ଗୋଳନ୍ଥରାରେ ସଡ଼କ ଦୁର୍ଘଟଣା ଘଟଣା : ଟ୍ରକ-ବାଇକ୍ ଧକ୍କାରେ ମିଳିଲା ମୃତକଙ୍କ ପରିଚୟ

ବ୍ରହ୍ମପୁର ୧୮।୨: ବ୍ରହ୍ମପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ୍ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦୁଇ ମୃତକ ହେଲେ ଗଣେଶ ଚୌଧୁରୀ ଓ କାଳିଆ ପ୍ରଧାନ ।

ସୂଚନାଯୋଗ୍ୟ ଯେ, ତେବେ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗଣେଶଙ୍କ ଘର ବିହାରର ୱାଲିୟସ୍ ଥାନା ଅଞ୍ଚଳର ହୋଇଥିବା ବେଳେ କାଳିଆଙ୍କ ଘର ଗୋଳନ୍ଥରା ଥାନା ନିମକୁଡିଆ ଅଞ୍ଚଳର ବୋଲି ପୁଲିସ୍ ସୂଚନା ଦେଇଛି ।

ଗୁରୁତର କୃର୍ଷ୍ଣ ଦୋରାଙ୍କ ଘର ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡର ବୋଲି ଜଣାପଡିଛି। ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ପୁଲିସ ସୂଚନା ଦେଇଛି। ମୃତକଙ୍କ ଶବକୁ ପୁଲିସ୍ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ  ବ୍ରହ୍ମପୁର ବଡ ମେଡିକାଲ୍ ପଠାଇଛି ।

ଘଟଣାସ୍ଥଳରୁ ହାଇୱା ଟ୍ରକ୍ ଏବଂ ମୋଟରସାଇକେଲକୁ ପୁଲିସ୍ ଜବତ କରି ଘଟଣାର ଅଧିକ ତଦନ୍ତ କରୁଥିବା ବ୍ରହ୍ମପୁର ସଦର ଏସ୍ ଡି ପି ଓ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର