ଦୁଇ ଲୁଟେରାଙ୍କୁ ମାଡ଼ି ବସିଲା ପୁଲିସ

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଲୁଟ୍‌ପାଟ କରି ଫେରାର୍‌ ଥିବା ଦୁଇ ଲୁଟେରାଙ୍କୁ ଆଜି ସହିଦନଗର ଥାନା ପୁଲିସ କାବୁ କରିଛି । ସେମାନେ ହେଲେ ରସୁଲଗଡ଼ ଭଗବତ ସଦନର ସତ୍ୟମ ପ୍ରଧାନ (୨୦) ଓ ସତ୍ୟନଗରରେ ରହୁଥିବା କଟକ ନିଆଳିର ରାକେଶ ପଣ୍ଡା (୨୩) । ପୁଲିସ ଉଭୟଙ୍କ ଠାରୁ ଏକ ବାଇକ୍‌ ଓ ଦାମୀ ମୋବାଇଲ୍‌ ଫୋନ୍‌ ଜବତ କରିଛି ।
ପୁଲିସ ସୂଚନା ଅନୁଯାୟୀ, ଟଙ୍କପାଣି ରୋଡ୍‌ ବାସୁଦେବ ନଗରରେ ରହୁଥିବା ରାହୁଲ ଅମିନ ଜଣେ ରାଜମିସ୍ତ୍ରୀ । ଗତ ୫ ତାରିଖ ସନ୍ଧ୍ୟାରେ ସେ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ । ବାଟରେ ସତ୍ୟମ ଓ ରାକେଶ ଅମିନଙ୍କୁ ଅଟକାଇ ପାଖରେ କ’ଣ ରଖିଛୁ ଦେଇଦେ ବୋଲି କହିଥିଲେ ।

ଅମିନ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ମାରି ମୋବାଇଲ ଫୋନ୍‌ ଓ ମନିପର୍ସ ଛଡ଼ାଇ ନେଇଥିଲେ । ଏନେଇ ଅମିନ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଲୁଟ୍‌ପାଟ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଆଜି ସକାଳେ ସତ୍ୟମ ଓ ରାକେଶ ରସୁଲଗଡ଼ ଛକରେ ବୁଲୁଥିବା ବେଳେ ସେମାନଙ୍କୁ ଅମିନ ଦେଖିଥିଲେ । ଏନେଇ ତୁରନ୍ତ ସହିଦନଗର ଥାନା ପୁଲିସକୁ ଜଣାଇଥିଲେ । ପୁଲିସ ଟିମ୍‌ ରସୁଲଗଡ଼ ଛକରେ ପହଞ୍ଚି ସତ୍ୟମ ଓ ରାକେଶଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଥିଲା । ସେମାନଙ୍କ ଠାରୁ ପୁଲିସ ଅମିନଙ୍କ ମୋବାଇଲ ଓ ଲୁଟ୍‌ରେ ବ୍ୟବହୃତ ବାଇକ୍‌କୁ ଜବତ କରିଥିଲା । ଅପରାହ୍ଣରେ ସତ୍ୟମ ଓ ରାକେଶଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଅଫିସ୍‌ ସମେତ ୬ଟି ସ୍ଥାନରେ ଛାପା‌

ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ଅବସରପ୍ରାପ୍ତ ପୁଲିସ ଆଇଜି ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ପରଲୋକ

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍