PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଭଦ୍ରକ: ୨ ଗୋଷ୍ଠୀ ମୁହାଁମୁହିଁ; ୮ରୁ ଅଧିକ ଆହତ, ୨ ଗୁରୁତର

ଭଦ୍ରକ ୧୮/୮:  ସାମାନ୍ୟ କଥାରୁ ଗାଁର ଦୁଇ ଗୋଷ୍ଠୀ ମୁହାଁମୁହିଁ । ଝଗଡା ହେଉ ହେଉ ଆରମ୍ଭ ହେଲା ହାତାହାତି ଓ ଶେଷରେ ବାଡ଼ି ଓ କଟୁରି ମାଡ । ଉଭୟ ପକ୍ଷରୁ ୨ ଜଣ ଗୁରୁତର ହୋଇଥିବାବେଳେ ୫ ଜଣରୁ ଅଧିକ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ ସେଠୀସାହିରେ । ଉଭୟ ପକ୍ଷରୁ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ଦିଆଯାଇଛି ।

ସେଠିସାହିର ମନୋରମା ସେଠୀଙ୍କ ଏତଲା ଅନୁଯାୟୀ ତାଙ୍କ ବଡବାପା କରୋନା ପାଇଁ ହୋଇଥିବା ଟିଏମସିରେ କାର୍ଯ୍ୟ କରୁଥିବାରୁ ତାଙ୍କ ପରିବାରକୁ ଗାଁ ମଧ୍ୟରେ ଯିବାକୁ ବାରଣ କରାଯାଉଥିଲା । ଆଜି ଗାଁ ରାସ୍ତାରେ ଯିବାବେଳେ ତାଙ୍କ ଗାଁ ର ଅପର ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ । ଅପରଗୋଷ୍ଠୀର ସୁଷମା ଆରୁକଙ୍କ ଏତଲା ଅନୁଯାୟୀ ତାଙ୍କ ପରିବାରକୁ ଅନ୍ୟ ଗୋଷ୍ଠୀ ଏକାଠି ହୋଇ କଟୁରିରେ ଆକ୍ରମଣ କରିଥିଲେ । ପରେ ଏହି ସଂଘର୍ଷରେ ଉଭୟ ପକ୍ଷ ରୁ ୧୦ ରୁ ଅଧିକ ଲୋକ ଗୁରୁତର ଓ ଆହତ ହୋଇଥିଲେ । ୨ ଜଣଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିବାବେଳେ ୮ ଜଣରୁ ଅଧିକ ଲୋକ ଭଣ୍ଡାରିପୋଖରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଭଣ୍ଡାରିପୋଖରୀ ପୋଲିସ ଗାଁରେ ପହଂଚି ତଦନ୍ତ ଆରମ୍ଭ କରିଛି ।