ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ପ୍ରଗତିବାଦୀ ଅଫିସରୁ ୨ ଗାଡ଼ି ଜବତ କଲା ପୁଲିସ୍‌

ଭୁବନେଶ୍ୱର,୦୭/୦୩: ପ୍ରଗତିବାଦୀ ଅଫିସ୍‌ରୁ ମଞ୍ଚେଶ୍ୱର ଥାନା ପୁଲିସ୍‌ ୨ଟି ଗାଡ଼ି ଜବତ କରିଛି । ଉକ୍ତ ଦୁଇଟି ଗାଡି ହେଲା ସେଠାରେ ପୂର୍ବରୁ କାମ କରୁଥିବା ଡି.ଆର ଆଚାର୍ଯ୍ୟଙ୍କର । ଉକ୍ତ ଖବରକାଗଜ ସଂସ୍ଥାର କିଛି କର୍ମଚାରୀ ଜବରଦସ୍ତ ୨ଟି ଗାଡି ରଖି ଦେଇଥିଲେ । ସେପଟେ ପୁଲିସ୍‌ ସଂସ୍ଥାର ମାଲିକଙ୍କ ସହ ୬ଜଣ କର୍ମଚାରୀଙ୍କୁ ଖୋଜୁଥିବା ଜଣାପଡିଛି ।

ସୂଚନା ମୁତାବିକ, ଶ୍ରୀ ଆଚାର୍ଯ୍ୟ ଉକ୍ତ ସଂସ୍ଥାରେ ଚାକିରି କରୁଥିଲେ । କୌଣସି ଘଟଣା ପାଇଁ ସେ ସେଠାରୁ ଚାକିରି ଛାଡିଥିଲେ । ହେଲେ ଖବରକାଗଜ ସଂସ୍ଥାରେ ତାଙ୍କର ଲାଗିଥିବା ୨ଟି ଗାଡି ଦେଇନଥିଲେ ବରିଷ୍ଠ କର୍ମଚାରୀ । ଏମିତିକି ତାଙ୍କୁ ନାହିଁ ନଥିବା ସମସ୍ୟାରେ ପକାଇ ଥିଲେ । ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଏତଲା ରଖି ପୁଲିସ୍‌ ଚୁପ୍‌ ବସିଥିଲା । କିଛି ଉପାୟ ନପାଇ ଶ୍ରୀ ଆଚାର୍ଯ୍ୟ କୋର୍ଟରେ କେସ୍‌ କରିଥିଲେ । ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କହିଥିଲେ । ମଞ୍ଚେଶ୍ୱର ଥାନା ପୁଲିସ୍‌ ଘଟଣା ତଦନ୍ତ କରି ସଂସ୍ଥାର ଅଫିସ୍‌ ଭିତରେ ପଶି କ୍ରେନ୍‌ ଲଗାଇ ଉଠାଇ ଆଣିଛି । ଏନେଇ ଜୋନ୍‌ ଏସିପି କହିଛନ୍ତି ଘଟଣାର ତଦନ୍ତ ଚାଲିଛି, ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.