PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଲକ୍‌ଡାଉନ୍‌ରେ ୨ ଲକ୍ଷ ରେସ୍ତୋରାଁ ବନ୍ଦ, ୩୫ ଲକ୍ଷଙ୍କ ରୋଜଗାର ପ୍ରଭାବିତ

google.com

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଛି । କିନ୍ତୁ ସର୍ବାଧିକ ପ୍ରଭାବିତ ହୋଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ରେସ୍ତୋରାଁ ଶିଳ୍ପ ରହିଛି । କୋଭିଡ ଲକ୍‌ଡାଉନ୍‌ ଯୋଗୁ ଗତ ୧୫ ମାସ ମଧ୍ୟରେ ୨ ଲକ୍ଷରୁ ଅଧିକ ରେସ୍ତୋରାଁ ବନ୍ଦ ହୋଇଯାଇଛି । ଏହା ଦ୍ୱାରା ୩୦-୩୫ ଲକ୍ଷ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । ଭାରତୀୟ ରେସ୍ତୋରାଁ ସଂଘର ସଭାପତି ଅନୁରାଗ କଟ୍ରିଆର ଏହି ସୂଚନା ଦେଇଛନ୍ତି । ତାଙ୍କ ମୁତାବକ କରୋନା ମହାମାରୀ ପୂର୍ବରୁ ଦେଶରେ ରେସ୍ତୋରାଁ ଶିଳ୍ପର ବାର୍ଷିକ ବ୍ୟବସାୟ ସାଢ଼େ ୪ ଲକ୍ଷ କୋଟି ଟଙ୍କା ଥିଲା । ଏବେ ଏହା ୧ ଲକ୍ଷ ୨୫ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି ।

ଆମ ସଂଘ ସହ ୫ ଲକ୍ଷରୁ ଅଧିକ ରେସ୍ତୋରାଁ ସାମିଲ ଅଛନ୍ତି । କରୋନାର ପ୍ରଥମ ଲହରରେ ପାଖାପାଖି ୩୦% ରେସ୍ତୋରାଁ ବନ୍ଦ ହୋଇଯାଇଥିଲା । ଦ୍ୱିତୀୟ ଲହରରେ ୧୦% ରେସ୍ତୋରାଁ ବନ୍ଦ ହୋଇଯାଇଛି । ଏହି ହିସାବରେ ମହାମାରୀ ଯୋଗୁ ପ୍ରାୟ ୨ ଲକ୍ଷ ରେସ୍ତୋରାଁରେ ତାଲା ପଡ଼ିଛି । ପ୍ରତ୍ୟକ୍ଷ ଭାବେ ଏହି ଶିଳ୍ପ ୭୩ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇଥାଏ । କିନ୍ତୁ କରୋନା ଯୋଗୁ ୩୦ରୁ ୩୫ ଲକ୍ଷ ଲୋକ ଜୀବିକାଶୂନ୍ୟ ପାଲଟିଛନ୍ତି । ଫାଇନ ଡାଇନିଂ ଉପରେ ସର୍ବାଧିକ ପ୍ରଭାବ ପଡ଼ିଛି । ଏହାଛଡ଼ା ନାଇଟ କ୍ଲବ, ବଙ୍କେଟ ହଲ, ବାର୍‌ ଉପରେ ବିଶେଷ ପ୍ରଭାବ ଅନୁଭୂତ ହୋଇଛି ।

ଏବେ ଅନ୍‌ଲାଇନ୍‌ରେ କିଛିଟା କାରବାର ଜାରି ରହିଥିବାରୁ କିଛି ସଂସ୍ଥା ଧିମା କାରବାର କରୁଛନ୍ତି । କରୋନା ଯୋଗୁ ରେସ୍ତୋରାଁରେ କାମ କରିବାର ତରିକା ବଦଳି ଯାଇଛି । ଏବେ ନୂଆ ସ୍ୱାଭାବିକତା ଅନୁସାରେ ୫୦% କ୍ଷମତାରେ ବ୍ୟବସାୟ କରିବାକୁ ପଡୁଛି । ଡେଲିଭରି ବ୍ୟବସାୟ କିଛି ପରିମାଣରେ ତିଷ୍ଠିରହୁଛନ୍ତି । କିନ୍ତୁ ଏଥିରେ ବି ଭିନ୍ନ ସମସ୍ୟା ରହିଛି । କଟ୍ରିଆର୍‌ ନିଜର ୩୦ ବର୍ଷର କ୍ୟାରିୟରରେ ଏଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ନ ଥିବା କହିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରି ସେ କହିଛନ୍ତି, ସରକାର ଆମ ପାଇଁ ନିୟମକାନୁନ ତିଆରି କରୁଛନ୍ତି । ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କିନ୍ତୁ କୌଣସି ପ୍ରକାର ରିହାତି ଦିଆଯାଉ ନାହିଁ । ତେବେ ଏମ୍‌ଏସ୍‌ଏମ୍‌ଇକୁ ଦିଆଯାଇଥିବା କ୍ରେଡିଟ ସ୍କିମ ଯୋଗୁ ଆମକୁ ଫାଇଦା ମିଳିଛି । ସରକାରଙ୍କଠାରୁ ଆମେ କିଛି ଲିକ୍ୱିଡିଟି ସହାୟତା ଲୋଡ଼ୁଛୁ । ଏହାଛଡ଼ା ଜିଏସ୍‌ଟି ଉପରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ସୁବିଧା ପୁଣି ଆରମ୍ଭ ପାଇଁ ଅନୁରୋଧ କରିଛୁ । ସେତିକି ନୁହେଁ, କେନ୍ଦ୍ର ସରକାର ଇ-କମର୍ସ ନିମନ୍ତେ ଏଭଳି ନୀତି ବନାଇବା ଆବଶ୍ୟକ, ଯାହାଦ୍ୱାରା ସମସ୍ତ ଅଂଶୀଦାର ଫାଇଦାରେ ରହିବେ ।

ସମ୍ବନ୍ଧିତ ଖବର