ଲୋକସଭା ସଚିବାଳୟରେ ଆଉ ଦୁଇ ଜଣ କରୋନା ପଜିଟିଭ୍, ବଢ଼ିପାରେ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ ୨୩।୫ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ କରୋନା ଲୋକସଭା ସଚିବାଳୟରେ ପହଞ୍ଚିଛି। ଶୁକ୍ରବାର ଦିନ ଲୋକସଭା ସଚିବାଳୟରେ ଆଉ ଦୁଇଟି କରୋନା ପଜିଟିଭ୍ ସାମ୍ନାକୁ ଆସିଛି। ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସୁରକ୍ଷା କର୍ମୀ।

ଏହା ସହ ଲୋକସଭା ସଚିବାଳୟରେ ଏପର୍ଯ୍ୟନ୍ତ ମୋଟ ତିନିଜଣ କରୋନା ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାପୂର୍ବରୁ ଜଣେ ସଫେଇ କର୍ମଚାରୀଙ୍କୁ କରୋନା ପଜିଟିଭ୍ ମିଳିଥିଲା, ତା’ପରେ ସୂତ୍ରରୁ ପ୍ରକାଶ ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପିଟିଆଇ ଅନୁଯାୟୀ ଶୁକ୍ରବାର ଦିନ ସୂତ୍ରରୁ ପ୍ରକାଶ ଯେ ଆଉ ଦୁଇଜଣ ଲୋକସଭା ସଚିବାଳୟ କର୍ମଚାରୀ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି, ସେମାନଙ୍କ ମଧ୍ୟରୁ ଜଣେ ସୁରକ୍ଷା କର୍ମୀ। ସଚିବାଳୟରେ ସମୁଦାୟ ତିନୋଟି କରୋନା ମାମଲା ରହିଛି। ତେବେ କରୋନା ସଂକ୍ରମିତ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।

   ସମ୍ବନ୍ଧିତ ଖବର


କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ