PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ଫୁଲବାଣୀ,୩୧-୫- ଘରର ପାଇଖାନା ଟାଙ୍କି ଖୋଲୁଥିବା ବେଳେ ଶ୍ଵାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି !ଏହି ଦୁଃଖଦ ଘଟଣା ଘଟିଛି ଫୁଲବାଣୀ ସହର ଉପକଣ୍ଠ ପିଟବାରି ଗ୍ରାମରେ । ଘଟଣାରେ ଘର ମାଲିକ ଏବଂ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଘର ମାଲିକ ହେଲେ ସଞ୍ଜୟ ପ୍ରଧାନ ଏବଂ ଶ୍ରମିକ ଜଣକ ହେଲେ ସନ୍ତୋଷ କହଁର ।

ସୂଚନା ଅନୁସାରେ ମୃତକ ଘର ମାଲିକ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ସେ ପିଟବାରି ଗ୍ରାମରେ ସରକାରୀ କୋଟାରେ ପାଇଥିବା ଜାଗାରେ ଘର ନିର୍ମାଣ କରୁଥିଲେ । ଘରର ପାଇଖାନା ଟାଙ୍କି ଖୋଲାଉଥିବା ବେଳେ ଟାଙ୍କି ଭିତରେ ଶ୍ୱାସ ରୁଦ୍ଧ ହୋଇ ଶ୍ରମିକ ସନ୍ତୋଷ ଗୁରୁତର ହୋଇପଡିଥିଲେ। ତାଙ୍କୁ ବଞ୍ଚାଇବାକୁ ଘର ମାଲିକ ମଧ୍ୟ ଟାଙ୍କି ଭିତରକୁ ପଶିଥିଲେ । ତେବେ ସେ ମଧ୍ୟ ଶ୍ଵାସରୁଦ୍ଧ ହୋଇପଡିଥିଲେ । ଏହାପରେ ଘରର ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି, ଦୁଇ ଜଣଙ୍କୁ ପାଇଖାନା ଟାଙ୍କିରୁ ଉଦ୍ଧାର କରି ଫୁଲବାଣୀ ମେଡିକାଲକୁ ନେଇଥିଲେ । ତେବେ ମେଡିକାଲରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପିଟବାରୀ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି ।