ମାସ୍କ ପିନ୍ଧି ନଥିବା ଯୁବକକୁ ନିସ୍ତୁକ ମାଡ ମାରିଥିବା ଦୁଇ ପୁଲିସ କର୍ମଚାରୀ ନିଲମ୍ବିତ- ଏହାର ଭିଡିଓ ହୋଇଥିଲା ଭାଇରାଲ୍

ଇନ୍ଦୋର- ମାସ୍କ ପିନ୍ଧି ନଥିବା ଅଭିଯୋଗରେ ଜଣେ ଅଟୋରିକ୍ସା ଚାଳକକୁ ରାସ୍ତାର ଗଡେଇ ତଡେଇ ମାରିଥିବା ଦୁଇ ଜଣ କନେଷ୍ଟବଳଙ୍କୁ ଇନ୍ଦୋର ଏସ୍ପି ନିଲମ୍ବିତ କରିଛନ୍ତି । ପ୍ରଥମେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ପରେ ଏହାର ଭିଡିଓ ଭାଇରାଲ୍ ହେବାପରେ ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଛି । ଏହି ଅଟୋରିକ୍ସା ଚାଳକ ନିଶା ସେବନ କରନ୍ତି ଆଗରୁ ତାଙ୍କ ନାମରେ ଛୁରି ଭୁଷିବା ଅଭିଯୋଗ ଥିବା ଇନ୍ଦୋର ଏସ୍ପି ସୂଚନା ଦେଇଛନ୍ତି । ହଲେ ରିକ୍ସା ଚାଳକ ଜଣଙ୍କ ଡାକ୍ତରଖାନାରେ ତାଙ୍କ ବାପା ପଡିଥିବା ବେଳେ ସେ ତାଙ୍କୁ ଖାଇବାକୁ ଦେବା ପାଇଁ ଯାଉଥିବା ବେଳେ ଏପରି ହୋଇଥିବା କହିଛନ୍ତି । ତାଙ୍କର ମାସ୍କ ନାକ ତଳକୁ ଖସି ପଡିଥିଲା । ଏହାପରେ ଦୁଇଜଣ କନେଷ୍ଟବଳଙ୍କ ସହ ଯୁକ୍ତିତର୍କ ହେବାରୁ ସେମାନ ଆକ୍ରମଣ କରିବା ସହ ମାର୍ପିଟ୍ କରିଥିବା କଥା କହିଛନ୍ତି ।
ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ଜଣେ ସିଏସ୍ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ । ପୋଲିସ୍ର ଏପରି କାର୍ଯ୍ୟକୁ ସବୁସ୍ତରରେ ନିନ୍ଦା କରାଯାଇଛି । ଯଦି ରିକ୍ସା ଚାଳକ ନାମରେ ଅଭିଯୋଗ ଥିଲା ପୋଲିସ ଆଗରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ପ୍ରଶ୍ନ ଉଠିଛି । ଏହା ସହ ମାସ୍କ ପାଇଁ ଫାଇନ୍ ବ୍ୟବସ୍ଥା ଥିବା ବେଳେ ରାସ୍ତାରେ ମାରିବାକୁ ସମସ୍ତେ ନିନ୍ଦା କରିଛନ୍ତି ।
I
ଇନ୍ଦୋରରେ କରୋନା ମାମଲା ବୃଦ୍ଧି ପାଇଥିବାରୁ ସମସ୍ତ କଟକଣାକୁ କଡାକଡି ଭାବେ ମାନିବା ପାଇଁ ନିର୍ଦେଶ ଦିଆଯାଇଛି । ଲୋକଙ୍କ ଠାରୁ ଜରିମାନା ଆଦାୟ କରିବା ପାଇଁ ନିର୍ଦେଶ ଦିଆଯାଇଛି । ପୋଲିସ ଏଭେ ରାସ୍ତାର ବାରିକେଡ୍ ଲଗାଇ ଜରିମାନା ଆଦାୟ କରୁଛି ।