କେନ୍ଦୁଝର ଜଙ୍ଗଲରୁ ମିଳିଲା ବିରଳ ଦୁଇ ମୁଣ୍ଡିଆ ସାପ

ଭୁବନେଶ୍ୱର ୭/୫: କେନ୍ଦୁଝର ଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟର ଢେଙ୍କିକୋଟ୍ ରେଞ୍ଜରୁ ଉଦ୍ଧାର ହୋଇଛି ବିରଳ ୨ ମୁଣ୍ଡିଆ ସାପ । ଏହି ବିରଳ ସାପକୁ ଉଦ୍ଧାର କରିଛନ୍ତି ବନ୍ୟଜୀବ ବିଶେଷଜ୍ଞ ରାକେଶ ମୋହଲିକ । ରାକେଶ ଏହି ଦୁଲର୍ଭ ସାପକୁ ଅଭୟାରଣ୍ୟରୁ ଠାବ କରିଥିଲେ। ଏହା ଏକ ନବଜାତ ସାପ । ଏହା ଓଲଫ ପ୍ରଜାତି ସାପ ବୋଲି ଚିହ୍ନଟ ହୋଇଛି । ଏହି ପ୍ରଜାତିର ସାପ ଯଦିଓ ବିଷାକ୍ତ ହୋଇନଥାନ୍ତି ତେବେ ଏହାକୁ ଦେଖି ଜଣେ ଭୟଭୀତ ହୋଇଯିବା ସ୍ୱାଭାବିକ ।

ଉଦ୍ଧାର ହୋଇଥିବା ଏହି ବିରଳ ସାପର ଲମ୍ବ ୧୪ ସେମି  । ଏହାର ୨ଟି ମୁଣ୍ଡ, ୪ଟି ଆଖି ଓ ୨ଟି ଜିଭ ଅଛି । ଏହାର ୨ଟି ଯାକ ମୁଣ୍ଡ ସ୍ୱତନ୍ତ୍ର ଭାବେ କାମ କରୁଛି । ତେବେ ଗୋଟିଏ ମୁଣ୍ଡ ସମ୍ପୂର୍ଣ୍ଣ ବିକଶିତ ହୋଇସାରିଥିବାବେଳେ ଅନ୍ୟଟି ସାମାନ୍ୟ ବିକଶିତ ହୋଇଛି । ବନ୍ୟଜନ୍ତୁ ବିଶେଷଜ୍ଞ ତଥା ଫଟୋଗ୍ରାଫର ରାକେଶ ମୋହଲିକଙ୍କ ଦ୍ଵାରା ଏହାର ଭିଡିଓ ସୁଟିଂ ହୋଇଥିଲା। ସେ ବନ୍ୟପ୍ରାଣୀଙ୍କ ବିଭିନ୍ନ ପ୍ରଜାତି ଉପରେ ଗବେଷଣା କରିବା ପରେ ଏହି ସାପର ପ୍ରଜାତି ଚିହ୍ନଟ କରିଥିଲେ । ଚିହ୍ନଟ ପରେ ସାପକୁ ଜଙ୍ଗଲରେ ଛାଡି ଦିଆଯାଇଛି । ଏହା ବିରଳ ପ୍ରଜାତିର ଜୀବ ଅଟେ। ପ୍ରାୟ ଲକ୍ଷେ ବନ୍ୟପ୍ରାଣୀଙ୍କ ମଧ୍ୟରେ ଏମିତି ବିରଳ ଜୀବ ନଜର ଆସିଥାଏ ।

   ସମ୍ବନ୍ଧିତ ଖବର


ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

କଳା ପଲସର ଆତଙ୍କ: ବାଇକ୍‌ରେ ଆସି ଝାମ୍ପି ନେଲେ ଗହଣା ବ୍ୟାଗ୍, ୪ ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

ବାର୍‌ ଖୋଲିବାକୁ ବିରୋଧ : ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ ଓ ସ୍ବୟଂ ସହାୟକ ଗୋଷ୍ଠୀ

ଏସ୍‌ସିବିରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ଏମିତି… ପରିବାର ଲୋକେ ମୃତ୍ୟୁର ୧୮ ଦିନ ପରେ ପାଇଲେ ଖବର

ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଅଟୋ: ୨ମୃତ, ୧୦ ଗୁରୁତର

କରୋନାରେ ଆଖି ବୁଜିଲେ କ୍ରିକେଟ୍‌ ଆସୋସିଏସନର ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର କର