PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଫେସବୁକ୍‌ରେ ବିବାଦୀୟ ମନ୍ତବ୍ୟ: ବ୍ରିଟିଶ ମହିଳାଙ୍କୁ ୨ ବର୍ଷ ଜେଲ, ୪୫ ଲକ୍ଷ ଜରିମାନା

ଦୁବାଇ,୯ ।୪(ଏଜେନ୍ସି): ଫେସବୁକ୍‌ରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ବ୍ରିଟେନର ଜଣେ ମହିଳାଙ୍କୁ ଦୁବାଇର ଏକ ଅଦାଲତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହ ତାଙ୍କ ଉପରେ ୪୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଲାଲେହ ସ୍ରାବେଶ ନାମ୍ନୀ ଏହି ମହିଳା ଜଣକ କିଛି ମାସ ତଳେ ବ୍ରିଟେନରେ ଥିଲାବେଳେ ନିଜର ପୂର୍ବତନ ସ୍ୱାମୀଙ୍କ ନୂତନ ପତ୍ନୀଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଇଥିଲେ । ସେ ଫେସବୁକରେ ଲେଖିଥିଲେ କି ‘ତମେ ଏଇଭଳି ଏକ ଘୋଡୀ ପାଇଁ ମୋ ସହିତ ସମ୍ପର୍କ ଛିନ୍ନ କରିଦେଇଥିଲ । ତମେ ଜଣେ ଇଡିୟଟ’ ।

ଲାଲେହଙ୍କ ସ୍ୱାମୀ ୨୦୧୬ରେ ତାଙ୍କ ସହିତ ୧୮ ବର୍ଷର ସମ୍ପର୍କ ଛିନ୍ନ କରିଥିଲେ ଏବଂ ତୁରନ୍ତ ୟୁଏଇର ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏହି କାରଣରୁ ଲାଲେହ ନିଜର ପୂର୍ବତନ ସ୍ୱାମୀଙ୍କ ଉପରେ କ୍ଷୁବ୍ଧ ଥିଲେ । ଗତ ମାସର ଶେଷ ଭାଗରେ ତାଙ୍କର ପୂର୍ବତନ ସ୍ୱାମୀଙ୍କର ୟୁଏଇରେ ଦେହାନ୍ତ ହୋଇଥିଲା । ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ଲାଲେହ ଦୁବାଇ ଆସିଥିଲାବେଳେ ତାଙ୍କୁ ସେଠାକାର ପୁଲିସ ଗିରଫ କରିଥିଲା । ସେ ଯେଉଁ ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ, ତାଙ୍କର ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଥିଲା । ଏବେ ଏହି ମାମଲାର ରାୟ ପ୍ରକାଶ ପାଇଛି । ଦୁବାଇର ଏକ ଅଦାଲତ ଏଇ ଅପରାଧ ପାଇଁ ଲାଲେହଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହିତ ତାଙ୍କ ଉପରେ ୪୫,୦୦୦ ଟଙ୍କାର ଜରିମାନା ଲଗାଇଛି ।

ଏହି ଦଣ୍ଡାଦେଶ ପରେ ଲାଲେହଙ୍କ ୧୪ ବର୍ଷୀୟା ଝିଅ ଭାଙ୍ଗି ପଡିଛନ୍ତି ଏବଂ ଦୁବାଇର ଶାସକଙ୍କୁ ପତ୍ର ଲେଖି ତାଙ୍କ ମାଆଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି । ସେ ଉକ୍ତ ପତ୍ରରେ ଲେଖିଛନ୍ତି କି ସପ୍ତାହକ ତଳେ ମୁଁ ମୋ ପିତାଙ୍କୁ ହରାଇଥିଲି । ଏବେ ମୋ ମାଆଙ୍କୁ ବି ମୋ ଠାରୁ ଅଲଗା କରି ଦିଆଯାଉଛି । ଏହା ମୋ ପାଇଁ ଖୁବ ଯନ୍ତ୍ରଣାଦାୟକ । ଲାଲେହ କହିଛନ୍ତି କି ସେ ଆହୁରି ଭଲ ଆଚରଣ ପ୍ରଦର୍ଶନ କରିବାର ଥିଲା । କିନ୍ତୁ ସେ ନିଜର ପୂର୍ବତନ ସ୍ୱାମୀଙ୍କ ଉପରେ ଅତ୍ୟନ୍ତ କ୍ଷୁବ୍ଧ ଥିଲେ । କାରଣ ସାମାନ୍ୟ ଘଟଣା ପାଇଁ ତାଙ୍କର ସ୍ୱାମୀ ତାଙ୍କ ସହ ଥିବା ୧୮ ବର୍ଷର ସମ୍ପର୍କ ଛିନ୍ନ କରିଦେଇଥିଲେ । ଏମିତିକି ଛାଡପତ୍ର ଦେବା ପୂର୍ବରୁ ତାଙ୍କୁ ଏସମ୍ପର୍କରେ ସୂଚନା ବି ଦେଇନଥିଲେ । ତେଣୁ ସେ ଫେସବୁକରେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଫଟୋ ଦେଖି ଏଭଳି ମନ୍ତବ୍ୟ ଦେଇଥିଲେ ।

ସମ୍ବନ୍ଧିତ ଖବର