ଶ୍ରୀଲଙ୍କା ବିସ୍ଫୋରଣ: କୋଟିପତି ମସଲା ବ୍ୟବସାୟୀଙ୍କ ୨ ପୁଅ ଥିଲେ ଆତ୍ମଘାତୀ, ଚଢାଉ ବେଳେ ବୋହୁ ମଧ୍ୟ ନିଜକୁ ବମରେ ଉଡାଇଲେ

କଲୋମ୍ବୋ,୨୫।୪: ଶ୍ରୀଲଙ୍କାର କଲୋମ୍ବୋରେ ଇଷ୍ଟର ଅବସରରେ ଗତ ୨୧ ତାରିଖରେ ଘଟିଥିବା ସିରିଜ ବିସ୍ଫୋରଣ ଘଟଣାରେ ତଦନ୍ତ ସମୟରେ ଏକ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି।  ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆକ୍ରମଣକାରୀ ଆତ୍ମଘାତୀ ଆତଙ୍କବାଦୀଙ୍କ ମଧ୍ୟରେ ଶ୍ରୀଲଙ୍କାର କୋଟିପତି ମସଲା ବ୍ୟବସାୟୀ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ୨ ପୁଅ ଇଲହାମ ଇବ୍ରାହିମ ଏବଂ ଇନ୍‌ସାଫ ରହିଥିଲେ। ଏହି ଦୁଇ କୋଟିପତି ଭାଇ ଶାଙ୍ଗ୍‌ରି-ଲା ଏବଂ ସିନାମାଁନ ଗ୍ରାଣ୍ଡ ହୋଟେଲରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ବୋମା ସହ ଉଡ଼ାଇ ଦେଇଥିଲେ। ହୋଟେଲରେ ସକାଳ ସମୟରେ ଜଳଖିଆ ଖାଇବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଅତିଥିମାନଙ୍କ ସହ ଏହି ଦୁଇ ଭାଇ ଧାଡ଼ିରେ ରହି ଏଭଳି କାଣ୍ଡ ଘଟାଇଥିଲେ।ଏହି ଦୁଇ ଭାଇଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ଦୁହେଁ ଇସଲାମିକ ସଂଗଠନ ନ୍ୟାଶନାଲ ତୋହୀଦ ଜମାତର ସଦସ୍ୟ ଥିଲେ।

ପୋଲିସର ସୂଚନା ଅନୁସାରେ ଜଣେ ଭାଇ ହୋଟେଲ ଭିତରେ ପ୍ରବେଶ କରିବା ସମୟରେ ଭୁଲ ପରିଚୟ ଦେଇଥିବା ବେଳେ ଅନ୍ୟ ଜଣେ ନିଜର ପ୍ରକୃତ ପରିଚୟ ଦେଇଥିଲେ। ଦୁଇ ଭାଇ ନିଜକୁ ସଙ୍ଗରୀ-ଲା ଓ ସିନେମନ ଗ୍ରାଣ୍ଡ ହୋଟେଲରେ ବମ୍ ଉଡାଇ ଦେଇଥିଲେ। ସେଭଳି ପୋଲିସ କହୁଛି ଯେତେବେଳ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍) ତାଙ୍କ ଘର ଉପରେ ଚଡାଉ କରିଥବା ବେଳେ ଇଲାହାମ ଇବ୍ରାହିମଙ୍କ ସ୍ତ୍ରୀ ଫାତିମା ନିଜକୁ ବମରେ ଉଡାଇ ଦେଇଛନ୍ତି, ତାଙ୍କ ସହିତ ତାଙ୍କର ଦୁଇ ଶିଶୁ ମଧ୍ୟ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ପୋଲିସର ୩ କମାଣ୍ଡୋ ମଧ୍ୟ ଶହୀଦ ହୋଇଛନ୍ତି। ପୋଳିସର ତଦନ୍ତ ବେଳେ ଜରାପଡିଛି ଯେ ଏହି ପରିବାର  ଆତଙ୍କୀ ସେଲ ଚଳାଉଥିଲେ। ତାଙ୍କ ପାଖରେ ଟଙ୍କାର କୌଣସି ଅଭାବ ନଥିଲା। ତେଣୁ ଏହି ପରିବାର ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏହି କୋଟିପତି ବ୍ୟବସାୟୀ ଏହି ଆକ୍ରମଣ ପୂର୍ବରୁ ତାଙ୍କର ବନ୍ଧୁବାନ୍ଧବଙ୍କୁ  ସୂଚନା ଦେଇଥିଲେ। କୁହାଯାଉଛି ପରିବାରର ସମସ୍ତ ସଦସ୍ୟ ବିଦେଶୀ ଆତଙ୍କବାଦୀ ସଂଗଠନ ସହିତ ସାମିଲ ରହିଥାଇ ପାରନ୍ତି।

ପରିବାର ସଦସ୍ୟଙ୍କୁ ଆତଙ୍କୀ ସେଲରେ ସାମିଲ ହେବାକୁ ପ୍ରବର୍ତ୍ତାଉ ଥିଲେ। ସିରିଜ ବିସ୍ଫୋରଣ ପଛରେ ଏହି ପରିବାରର ସମ୍ପୃକ୍ତି ଥିବା ଜଣାପଡ଼ିଛି। କାରଣ ବର୍ତ୍ତମାନ ସୁଦ୍ଧା ପୁଲିସ ୭୬ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପରିବାରର। ବିଦେଶୀ ଆତଙ୍କୀ ସଂଗଠନ ଦ୍ବାରା ଏହି ପରିବାରର ସମ୍ପର୍କ ରହିଛି କି ନାହିଁ ଏବଂ ଏତେ ବଡ଼ ଧନୀ ପରିବାର କିପରି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ସେ ନେଇ ପୋଲିସ ତଦନ୍ତ ଚଳାଇଛି। ଉଲ୍ଳେଖନୀୟ ଯେ ଇଷ୍ଟର ଅବସରରେ ଏହି ଆତ୍ମଘାତୀ ଆକ୍ରମଣରେ ଏପର୍ଯ୍ୟନ୍ତ ପ୍ରାୟ ୩୫୯ ଜଣ ନିହତ ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଛି।

   ସମ୍ବନ୍ଧିତ ଖବର


ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ପୁଣି ସ୍ଥଳଭାଗ ମୁହାଁଇପାରେ ଆଉ ଏକ ବାତ୍ୟା, ସତର୍କ ସୂଚନା ଜାରି

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା