କଶ୍ମୀର: ପୁଞ୍ଚ ସେକ୍ଟରରେ ପାକିସ୍ତାନୀ ସେନା ଗୁଳିରେ ୨ ଭାରତୀୟ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର ୩/୧୨: ଜମ୍ମୁ କଶ୍ମୀରର ପୁଞ୍ଚ ସେକ୍ଟରରେ ମଙ୍ଗଳବାର ପାକିସ୍ତାନୀ ସେନାର ଗୁଳିରେ ୨ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପାକିସ୍ତାନର ଏହି ହରକତର କଡା ଜବାବ ଦେଇଛି ଭାରତୀୟ ସେନା । ପାକିସ୍ତାନୀ ସେନା ଶୁକ୍ରବାର ସନ୍ଧ୍ୟାରୁ ପୁଞ୍ଚର କୃଷ୍ଣାଘାଟୀ, ବାଲାକୋଟ, ଶାହପୁର, କିରଣୀ ଓ ମାଲତୀ ସେକ୍ଟରରେ ଲଗାତର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ।

ସୂଚନା ଅନୁସାରେ ନଭେମ୍ବର ମାସରେ ପାହାଡରେ ହୋଇଥିବା ପ୍ରବଳ ତୁଷାରପାତ ଫଳରେ କଶ୍ମୀର ଘାଟିରେ ଅନୁପ୍ରବେଶକାରୀଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଛି । ଏହା ଫଳରେ ପାକିସ୍ତାନୀ ସେନା ଜମ୍ମୁର ସୀମାବର୍ତ୍ତୀ ରାଜୋରୀ ଓ ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରିବା ସହ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ଆଜି ପାକ୍‌ସେନା ଗୁଳିରେ ୨ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି ।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା