PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

କରୋନା – ଅଡିଓ ଭାଇରାଲ କରି ଜେଲ୍‌ ଗଲେ ଦୁଇ ବନ୍ଧୁ

www.indiatvnews.com

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ଗୁଜବ ପ୍ରଚାର ।  ଅଡିଓ ଭାଇରାଲ କରି ଜେଲଗଲେ ଦୁଇ ବନ୍ଧୁ । କୋଭିଡ ପରିଚାଳନା କିଭଳି ଚାଲିଛି ଏବଂ ବିଏମସି କିପରି ପରିଚାଳନା କରୁଛି ସେ ନେଇ ଦୁଇ ଜଣଙ୍କ ଭିତରେ ଫୋନରେ ହୋଇଥିବା କଥାବାର୍ତ୍ତାକୁ ଭାଇରାଲ କରି ଜେଲ ଯାଇଛନ୍ତି ଦୁଇ ଯୁବକ ।

ଦୁଇ ଯୁବକ ହେଲେ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ବଜିତ ମହାନ୍ତି । କଟକ ଜିଲ୍ଲାରେ ଦୁଇ ଜଣଙ୍କ ଘର । ଜଣେ ଓରଟେଲର କର୍ମଚାରୀ ହୋଇଥିବା ବେଳେ ଆଉ ଜଣେ ବ୍ୟବସାୟୀ । କମିଶନରେଟ ପୁଲିସ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଉଭୟ ଏବେ ଝାରପଡ଼ା ଜେଲକୁ ଯାଇଛନ୍ତି। ଉଭୟଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ଏମାନେ ସୋସିଆଲ ମିଡିଆରେ କୋଭିଡ୍ ଚିକିତ୍ସା ନେଇ ଅଡିଓ ଭାଇରାଲ୍ କରିଥିଲେ ।  ଉଭୟଙ୍କ ବିରୋଧରେ ପୁଲିସ ଧାରା ୨୬୯, ୨୭୦, ୫୦୫ (ବି), ୧୨୦ (ବି) ଲଗାଇଛି।

ପୁଲିସ ଲଗାଇଥିବା ଦଫାରେ ଦୃଢ କାଯ୍ୟାନୁଷ୍ଠାନ ହୋଇପାରିବ । ଜେଲ ଓ ଜରିମାନ ବି ହେବ । ଧାରା ୨୬୯ ଅନୁସାରେ  ସଂକ୍ରାମକ ରୋଗର ଭୟାବହତା ବିଷୟରେ ଜଣେ ଅବଗତ ଥାଇବି ନିଜର ଅବହେଳାରୁ   ସଂକ୍ରମଣ ବଢ଼ାଇବା ଭଳି କାର୍ଯ୍ୟ କରିବା । ଏହି ଧାରାରେ ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ କରାଯିବ ଏବଂ  ଗିରଫ ବି କରାଯାଇପାରିବ।

 ଧାରା ୨୭୦ରେ ଉଦ୍ଦେଶ୍ୟମୂଳକ  ସଂକ୍ରାମକ ରୋଗ ବଢ଼ିବା ପାଇଁ କାର୍ଯ୍ୟକରିବ। ୫୦୫(ବି) ହେଉଛି  ରାଷ୍ଟ୍ର ବିରୋଧରେ କୌଣସି ଅପପ୍ରଚାର କରିବା।  ୧୨୦ବି ହେଉଛି ଅପରାଧିକ ଷଡ଼ଯନ୍ତ୍ରରେ ଲିପ୍ତ ରହିବ।  ସେହିପରି ସେକ୍ସନ ED ACT/52DM ମଧ୍ୟ ଲାଗିଛି।  ଡିଜାଷ୍ଟର ମ୍ୟାନେଜମେଣ୍ଟ ର ଧାରା ୫୨ ହେଉଛି ମିଛ ଜାଣି ଜଣେ ଅପପ୍ରଚାର କରିବା । ଏହାକୁ ନେଇ ଆଇଟି ଏକ୍ସେପଟଙ୍କ କହିବା କଥା କୌଣସି ଅଡିଓ କି ଭିଡିଓକୁ ଫରଓ୍ବାଡ କରିବା ଆଗରୁ ଏହାର ସତ୍ୟାସତ୍ୟ  ଜାଣିବା ଦରକାର । ଏହା ନହେଲେ ଆଇଟି ଆକ୍ଟ ଅନୁସାରେ ଜେଲ ଓ ଜରିମାନା ହୋଇପାରିବ । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଲୋକ ଯଦି ଫର୍ଓ୍ବାଡ କରି  ଆଇନ ଜାଣିନି କହିବେ ତେବେ ବି ଛାଡ ମିଳିବନି ।

ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଏହି ଅଡିଓ କ୍ଲିପ୍ କୁ ପ୍ରସାରଣ କରାଯାଇଛି। ଏଥିସହିତ ଏହାକୁ ଏଡିଟ କରାଯାଇ ଅପଲୋଡ କରାଯାଇଛି ଏବଂ ଏଥିରେ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ  ରହିଛି।  ଯେହେତୁ କରୋନା ସଂପର୍କିଚ ଭ୍ରମାତ୍ମକ ତଥ୍ୟ ପ୍ରଚାର କରାଯାଇଛି । ତେଣୁ ଏହା ମଧ୍ୟ ଏକ ଅପରାଧିକ କାର୍ଯ୍ୟକଳାପ ।   ଏଭଳି ପ୍ରଚାର କୋଭିଡ ଯୋଦ୍ଧାଙ୍କ ମନବଳ ଭାଙ୍ଗୁଛି । ଚିକିତ୍ସା ଉରେ ପ୍ରଭାବ ପକାଉଛି ।

ସେପଟେ କୋଭିଡ ଚିକିତ୍ସା କରୁଥିବା ହସ୍ପିଟାଲ କତ୍ତୃପକ୍ଷ ଏହି ଭାଇରାଲ୍ ଖବର ପ୍ରସାରଣ କରିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  ଭୁବନେଶ୍ବରରେ କୋଭିଡ୍  ହସ୍ପିଟାଲ ପରିଚାଳନା କରୁଥିବା, ହାଇଟେକ୍ କୋଭିଡ ହସ୍ପିଟାଲ ,କିମ୍ସ ଓ  ସମ୍ କୋଭିଡ୍ ହସ୍ପିଟାଲ । ଏନେଇ ମାନହାନୀ ମାମଲା ରୁଜୁ କରିବ ବୋଲି କହିଛନ୍ତି ।

ଘଟଣାରେ ପୁଲିସ ତଦନ୍ତ ଆଗକୁ ବଢାଉଛି । ମାମଲାରେ  ସୋସିଆଲ ମିଡିଆରେ ଭାଇରାଲ କରୁଥିବା ଆଉ  କିଛି  ଲୋକଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିପାରେ ବୋଲି ସୂଚନା ମିଳୁଛି ।