‘ପ୍ରମେୟ’ ଓ ‘ନ୍ୟୁଜ୍ ସେଭେନ’ର ଦୁଇ ଦିନିଆ ଜାତୀୟ ବିଜ୍ଞାପନ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଭୁବନେଶ୍ବର ୧୮|୩ : ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ନ୍ୟାସନାଲ ମାର୍କେଟିଂ ଟିମର ଦୁଇ ଦିନିଆ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି । ହୋଟେଲ ସ୍ବସ୍ତି ପ୍ରିମିୟମ୍ ଠାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ଓଡିଶା ପାଇଁ ଜାତୀୟ ବିଜ୍ଞାପନ ବଜାରରେ ଥିବା ସମ୍ଭାବନା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ର ମାର୍କେଟିଂ ଆଣ୍ଡ୍ ସେଲସ ଭାଇସ୍ ପ୍ରେସିଡେଣ୍ଟ ଲିଙ୍ଗରାଜ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ ଦାସ ଅତିଥି ଭାବେ ଯୋଗଦେଇଥିଲେ ।

ରାଜ୍ୟ ଓ ରାଜ୍ୟ ବାହାରେ ପ୍ରମେୟ ଏବଂ ନ୍ୟୁଜ୍ ସେଭେନର ଆଦୃତି ବୃଦ୍ଧି ପାଉଥିବା ଗ୍ରୁପ ଏଡିଟର ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ଲୋକଙ୍କ ବିଶ୍ବାସ ଜିତିବା କ୍ଷେତ୍ରରେ ପ୍ରମେୟ ଖବରକାଗଜ ସବୁଠୁ ଆଗରେ ରହିଛି । ବିଶ୍ବସନୀୟତାକୁ ପୁଞ୍ଜି କରି ଆଗକୁ ମଧ୍ୟ ତାର ଅଭିଯାନ ଜାରି ରଖିବ । ସେହିଭଳି ସିଇଓ ଶ୍ରୀ ଦାସ କହିଥିଲେ ଯେ, ବୈଷୟିକ ଓ ମାନବ ସମ୍ବଳ ଦୃଷ୍ଟିକୋଣରୁ ପ୍ରମେୟ ଏକ ଉଚ୍ଚ କୋଟିର ଟିମ୍ ହେବା ସହ ଲୋକଙ୍କ ମନ ଜିତିପାରିଛି ।

ଏହି ସମ୍ମିଳନୀରେ ପ୍ରମେୟ ସେଲସ ହେଡ୍ ଏସ.ଏଫ. ଅଲ୍ଲୀ, ନ୍ୟୁଜ୍ ସେଭେନର ସେଲସ ହେଡ୍ ସିଦ୍ଧାର୍ଥ ରାୟ, ପ୍ରମେୟ ଡିଜିଏମ ସୁଶାନ୍ତ ମହାପାତ୍ର, ନ୍ୟାସନାଲ ମାର୍କେଟିଂର ସହ ପ୍ରବନ୍ଧକ ଅଭିଶେକ ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇ ବିଜ୍ଞାପନ କ୍ଷେତ୍ରରେ ଓଡିଶାର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ଏହି ସମ୍ମିଳନୀରେ ଦିଲ୍ଲୀ ଏବଂ ଉତ୍ତରାଞ୍ଚଳ ଦାୟିତ୍ବରେ ଥିବା ବିଜ୍ଞାପନ ବିଭାଗର ମହାପ୍ରବନ୍ଧକ ଏ.ଓ୍ବାଇ. ଦାସ, ବେଙ୍ଗାଲୁରୁ ଦାୟିତ୍ବରେ ଥିବା ଏ.ଆର. କୁମାର, ପଶ୍ଚିମ ଏବଂ ଦକ୍ଷିଣାଞ୍ଚଳ ଦାୟିତ୍ବରେ ଥିବା ବିଜ୍ଞାପନ ମହାପ୍ରବନ୍ଧକ ହେମନ୍ତ ମୁଲାୟ, ଚେନ୍ନାଇ ଦାୟିତ୍ବରେ ଥିବା ଆନନ୍ଦ ଏସଆର, ହାଇଦ୍ରାବାଦ ଦାୟିତ୍ବରେ ଥିବା ରାଜେଶ୍ବର ରାଓ, ଅହମ୍ମଦାବାଦ ଦାୟିତ୍ବରେ ଥିବା ସିଜୁ ମେନନ, ବିନୋଦ ନୟାର, ମୁମ୍ବାଇ ଦାୟିତ୍ବରେ ଥିବା ବିଷ୍ଣୁ ମହାନ୍ତି ପ୍ରମୁଖ ଜାତୀୟ ବିଜ୍ଞାପନ ସ୍ଥିତି ଓ ଚିତ୍ର ସଂପର୍କରେ ଆଲୋକପାତ କରିଥିଲେ । ପ୍ରମେୟ ଏବଂ ନ୍ୟୁଜ୍ ସେଭେନ୍ ଡିଜିଟାଲ ମିଡିଆ ମୁଖ୍ୟ ଶିଶିର ଭଟ୍ଟମିଶ୍ର ଏହି ସମ୍ମିଳନୀରେ ଯୋଗଦେଇ ଡିଜିଟାଲ ମାର୍କେଟିଂ ସଂପର୍କରେ ଆଲୋଚନା କରିଥିଲେ ।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଅକ୍ଟୋବର ଗାଇଡ୍ ‌ଲାଇନ୍‌ : ଜାଣନ୍ତୁ କଣ କଣ ବନ୍ଦ ରହିବ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍‌- କଟକ ଚାନ୍ଦବାଲି ରାସ୍ତାର ଜମଧର ଛକ ନିକଟରେ କେନ୍ଦ୍ରାପଡା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ସେଲୁନ୍‌ରେ ଚୁଟି କାଟୁଥିବା ଲୋକକୁ ଗୁଳି ମାରୁଥିବା ବେଳେ ଚୁଟି କଟାଳୀ ଓ କାଟୁଥିବା ବ୍ୟକ୍ତିଙ୍କର ମୃତ୍ୟୁ