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ହତ୍ୟା ଅଭିଯୋଗରେ ଗିରଫ ୨ ଅଭିଯୁକ୍ତ କରୋନା ପଜିଟିଭ: କ୍ୱାରେଣ୍ଟାଇନ୍‌ରେ ଥାନା ଷ୍ଟାଫ୍‌, ଆଶଙ୍କାରେ ୪୦ କର୍ମଚାରୀ

ବ୍ରହ୍ମପୁର, ୭/୦୬: ଦୁଇ ଅଭିଯୁକ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଥିସହ ଜରଡ଼ା ଥାନା ଓ ଖାରିଆଗୁଡ଼ା ଫାଣ୍ଡିର ଯେଉଁ ପୁଲିସ କର୍ମଚାରୀମାନେ ଦୁଇ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର । ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ଯାଉଥିବା ପୁଲିସ କର୍ମଚାରୀଙ୍କ ବଦଳରେ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ଥାନା ପରିସରକୁ ବିଶୋଧିତ କରିବା ପାଇଁ ପଦକ୍ଷେପ ନେବାକୁ ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସ୍‌ପି । ଜରଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ସମେତ ଥାନାର ଅନ୍ୟ ଅଧିକାରୀ ଓ ପୁଲିସ କର୍ମଚାରୀ, ସେଠାରେ ମୁତୟନ ରିଜର୍ଭ ଫୋର୍ସ ଷ୍ଟାଫ୍‌, ଖାରିଆଗୁଡ଼ା ଫାଣ୍ଡିର ସମସ୍ତ ଷ୍ଟାଫ୍‌ଙ୍କୁ ମିଶାଇ ପ୍ରାୟ ୪୦ରୁ ଊଦ୍ଧ୍ୱର୍ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଶନିବାର ସନ୍ଧ୍ୟାରୁ ଯାଉଥିବା କହିଛନ୍ତି ଏସ୍‌ଡିପିଓ । ଚିକିଟି ବ୍ଲକ୍‌ କେ.ନୂଆଗାଁ ଥାନାର ଆଇଆଇସି ମାଧବାନନ୍ଦ ନାୟକଙ୍କୁ ଜରଡ଼ା ଥାନାର ଅତିରିକ୍ତ ଆଇଆଇସି ଦାୟିତ୍ୱ ଦିଆଯାଇଛି ।

ବ୍ରହ୍ମପୁର ଏସ୍‌ପିଙ୍କ ସୂଚନା ମୁତାବକ, ଜରଡ଼ା ଥାନାରେ ଗତ ୩ ତାରିଖରେ ଆଇପିସି ଧାରା ୩୦୭ (ହତ୍ୟା ଉଦ୍ୟମ) ଅନ୍ତର୍ଗତ ଏକ ଗଣ୍ଡଗୋଳ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲା ସଂକ୍ରାନ୍ତରେ ଜରଡ଼ା ଥାନା ପୁଲିସ ସେହିଦିନ ଜଣେ ଅଭିଯୁକ୍ତକୁ ଓ ତା ପରଦିନ ଅର୍ଥାତ୍‌ ୪ ତାରିଖରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କରୋନା ଆଶଙ୍କା ଦୃଷ୍ଟିରୁ ମେଡିକାଲ୍‌ ପରୀକ୍ଷା କରାଯିବା ସହ ଟେଷ୍ଟ୍‌ ନିମନ୍ତେ ସ୍ୱାବ୍‌ ସଂଗ୍ରହ କରାଯାଇ ଥିଲା। ଦୁହିଁଙ୍କୁ କୋର୍ଟଚାଲାଣ କରାଯିବା ପରେ ଜେଲ୍‌ ହେପାଜତକୁ ପଠାଇ ଦେଇଥିଲା ପୁଲିସ ।

ଏସ୍‌ପି ପିନାକ ମିଶ୍ର କହିଛନ୍ତି, ବର୍ତ୍ତମାନ ଆମେ ଜାଣିବାକୁ ପାଇଛୁ ଯେ ଦୁଇ ଅଭିଯୁକ୍ତଙ୍କ ସ୍ୱାବ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି । ଏଣୁ ସରକାରୀ ପ୍ରୋଟୋକଲ୍‌ ତଥା ସ୍ୱାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ୍‌ ମୁତାବକ ଦୁଇ ଅଭିଯୁକ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆମେ ଆରମ୍ଭ କରିଛୁ । ଏଥିସହ ଦୁହିଁଙ୍କ ସଂସ୍ପର୍ଶରେ ଯେଉଁ ପୁଲିସ କର୍ମଚାରୀମାନେ ଆସିଛନ୍ତି ସେମାନଙ୍କୁ ତୁରନ୍ତ କ୍ୱାରାଣ୍ଟୋଇନ୍‌ ଯିବାକୁ ନିର୍ଦ୍ଦେଶ ହୋଇଛି । ଦୁଇ ଅଭିଯୁକ୍ତ ବ୍ରହ୍ମପୁର ସର୍କଲ୍‌ ଜେଲ୍‌ରେ ଥିଲେ । କୋର୍ଟ ରିମାଣ୍ଡ୍‌ ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଅଣାଯାଇ ସେଠାରେ ଅଲଗା ରଖାଯାଇଥିଲା । ଶନିବାର ସନ୍ଧ୍ୟାରେ ପଜିଟିଭ୍‌ ଚିହ୍ନଟ ପରେ ତୁରନ୍ତ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି ଓ ଏ ସମ୍ପର୍କରେ କୋର୍ଟକୁ ଅବଗତ କରାଯାଇଥିବା କହିଛନ୍ତି ଜେଲର୍‌ ଶଶିକାନ୍ତ ମହାଲିକ । ଯେଉଁମାନେ ନୂଆ ବନ୍ଦୀ ଆସୁଛନ୍ତି ସେମାନଙ୍କୁ ଜେଲ୍‌ରେ ସ୍ୱତନ୍ତ୍ର ଭାବେ ରଖାଯାଉଥିବା ସେ ସୂଚନା ଦେଇଛନ୍ତି ।

ଗତ ମେ ୨୬ ରାତିରେ ପାତ୍ରପୁର ବ୍ଲକ୍‌ ଜରଡ଼ା ଥାନା ତଥା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ପୋଲରାଜପୁର ଗ୍ରାମରେ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଗୋଟିଏ ପରିବାରର ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେଥିରେ ଅପରପକ୍ଷର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ ୨୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଆକ୍ରମଣର ଶୀକାର ପରିବାର ।

ଏ ନେଇ ଜରଡ଼ା ଥାନାରେ ମାମଲା ହୋଇଥିଲା । ବାପା, ଦାଦା ଓ ସେମାନଙ୍କ ମୋଟ ତିନି ପୁଅଙ୍କୁ ମିଶାଇ ମୋଟ ୫ ଜଣ ଅଭିଯୁକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଅଭିଯୁକ୍ତମାନେ ପାତ୍ରପୁର ବ୍ଲକ୍‌ର ପାତ୍ରପୁର ବ୍ଲକ୍‌ର ବିଭିନ୍ନ ସ୍ଥାନକୁ ଯାଇଛନ୍ତି, ଅନେକ ଲୋକଙ୍କୁ ମିଶିଥିବା ସନ୍ଦେହ କରାଯାଉଥିବାରୁ ତଣ୍ଡିପୁର ପଞ୍ଚାୟତରେ ଆଶଙ୍କାର ବାତାବରଣ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.