ପୁଣି ଚର୍ଚ୍ଚାରେ ପୁରୀ ପୁଲିସ୍: ୨ ଘଣ୍ଟାରେ ୫ ଚୋର ଗିରଫ

ପୁରୀ ୪/୯ : ପେଣ୍ଠକଟା ଫାଣ୍ଡି ଅଧିକାରୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏକ ଚୋରି ଘଟଣାକୁ ନେଇ ଛାନ୍‌ଭିନ୍‌ କରୁଥିବାବେଳେ ମାତ୍ର ୨ ଘଣ୍ଟା ଭିତରେ ୫ ଜଣ ଚୋରଙ୍କୁ ଉଠାଇ ନେଇ ଏକାଧିକ ମାମଲାର ପର୍ଦ୍ଦାଫାସ୍‌ କରିବାରେ ସେ ସକ୍ଷମ ହୋଇଛନ୍ତି ।

ପେଣ୍ଠକଟାବାସୀଙ୍କ କହିବା ଅନୁଯାୟୀ, ଶ୍ରୀବିହାର ଛକରେ ଲିଲି ରେସ୍ତୋରାଁ ରହିଛି । ଏଠାରେ ରାମମନ୍ଦିର ନିକଟ ତେଲୁଗୁ ସାହିର ଗୋପାଳ ଜାଲି ନାମକ ଜଣେ କର୍ମଚାରୀ ରହୁଥିଲେ । ତାଙ୍କର ଏକ ଅଟୋ ଥିଲା । ଅଟୋ ଚଳାଇବା ସହ ସେ ରେସ୍ତୋରାଁରେ କାମ କରି ରାତିରେ ସେଠାରେ ଆଶ୍ରୟ ବି ନେଉଥିଲେ । ସୋମବାର ବିଳମ୍ବିତ ରାତିରେ ଗୋପାଳ ଶୋଇଥିବାବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କ ପକେଟରୁ ମୋବାଇଲ ଓ ୮ ହଜାର ୨ ଶହ ଟଙ୍କା ସହ ଅଟୋରୁ ଷ୍ଟେପିନ୍‌ ନେଇ ପଳାଇଥିଲେ ।

ସକାଳେ ଏହାକୁ ନେଇ ଚୋର ଫାଣ୍ଡି ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲେ । ହେଲେ ବ୍ୟକ୍ତି ଏହାକୁ ନରଖି କିଛି ଲୋକଙ୍କୁ କହିଦେଇଥିଲେ । ଖବର ପ୍ରକାଶ ପାଇବା ପରେ ରେସ୍ତୋରାଁ ମାଲିକ ଲିଲି ପ୍ରଧାନଙ୍କ ପୁଅ ଶିବ ପ୍ରଧାନ ଉକ୍ତ ବ୍ୟକ୍ତିଙ୍କୁ ପଚାରି ଚୋର ଜଣକ ସ୍ଥାନୀୟ ଅଞ୍ଚଳର ବ୍ରଜ ସାହୁ ବୋଲି ଜାଣିବାକୁ ପାଇଥିଲେ । ପରେ ସେ ବ୍ରଜକୁ କାବୁ କରି ପେଣ୍ଠକଟା ନେଇଆସିଥିଲେ । ସେଠାରେ କିଛି ଲୋକେ ତାକୁ ଘେରି ଯାଇଥିବାବେଳେ ଖବର ପାଇ ଫାଣ୍ଡି ଅଧିକାରୀ ଶ୍ରୀ ପାହାଡସିଂହ ଘଟଣା ସ୍ଥଳରେ ପହଞ୍ଚି ବ୍ରଜକୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲେ । ସେଠାରେ ପଚରା ଉଚରା କରାଯାଇଥିଲା ।

ଏହାପରେ ଘଟଣାରେ ରବି ସୁବୁଦ୍ଧି ଓ କାହ୍ନା ବାରିକ ନାମକ ଦୁଇ ଜଣ ଯୁବକ ସାମିଲ୍‌ ଥିବା ଜଣାପଡିଥିଲା । ତେଣୁ ଆଉ ବିଳମ୍ବ ନକରି ଚଢଉ କରିଥିଲେ ପାହାଡାସିଂହ । ଖବର ନେଇ ଦୁଇ ଜଣଙ୍କ ପାଖରେ ପହଞ୍ଚି ଯାଇଥିଲେ । ପୃଥକ ସ୍ଥାନରୁ ଦୁହିଁଙ୍କୁ ଉଠାଇ ନେଇ ଥାନା ହାଜତରେ ଭର୍ତ୍ତି କରିଥିଲେ । ଏହି ଚଢଉବେଳେ କାହ୍ନାର ଭାଇ ମୁନା ବାରିକକୁ ମଧ୍ୟ ଅନ୍ୟ ଏକ ସ୍ଥାନରୁ ଉଠାଇ ନେଇଥିଲେ । ଏମାନଙ୍କୁ ଜେରା ପରେ ଆଉ ଜଣେ ଅଭିଯୁକ୍ତ ନଣ୍ଡା ନାୟକକୁ ମଧ୍ୟ ସେ ଉଠାଇ ନେଇଥିଲେ । ସମସ୍ତ ଅଭିଯୁକ୍ତ ଏକାଧିକ ମାମଲାରେ ଜଡିଥିବାବେଳେ ଦୀର୍ଘ ଦିନ ଧରି ପୁଲିସ ଆଖିରେ ଧୂଳି ଦେଇ ଲୁଚି ରହିଥିଲେ ।

ଜଣେ ଧରାପଡିବା ପରେ ଅନ୍ୟମାନଙ୍କୁ ମାତ୍ର ୨ ଘଣ୍ଟା ଭିତରେ କାବୁ କରିଥିବା ଦେଖଣାହାରୀମାନେ କହିଛନ୍ତି । ସମସ୍ତେ ପେଣ୍ଠକଟାରୁ ହିଁ ଧରାପଡିଛନ୍ତି । ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ପାହାଡାସିଂହ ତଥ୍ୟ ପ୍ରଦାନ କରି ନାହାନ୍ତି । ବୁଧବାର ଏନେଇ ସମସ୍ତ ତଥ୍ୟ ଦିଆଯିବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର

ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ