PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଟିମ୍‌ ଜର୍ମାନୀ ଠାରୁ ୨-୦ରେ ହାରିଲା
  • ||
  • ଆନନ୍ଦପୁର : ଗାଧୋଇବା ବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ଆତଙ୍କରାଜ, ୨ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ
  • ||
  • କୋରାପୁଟ: ଭ୍ୟାନରୁ ୧.୮ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ସଦର ପୋଲିସ, ଜଣେ ଗିରଫ
  • ||
  • ସମ୍ବଲପୁର: ବଲାଙ୍ଗୀର ଏନ୍‌ଏଚ୍‌ ଲୁଟ ଘଟଣା, ୬ କୁଖ୍ୟାତ୍ ଟ୍ରକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ
  • ||
  • ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା
  • ||
  • ଭୁବନେଶ୍ୱର : ତୃତୀୟ ଲହରୀ ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି : ଡିଏମ୍‌ଇଟି
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର ସଦନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୪ଟି ଦମକଳ ଗାଡ଼ ନିୟୋଜିତ
  • ||
  • ସାଲେପୁର: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ସ୍ଵାମୀ-ସ୍ତ୍ରୀ ଗୁରୁତର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ
  • ||
  • ଭୁବନେଶ୍ୱର: ଖୋଲିଲା ସ୍କୁଲ, ପାଠପଢ଼ା ଆରମ୍ଭ କଲେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ
  • ||
  • ଭୋଗରାଇ : ନଦୀ ଘାଟକୁ ପାଣି ଆଣିବାକୁ ଯାଇ ଭାସିଗଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • କାର୍ଗିଲ ବିଜୟ ଦିବସ : ପାକିସ୍ତାନକୁ ଧୂଳି ଚଟାଇ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତର ବୀର ଯବାନ
  • ||
  • ଭୁବନେଶ୍ୱର : ଆଜି ବାଲେଶ୍ୱରକୁ ଛାଡ଼ି ସବୁଠି ଟିକାକରଣ, ରାଜ୍ୟର ୧୩୦୨ କେନ୍ଦ୍ରରେ ଦିଆଯିବ ଟିକା
  • ||
  • ଆଠଗଡ଼ : ଶ୍ରାବଣ ମାସର ପ୍ରଥମ ସୋମବାର, ଭକ୍ତଶୂନ୍ୟ ବାବା ଧବଳେଶ୍ଵରଙ୍କ ପୀଠ
  • ||
  • ଅନଗୁଳ : ବିଳମ୍ବିତ ରାତିରେ ଘର ପୋଡ଼ିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ପଜିଟିଭ୍
  • ||

ବିଜେପି ଜନଜାତି ମୋର୍ଚ୍ଚାର ଦୁଇଦିନିଆ ରାଷ୍ଟ୍ରୀୟ ମହାଅଧିବେଶନ ଉଦ୍‌ଘାଟିତ: ମୋଦି ସରକାର ଜନଜାତିଙ୍କ ବିକାଶ ପାଇଁ ସମର୍ପିତ

ପୁରୀ, ୧ ।୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ସମର୍ପିତ । ମୋଦି ସରକାର ଏହି ଜାତିର ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ସବ୍‌କା ସାଥ, ସବ୍‌କା ବିକାଶର ଆହ୍ୱାନ ଦେଇଥିବା ନରେନ୍ଦ୍ର ମୋଦି ଜନଜାତିଙ୍କ ବିକାଶ ପାଇଁ ସବୁପ୍ରକାର ଯୋଜନାର ପେଡ଼ି ଖୋଲିଛନ୍ତି । ପାଇଖାନା ହେଉ ବା ପକ୍କାଘର, ଆଦିବାସୀବହୁଳ ଅଞ୍ଚଳରେ ଶିକ୍ଷା, ଗମନାଗମନ,ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଛି । ଜନଜାତି ବର୍ଗର ବିକାଶ ପାଇଁ ଆସନ୍ତା ନିର୍ବାଚନରେ ମୋଦିଙ୍କ ହାତକୁ ଟାଣ କରିବାକୁ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଦୁଇଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ବକ୍ତାମାନେ କହିଛନ୍ତି । ତାଳବଣିଆ ଇନ୍‌ଡୋର ଷ୍ଟାଡିୟମ୍‌ ଖେଳପଡ଼ିଆରେ ଶନିବାର ଉଦ୍‌ଘାଟିତ ହୋଇଛି ଏହି ଅଧିବେଶନ । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଭାରତକୁ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ର ଭାବେ ଗଢ଼ିବାକୁ ଜନପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଯେମିତି ହେଲେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସ୍ୱପ୍ନ ପୂରଣ କରିବାକୁ ହେବ । ଜନଜାତିଙ୍କ ବିକାଶ ହୋଇପାରିଲେ ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ ।
ପାଞ୍ଚ ହଜାର ବର୍ଷ ପୁରୁଣା ସମୃଦ୍ଧ ଭାରତର ଐତିହ୍ୟ,ସଂସ୍କୃତିକୁ ପୃଥିବୀର ଶ୍ରେଷ୍ଠ ପ୍ରମାଣିତ କରିବା ନିମନ୍ତେ ଜାତିଭେଦ ଭୁଲି କାର୍ଯ୍ୟ କରିବାକୁ ହେବ । କଶ୍ମୀରଠାରୁ କନ୍ୟାକୁମାରୀ, ଅରୁଣାଚଳ ପ୍ରଦେଶଠାରୁ ଗୁଜରାଟ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ରାଜ୍ୟକୁ ବିକାଶମୁଖୀ କରାଇବା ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ହେବ । ବିକାଶ ନିମନ୍ତେ ସମସ୍ତ ସମ୍ପ୍ରଦାୟକୁ ଯୋଡ଼ିବାକୁ ହେବ । ଶିକ୍ଷା ବିନା କୌଣସି ବ୍ୟକ୍ତି ଶକ୍ତିଶାଳୀ ହୋଇପାରିନି । ତେଣୁ ଜନଜାତି ବର୍ଗଙ୍କ ସମେତ ସମସ୍ତ ସମ୍ପ୍ରଦାୟ ତଥା ପ୍ରତି ପିଲା ଯେପରି ଶିକ୍ଷାଗ୍ରହଣ କରିବ ସେଥିନିମନ୍ତେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ । ଜନଜାତିର ବିକାଶ ନିମନ୍ତେ ନରେନ୍ଦ୍ର ମୋଦିଙ୍କୁ ପୁନଶ୍ଚ ପ୍ରଧାନମନ୍ତ୍ରୀ କରିବା ନିମନ୍ତେ ଶ୍ରୀଜଗନ୍ନାଥଙ୍କ ଭୂମିରେ ପ୍ରତିଜ୍ଞା କରି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ବିଧାୟକ ତଥା ବିଜେପି ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ରବି ନାୟକ କହିଛନ୍ତି, ରାଜ୍ୟର ସାଢ଼େ ୪ କୋଟି ଜନସଂଖ୍ୟା ମଧ୍ୟରୁ କୋଟିଏ ଆଦିବାସୀ । ଏହି ଜନଜାତିଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଦାନ ମାଝୀ ସ୍ତ୍ରୀ ଶବକୁ ୧୨ କିଲୋମିଟର ଏକାକୀ କାନ୍ଧରେ ବୋହି ଗାଁକୁ ସଂସ୍କାର ନିମନ୍ତେ ନେଇଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଖାଦ୍ୟ, ପାନୀୟଜଳ ପ୍ରଭୃତି ସମସ୍ତ ମୌଳିକ ସୁବିଧାରୁ ଆଦିବାସୀମାନେ ବଞ୍ଚିତ । ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ କିପରି ହୋଇଛି ସେ ନେଇ ଉତ୍ତର ମାଗିଲେ ମୁଖ୍ୟମନ୍ତ୍ରୀ ଚୁପ୍‌ ରହୁଛନ୍ତି । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଅବହେଳାର ଜବାବ ଦେବାକୁ ହେବ ।
ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ରାମବିଚାର ନେତମ କହିଥିଲେ, ଅନୁସୂଚିତ ଜାତିର ଲୋକଙ୍କ ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ହେଲେ ଓଡ଼ିଶାର ଏହା ଉଚିତ୍‌ ବ୍ୟବହାର ହେଉନି । ଆଶ୍ରମ ସ୍କୁଲମାନଙ୍କରେ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ବଢ଼ି ଚାଲିଥିବା ଉଦ୍‌ବେଗର ବିଷୟ ହୋଇଛି । ଏଭଳି ସରକାରଙ୍କୁ ନିନ୍ଦା ଓ ଭତ୍ସର୍ନା କରାଯାଉଛି । କଂଗ୍ରେସ ଶାସନରେ ୫୦ ବର୍ଷ ଓ ବିଜେଡି ଶାସନରେ ୨୦ ବର୍ଷ ରହିଥିଲେ ହେଁ ଅଦିବାସୀ, ମହିଳା, ଅସହାୟ, ଗରିବଙ୍କ ସୁରକ୍ଷା ଓ ମୌଳିକ ଅଧିକାର ପ୍ରଦାନ କରିପାରିଲାନାହିଁ । କେନ୍ଦ୍ର ସରକାର ଆଦିବାସୀ ପିଲାଙ୍କ ପାଠପଢ଼ା ନିମନ୍ତେ ଦେଶରେ ୬୦୦ ଏକଲବ୍ୟ ସ୍କୁଲ ଖୋଲୁଛନ୍ତି । ସେଥିମଧ୍ୟରୁ ଓଡ଼ିଶାରେ ୯୨ଟି ଖୋଲିବାର ଥିବା ବେଳେ ରାଜ୍ୟ ସରକାର ଏଥିନିମନ୍ତେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି । ପ୍ରତ୍ୟେକ ସ୍କୁଲ ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲେ ହେଁ ଏହା ଖର୍ଚ୍ଚ ନ ହୋଇ ପଡ଼ିରହିଛି । ଏହି ସ୍କୁଲ ଖୋଲିଥିଲେ ଆଦିବାସୀ ପିଲାମାନେ ପାଠପଢ଼ି ବଡ଼ ମଣିଷ ହୋଇପାରନ୍ତେ । ଜାତିର ଉନ୍ନତି ହୋଇପାରନ୍ତା । ଆଦିବାସୀଙ୍କ ବନଭୂମି ପଟ୍ଟା ବଣ୍ଟନ ଯୋଜନା ନିମନ୍ତେ କେନ୍ଦ୍ର ସରକାର ତତ୍ପରତା ଦେଖାଇଥିଲେ । ହେଲେ ଏହା କାଗଜକଲମରେ ରହି ଯାଇଛି । ଆଦିବାସୀଙ୍କୁ ପଟ୍ଟା ମିଳିଥିବା ବେଳେ ଏପର୍ଯ୍ୟନ୍ତ ଜମି ଦିଆଯାଇପାରିଲା ନାହିଁ । ଆଦିବାସୀମାନେ କିପରି ଘରଦ୍ୱାର କରି ସୁଖସୁବିଧାରେ ରହିବେ ସେନେଇ କୌଣସି ଗୁରୁତ୍ୱ ଦେଉନାହାନ୍ତି । ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ସମସ୍ତେ ଉଦାସୀନ ହୋଇଯାଇଛନ୍ତି । ତୁରନ୍ତ ରାଜ୍ୟ ସରକାରଙ୍କୁ ଜମି ପଟ୍ଟା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ଲଘୁ ଜଙ୍ଗଲଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ବୋଲି କହିଥିଲେ ।
ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ରାମଙ୍କ ବିଚାର ଆଦିବାସୀଙ୍କ ସହ ସମ୍ପର୍କ ନେଇ ଅଭିଭାଷଣ ରଖିଥିଲେ । ରାବଣର ଲଙ୍କାକୁ ରାମଙ୍କ ବନବାସୀ ସେନାମାନେ ଜାଳିପୋଡି ଛାରଖାର କରିବା ଭଳି ଦୁର୍ନୀତି, ଭ୍ରଷ୍ଟାଚାର, ମିଛର ଲଙ୍କା ସାମ୍ରାଜ୍ୟ କରିଥିବା କଂଗ୍ରେସ ଓ ବିଜେଡିର ଲଙ୍କାପୁରୀକୁ ଆଦିବାସୀ, ବନବାସୀମାନେ ଜାଳି ନଷ୍ଟ କରିଦେବାକୁ ଆହ୍ୱାନ ଦେଇଥିଲେ ।
ତ୍ରିପୁରା ଉପମୁଖ୍ୟମନ୍ତ୍ରୀ ଜିସ୍ନୁଦେବ ବର୍ମନ ତ୍ରିପୁରାରେ ଆଦିବାସୀମାନେ କିପରି ସାମାଜିକ ନ୍ୟାୟ ପାଇବା ନିମନ୍ତେ ୨୫ବର୍ଷ ଧରି ନିରଙ୍କୁଶ ଶାସନ ଚଳାଇଥିବା ବାମପନ୍ଥୀ ସରକାର ପକ୍ଷ ଛେଦନ କରିଛନ୍ତି ସେ ନେଇ କହିଥିଲେ । ‘ପାହାଡ ଜିସ୍‌କା, ସରକାର ଉସ୍‌କା’ ବୋଲି ସେ ଆହ୍ୱାନ ଦେଇଥିଲା । ଓଡ଼ିଶା ଭଳି ଦିନେ ତ୍ରିପୁରା ଅବସ୍ଥା ଥିଲା ।ତାହାର ଭାଗ୍ୟ ଆଦିବାସୀ ଜନଜାତିମାନେ ବଦଳାଇ ଦେଇଛନ୍ତି । ପୂର୍ବରୁ ମାତ୍ର ୪ ପ୍ରତିଶତ ଆଦିବାସୀଙ୍କ ଘରେ ପାନୀୟଜଳ ପହଞ୍ଚିଥିବା ବେଳେ ଏବେ ପ୍ରତ୍ୟେକଙ୍କ ଘରେ ପାଣି, ବିଜୁଳି ପ୍ରଭୃତି ମୌଳିକ ସୁବିଧା ପହଞ୍ଚିଥିବା ସେ କହିଥିଲେ ।
ମୋର୍ଚ୍ଚା ଅଧ୍ୟକ୍ଷ ରାମ ବିଚାର ନେତମ୍‌ଙ୍କ ଅଧ୍ୟକ୍ଷତାରେ ଏହି ଅଧିବେଶନରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ଏମ୍‌ପି ରାମସିଂ ଭାଇ ରାଥୱା, ମୋର୍ଚ୍ଚା ଉପସଭାପତି ତ୍ରିଲୋକ କାପୁର, କଳୀରାମ ମାଝୀ, ଏମ୍‌ପି ବିଜେପି ମହାମନ୍ତ୍ରୀ ସୁବାସ ପଟେଲ, ରାଜସ୍ଥାନର ଅର୍ଜୁନ ମୀନା, ରାଷ୍ଟ୍ରୀୟ ଅଧ୍ୟକ୍ଷ କାଳିରାମ ମାଝୀ, ଲକ୍ଷ୍ମଣ ଟୁଡୁ, କୁମାର ବିଜୟିନୀ, ନନ୍ଦୀ ରାମଜୀ, ଦର୍ଶନା ବେନ୍‌, ଏମ୍‌ପି ତଥା ମୋର୍ଚ୍ଚା ପୂର୍ବତନ ଅଧ୍ୟକ୍ଷ ପଗେନ୍‌ ସିଂ ଫୁଲସ୍ଥ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ଏହି ଅଧିବେଶନ ଉଦ୍‌ଯାପନୀ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି । ଅଧିବେଶନ ପରେ ‘ଆଦିବାସୀ ଅଧିକାର ରାଲି’ଆୟୋଜିତ ହେବ । ୧ ଲକ୍ଷରୁ ଊଦ୍ଧ୍ୱର୍ ଆଦିବାସୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ବିରାଟ ସମାବେଶକୁ ଶ୍ରୀ ଶାହ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି ।

ସମ୍ବନ୍ଧିତ ଖବର