PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଚାରିତାଲା କୋଠା ଭୁଶୁଡ଼ି ଦୁଇ ଜଣ ମୃତ, ଅନ୍ୟୂନ ୧୫ ଜଣ ବ୍ୟକ୍ତି ପୋତି ହୋଇଥିବା ଆଶଙ୍କା !

ଭିଓ୍ଵାଣ୍ଡି ୨୪।୮: ଶନିବାର ପ୍ରତ୍ୟୁଷରେ ମହାରାଷ୍ଟ୍ରର ମୁମ୍ବାଇ ନିକଟବର୍ତ୍ତୀ ଭିଓ୍ଵାଣ୍ଡି ସହରର ଶାନ୍ତିନଗର ଠାରେ ଚାରିତାଲା ବିଶିଷ୍ଟ କୋଠାଘର ଭୁଶୁଡ଼ି ପଡ଼ିଛି। ଏଥିରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ କେତେଜଣ ଆହତ ହୋଇଛନ୍ତି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି କୋଠା ତଳୁ ଚାରି ଜଣ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି। ଭଗ୍ନସ୍ତପ ତଳେ ଆହୁରି ଅନ୍ୟୂନ ୧୫ ଜଣ ବ୍ୟକ୍ତି ପୋତି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି। ସମ୍ପ୍ରତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଭଗ୍ନସ୍ତପ ତଳେ ରହିଯାଇଥିବା ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି।

ଏନେଇ ଭିଓ୍ଵାଣ୍ଡି-ନିଜାମପୁର ମୁନିସିପାଲ୍‌ କର୍ପୋରେସନ୍‌ର କମିଶନର୍‌ ଅଶୋକ ରଣଖମ୍ବ କହିଛନ୍ତି ଯେ,  ଆମକୁ ଖବର ମିଳିଥିଲା ସମ୍ଭବତଃ ସେ କୋଠାଘରର ସ୍ତମ୍ଭ ଭାଙ୍ଗିଯାଇଛି। ଆମର ଜରୁରୀକାଳୀନ ଟିମ୍‌ ସେଠାରେ ପହଞ୍ଚି ଯାଞ୍ଚ କରିବା ପରେ ଜାଣିଲେ କୋଠାଘରଟି ବୋଧହୁଏ ଭୁଶୁଡ଼ି ପଡ଼ିଛି।

ଆମେ ତୁରନ୍ତ ସମଗ୍ର କୋଠାଘରଟିକୁ ଖାଲି କରିଦେଲୁ, କିନ୍ତୁ କିଛି ବ୍ୟକ୍ତି ବିନା ଅନୁମତିରେ ସେ କୋଠାଘର ମଧ୍ୟକୁ ପ୍ରବେଶ କରିଥିଲେ। ଏତିକି ବେଳେ ହିଁ ଘରଟି ଭୁଶୁଡ଼ି ପଡ଼ିଲା। ଚାରି ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଗଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ପରେ ମରିଗଲେ।

ଭିଓ୍ଵାଣ୍ଡି-ନିଜାମପୁର ମୁନିସିପାଲ୍‌ କର୍ପୋରେସନ୍‌ କମିସନର୍‌ ସୂଚନା ଦେଇଛନ୍ତି ଯେ ଏଇ ଆଠବର୍ଷ ତଳର କୋଠାଘରଟି ବେଆଇନ୍‌ଭାବେ ନିର୍ମାଣ କରାଯାଇଥିଲା। ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର