PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର ୨୬/୦୭: ରାଜଧାନୀରେ ଦିନ ଦ୍ବିପହରେ ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ବୁଲିଲା ଖଣ୍ଡା। ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।ଆହତ ଯୁବକଙ୍କୁ ଉଦ୍ଧାର କରି କଲା ପୋଲିସ। ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ୨ ଗୁରୁତର ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଯାଇଛି। ଘଟଣାସ୍ଥଳାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବିକ, ଖାରବେଳ ନଗର ଥାନା ଅଞ୍ଚଳରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ୨ ଯୁବକକୁ ଗୋଡ଼ାଇ ଗୋଡ଼ାଇ କିଛି ଦୁର୍ବୃତ୍ତ ମାରଣାଅସ୍ତ୍ରରେ ଆକ୍ରାମଣ କରିଛନ୍ତି। ଏହି ଆକ୍ରାମଣରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟଜଣେ ଯୁବକଙ୍କର ପିଠି ଓ ହାତରେ ଖଣ୍ଡା ଚୋଟ ଲାଗିବାରୁ ସ୍ବାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ଥିବା ଜଣାପଡିଛି। ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଆକ୍ରାମଣ ହୋଇଥିବା ପୋଲିସ ସନ୍ଦେହ କରୁଛି।

ରାଜଧାନୀର ରାଜରାସ୍ତା ଦିନକୁ ଦିନ ଅଶାନ୍ତ ହୋଇପଡୁଛି । ବିଭିନ୍ନ ସମୟରେ ହତ୍ୟା, ମରଣାନ୍ତକ ଆକ୍ରମଣ, ରାହାଜାନୀ, ଲୁଟି ଆଦି ଘଟଣା ଘଟିଯାଉଛି । ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଏସବୁ ଘଟଣାମାନ ଘଟାଉଛନ୍ତି । ଅକାରଣରେ ଅନେକଙ୍କ ଜୀବନ ଯାଉଛି । ନିକଟରେ ଏମିତି ଅନେକ ଘଟଣା ଘଟିଥିଲେ ମଧ୍ୟ ପୋଲିସ ପାଲଟିଛି ହାତ ବାନ୍ଧି ଚୁପ୍ ବସିଛି।