PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଦୁଇ ମଦ୍ୟପ ଭାଇଙ୍କ ଉନ୍ମତ୍ତକାଣ୍ଡ: ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ୫ ଜଣଙ୍କୁ ହାଣିଲେ

ସୁକିନ୍ଦା ୦୨/୦୧: ସୁକିନ୍ଦା ଥାନା ଅନ୍ତର୍ଗତ ଦୁଧୁଯୋରୀ ପଞ୍ଚାୟତ ଦାମୋଦରପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁଇଜଣ ମଦ୍ୟପ ଯୁବକ ନିଜ ଗ୍ରାମର ୨ ଜଣ ବରିଷ୍ଠ ବ୍ୟକ୍ତି, ୨ ଜଣ ଯୁବକ ଓ ଜଣେ ନାବାଳକଙ୍କୁ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ହାଣିଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଭୟଭୀତ ହୋଇ ସୁକିନ୍ଦା ଥାନାକୁ ଖବର ଦେବା ପରେ ପୁଲିସ ସମ୍ପୃକ୍ତ ୨ ଯୁବକଙ୍କୁ ମଧ୍ୟରୁ ଜଣଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି ।

ଗ୍ରାମର ସ୍ୱର୍ଗତ ମଙ୍ଗୁଳି ଦିଆଣୀଙ୍କ ପୁଅ ଅଗାଧୁ ଦିଆଣୀ (୧୭) ସାଙ୍ଗମାନଙ୍କ ସହ ନୂଆ ବର୍ଷରେ ଭୋଜି କରି ନିଜ ଘରକୁ ଫରୁଥିବା ସମୟରେ ତାଙ୍କ ଘର ସାମ୍ନାରେ ମଦ୍ୟପାନ କରି ସରୋଜ ପ୍ରଧାନଙ୍କ ସାନପୁଅ ରହିବ (୨୧) ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା । ଏହାକୁ ଅଗାଧୁ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ରହିବ ନିଜ ଘରକୁ ଯାଇ ଘରେ ପୂର୍ବରୁ ମଦ୍ୟପାନ କରି ଶୋଇଥିବା ବଡ଼ଭାଇ ଦେବଙ୍କୁ ଏ ସଂପର୍କରେ କହିଥିଲା । ଏହା ପରେ ଦେବ ଓ ରହିବ ଦୁଇ ଭାଇ ହାତରେ କଟୁରୀ ଏବଂ ଖଣ୍ଡା ଧରି ପୁନର୍ବାର ଅଗାଧୁଙ୍କ ଘର ସାମ୍ନାକୁ ଆସି ଅଗାଧୁଙ୍କ ପଛପଟୁ ତିନି ଚୋଟ ପକାଇଥିଲେ । ଅଗାଧୁ ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ଦେଖି ପାଖରେ ଥିବା ବିଜୟ ଦିଆଣୀ, ତାଙ୍କ ପୁଅ ବିଜ୍ଞାନ ଦିଆଣ, ଅଜୟ ଦିଆଣୀ, ପୁଅ ସୁମନ୍ତ ଦିଆଣୀ ଓ ଚିନୁ ଦେହୁରୀ ଅଗାଧୁକୁ ଉଦ୍ଧାର କରିବା ସହ ଦୁଇ ଭାଇଙ୍କୁ ଆୟତକୁ କରିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଭାଇ ରହିବ ଏବଂ ଦେବ ଅନ୍ୟ ୪ ଜଣଙ୍କୁ ମଧ୍ୟ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ।

ଦୁଇ ଭାଇଙ୍କ ଆକ୍ରମଣରେ ଗୁରୁତରଙ୍କୁ ଯିଏ ଉଦ୍ଧାର କରିବାକୁ ଉଦ୍ୟମ କରୁଥିଲେ ଦୁଇ ଭାଇ ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ । ପରେ ଘଟଣା ସ୍ଥଳରେ ସୁକିନ୍ଦା ଥାନା ଏସ୍‌ଆଇ ଅନ୍ତର୍ଯ୍ୟାମୀ ଶ୍ରୀ ଚନ୍ଦନ ଏବଂ ଏସ୍‌ଆଇ ଶୈଳେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସମେତ ଅନ୍ୟ କର୍ମଚାରୀ ପହଞ୍ଚି ଆହତ ୫ ଜଣଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଦେବ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ପୁଲିସ ରହିବ ଓ ତା’ ବାପା ସରୋଜ ପ୍ରଧାନକୁ ଥାନାରେ ଅଟକ ରଖିଛି । ଅଗାଧୁର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।