ବିଶ୍ୱର ସବୁଠାରୁ ସୁରକ୍ଷିତ ସହର ମଧ୍ଯରେ ଭାରତର ଏହି ୨ ସହର, ଦେଖନ୍ତୁ ତାଲିକା

ନୁଆଦିଲ୍ଲୀ ୩୦/୮: ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ ୨୦୧୯ ମସିହା ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ସହରର ତାଲିକା ଜାରି କରିଦେଇଛନ୍ତି । ଏଥିରେ ଭାରତର ୨ ବଡ ସହରକୁ ସ୍ଥାନ ମିଳିଛି । ଅବଶ୍ଯ ଏହି ସହରର ତାଲିକା ଆଶ୍ଚର୍ୟ୍ଯଜନକ ମନେ ହୁଏ କାରଣ ଭାରତର ସବୁଠାରୁ ସୁରକ୍ଷିତ ଜଣା ଯାଉଥିବା ସହରର ନାଁ ଏହି ତାଲିକାରେ ନାହିଁ ।

ଭାରତର ସେହି ୨ ସହରର ନାମ ଜଣାଇବା ପୂର୍ବରୁ ଆମେ ଆପଣଙ୍କୁ ଜଣାଇବୁ ଯେ କେଉଁ ଆଧାରରେ ଏହି ସୂଚୀ ପ୍ରସ୍ତୁତ କରାଯାଇଛି ।

 ଏହି ତାଲିକାକୁ ୪ ଅଲଗା ଅଲଗା ଭାଗରେ ବଣ୍ଟା ଯାଇଛି । ଏହି ୪କୁ ସ୍କୋର ଆଧାରେ ଓଭରାଲ୍ ସ୍କୋର ଓ ସୂଚୀ ବନାଯାଇଛି । ଏହି ୪ ଶ୍ରେଣୀ ହେଲା – ଡିଜିଟାଲ୍ ସିକ୍ୟୋରିଟି, ହେଲ୍ଦ ସିକ୍ୟୋରିଟି, ଇନଫ୍ରାଷ୍ଟ୍ରକ୍ଚର ସିକ୍ଯୋରିଟି ଏବଂ ପର୍ସନାଲ୍ ସିକ୍ଯୋରିଟି ।


ଜାରି ହୋଇଥିବା ତାଲିକାରେ ୧୦ ସବୁଠାରୁ ସୁରକ୍ଷିତ ସହର ମଧ୍ଯରୁ ୬ ଏସିଆ-ପେସିଫିକ୍ ରହିଛି ।

ଏହା ହେଉଛି ବିଶ୍ୱର ସବୁଠାରୁ ଟପ୍ ୧୦ ସହର
୧. ଟୋକିୟୋ, ଜାପାନ

୨. ସିଙ୍ଗାପୁର

୩. ଓସାକା, ଜାପାନ

୪. ଏମ୍ସଟର୍ଡନ, ଦ ନିଦରଲ୍ୟାଣ୍ଡ

୫. ସିଡନୀ, ଅଷ୍ଟ୍ରେଲିଆ

୬. ଟୋରଣ୍ଟୋ, କାନାଡା

୭. ୱାଶିଂଟନ୍ ଡିସି, ଆମେରିକା

୮. କୋପନହେଗମ, ଡେନମାର୍କ

୯. ସିୟୋଲ, ଦକ୍ଷିଣ କୋରିଆ

୧୦. ମେଲବର୍ନ, ଅଷ୍ଟ୍ରେଲିଆ

ଅଲଗା ଅଲଗା ଶ୍ରେଣୀରେ ଏହା ଦୁନିଆର ଟପ୍ ୫ ସବୁଠାରୁ ସୁରକ୍ଷିତ ସହର

ଡିଜିଟାଲ୍ ସିକ୍ୟରିଟି ମାମଲାରେ…
୧. ଟୋକିଓ

୨. ସିଙ୍ଗାପୁର

୩. ୱାଶିଂଟନ୍ ଡିସି

୪. ଲସ୍ ଆଞ୍ଜେଲସ୍

୫. ସେନ୍ ଫ୍ରାନ୍ସିସ୍କୋ

୬.ଶିକାଗୋ

ହେଲ୍ଦ ସିକ୍ୟୋରିଟି ମାମଲାରେ ଟପ୍ ୫
୧.ଓସାକା

୨. ଟୋକ୍ୟ

୩. ସିୟୋଲ

୪. ଏମ୍ସଟର୍ଡମ

୫. ଷ୍ଟକହୋମ୍

ଇନଫ୍ରାଷ୍ଟ୍ରକ୍ଚର ସିକ୍ୟୋରିଟି ମାମଲାରେ ଟପ୍ ୫
୧. ସିଙ୍ଗାପୁର

୨. ଓସାକା

୩. ବାର୍ସିଲୋନା

୪. ଟୋକ୍ୟ

୫. ମେଡ୍ରିଡ୍

ପର୍ସନଲ୍ ସିକ୍ୟୋରିଟି ମାମଲାରେ ଟପ୍ ୫
୧. ସିଙ୍ଗାପୁର

୨. କୋପନହେଗନ୍

୩.ହକଂକଙ୍ଗ

୪. ଟୋକ୍ୟ

୫.ୱିଲିଂଟନ୍

ଭାରତର କେଉଁ ୨ ସହରକୁ ମିଳିଛି ସ୍ଥାନ
୧. ମୁମ୍ବାଇ ୪୫ ତମ ସ୍ଥାନ

୨. ନୁଆଦିଲ୍ଲୀ ୫୨ ତମ ସ୍ଥାନ

ଏହି ୨ ସହର ବ୍ୟତୀତ ଭାରତର ଆଉ କୌଣସି ସହରକୁ ତାଲିକାରେ ସ୍ଥାନ ମିଳିନି ।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ