PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଅନୈତିକ କାର୍ଯ୍ୟ ସନ୍ଦେହରେ ୨ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

ଜଗତସିଂପୁର ୭/୮:  ବିବାହିତ ମହିଳାଙ୍କ ଘରୁ ୨ ଯୁବକଙ୍କୁ ଆପତ୍ତି ଜନକ ଦ୍ରବ୍ୟ ସହ ଧରିବା ପରେ ବହେ ଛେଚିଲେ ଗାଁ ଲୋକେ । ଦୁହିଁଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିବା ସହ ରାତିସାରା ଗଛରେ ବାନ୍ଧି ରଖିଲେ ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକପୁର ଫାଣ୍ଡି ଅନ୍ତର୍ଗତ କାଳିନାଗ ଖାନଚନ୍ଦ୍ରପୁର ଗ୍ରାମରେ ।

ସୂଚନାନୁସାରେ, କାଳିନାଗ ଖାନଚନ୍ଦ୍ରପୁର ଗ୍ରାମରେ ଏକ ପରିବାରରେ ସ୍ୱାମୀ ଘରେ ରହୁନଥିବା ଜନୈକା ମହିଳାଙ୍କ ଘରକୁ ଦୈନିକ କିଛି ଅପରିଚିତ ଯୁବକ ଆସିଥାନ୍ତି। ଗ୍ରାମରେ କିଛି ଦିନ ହେଲା ଛୋଟମୋଟ ଚୋରି ହେଉଥିଲା। ଗୁରୁବାର ରାତିରେ ଦୁଇଜଣ ସନ୍ଦିଗ୍ଧ ଯୁବକ ମହିଳାଙ୍କ ଘରକୁ ଆସି ଦୀର୍ଘ ସମୟ ରହିଥିଲେ। ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ ଏବଂ  ଦୁଇ ଯୁବକଙ୍କୁ ଧରି ଆଣି ପଚରାଉଚରା କରିଥିଲେ। ସେମାନଙ୍କ ପକେଟରୁ କିଛି ଆପତ୍ତିଜନକ ଦ୍ରବ୍ୟ ବାହାରିବାରୁ  ଗ୍ରାମବାସୀ ସେହି ଦୁଇ ଯୁବକଙ୍କୁ ବହେ ମାଡ ମାରିଥିଲେ ଏବଂ ଏହା ପରେ ରାତିସାରା ଗୋଟିଏ ଗଛରେ ବାନ୍ଧି ପକାଇ ଦେଇଥିଲେ। ଖବରପାଇ କନକପୁର ଫାଣ୍ଡି ପୋଲିସ ପହଞ୍ଚି ଯୁବକ ଦୁହିଁଙ୍କୁ ଉଦ୍ଧାର କରି ଫାଣ୍ଡିକୁ ନେଇଥିବା ଜଣାପଡିଛି । ଦୁଇ ଯୁବକ ମୁଳିସିଂ ପଞ୍ଚାୟତ ହରିସିଂହପୁର ଗ୍ରାମର ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର