PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ବରପାଲି ଥାନାକୁ ଛୁଇଁଲା କରୋନା: ୨ କୋଭିଡ଼ ଯୋଦ୍ଧାଙ୍କ ସମେତ ୧୫ ସଂକ୍ରମିତ ଚିହ୍ନଟ

ବରଗଡ଼,୧୩/୦୮: ବରଗଡ଼ ଜିଲ୍ଲାରୁ ୨ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ବରପାଲି ଥାନାକୁ କରୋନା ଛୁଇଁଥିବା ବେଳେ ଥାନା ପରିସରର ୩ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ସୂଚନା ମତେ ବରଗଡ଼ ବ୍ଲକ ସିମେଣ୍ଟ ନଗରରୁ ଜଣେ ପୁରୁଷ ଓ ମହିଳାଙ୍କ ସମେତ ୨ ଜଣ,ଭଟଲି ବ୍ଲକରୁ ଜଣେ ୨୬ ବର୍ଷିଆ ମହିଳା, ପଦ୍ମପୁର ବ୍ଲକର ଭେଉରିଆରୁ ଜଣେ ୬୪ ବର୍ଷିୟ ପୁରୁଷ ଓ ଜମଲାରୁ ଜଣେ ୫୮ବର୍ଷିୟ ମହିଳା ଚିହ୍ନଟ ହୋଇଛନ୍ତି । ବରଗଡ଼ ପୌରାଞ୍ଚଳରୁ ଆଜି ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ସେମାନେ ୱାର୍ଡ଼ ନଂ୮ ଖଜୁରଟିକ୍ରାରର ଜଣେ ୪୬ ବର୍ଷିୟ ମହିଳା, ୱାର୍ଡ଼ ନଂ୧୨ ହରିଜନ ପଡ଼ାର ଜଣେ ୨୮ ବର୍ଷିୟ ପୁରୁଷ ଓ ୱାର୍ଡ଼ ନଂ ୧୬ ଗୁରୁଦ୍ୱାରା ଛକର ଜଣେ ୨୧ ବର୍ଷିୟ ପୁରୁଷ ଅଛନ୍ତି । ବରପାଲି ଏନ୍‌ଏସିରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ୩ ଜଣ ବରପାଲି ଥାନା ପରିସରରେ ରହୁଥିବାରୁ ସାଧାରଣରେ ସଂକ୍ରମଣ ଭୟ ଖେଳିଯାଇଛି । ବରପାଲି ପୁଲିସ୍‌ ଷ୍ଟେସନରୁ ୫୨/୪୧/୪୦ ବର୍ଷୀୟ ତିନିଜଣ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଜଗନ୍ନାଥ ନଗରରୁ ଜଣେ ୫୫ ବର୍ଷିୟ ପୁରୁଷ
ଓ ୱାର୍ଡ଼ ନଂ୬ କୁଲିପଡ଼ାରୁ ଜଣେ ୩୨ ବର୍ଷିୟ ପୁରୁଷ ସାମିଲ ଅଛନ୍ତି । ଭେଡ଼େନ ବ୍ଲକ ରେଶମ ପଧାନପାଲିରୁ ଜଣେ ୨୯ ବର୍ଷିୟ ମହିଳା ଓ ଅତାବିରା ଏନ୍‌ଏସି ଅନ୍ତର୍ଗତ ସିଏଚ୍‌ସି ପରିସରରେ ରହୁଥିବା ସମ୍ବଲପୁର ସାକ୍ଷୀପଡ଼ାର ଜଣେ ୪୨ ବର୍ଷିୟ ମହିଳା ଚିହ୍ନଟ ହୋଇଥିବା ବେଳେ ଉଭୟେ କୋଭିଡ଼ ଯୋଦ୍ଧା ଥିବା ଜଣାପଡ଼ିଛି ।

ସମସ୍ତ ସଂକ୍ରମିତ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଥିବା ଜଣାପଡ଼ିଥିବା ବେଳେ ରାପିଡ୍‌ ରାସପନ୍ସ ଟିମ୍‌ ସହାୟତାରେ କଣ୍ଟାକ୍ଟ ଟ୍ରେସିଂ ଜାରି ରଖାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ କିଛି ହୋମ୍‌ ଆଇସୋଲେସନ ଓ ଇନଷ୍ଟିଚ୍ୟୁସନାଲ ଆଇସୋଲୋସନରେ ଥିବା ବେଳେ ବାକି ସମସ୍ତଙ୍କୁ ବରଗଡ଼ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷେ ସମ୍ପୃକ୍ତ ଅଞ୍ଚଳକୁ ଅବରୋଧରେ ରଖାଯାଇ ଅଞ୍ଚଳବାସୀଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ ସ୍ପଷ୍ଟ କରିଥିବା ଜିଲ୍ଲା ସୂଚନା ଅଧିକାରୀ କଲ୍ୟାଣୀ ଦାଶ କହିଛନ୍ତି ।