PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଅଶୀଳ୍ଳ ସାଇଟ୍‌ରେ ଯୁବତୀଙ୍କ ଫଟୋ ଭାଇରାଲ୍‌ – ଦୁଇ ଜଣଙ୍କୁ ଅଟକ ରଖିଲା ପୋଲିସ୍‌

https://aajtak.intoday.in/

କୋଲକାତା, (ଆପ୍ର): ପର୍ଣ୍ଣ ସାଇଟରେ ଜଣେ ତରୁଣୀଙ୍କ ଅର୍ଦ୍ଧନଗ୍ନ ଫଟୋ କୋଲକାତାରେ ଭାଇରାଲ ହୋଇଛି । ଜଣେ ମଡେଲଙ୍କ ଫଟୋ ପର୍ଣ୍ଣ ସାଇଟରେ ଭାଇରାଲ କରିଦେବା ଅଭିଯୋଗରେ ଜଣେ ମହିଳା ସହ ଦୁଇଜଣଙ୍କୁ ବିଧାନନଗର ସାଇବର ଥାନା ପୁଲିସ ଗିରଫ କରିଛି । ଏଭଳି ଭାଇରାଲ କରିବାର ଉଦ୍ଦେଶ୍ୟ କ’ଣ ତାହାର ଅନୁଧ୍ୟାନ କରୁଛି ପୁଲିସ ।


ସମ୍ପୃକ୍ତ ମଡେଲଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଫଟୋ ସୁଟିଂର ପ୍ରତିଶ୍ରୁତି ଦେଇ ଦମଦମର ବାସିନ୍ଦା ଜୟଶ୍ରୀ ମିତ୍ର ଓ ରାଣାଘାଟ ବାସିନ୍ଦା ପ୍ରତାପ ଘୋଷ ସଲ୍ଟଲେକର ଏକ ଷ୍ଟୁଡିଓକୁ ନେଇଥିଲେ । ସେଠାରେ ତାଙ୍କର ଅର୍ଦ୍ଧନଗ୍ନ ଫଟୋ ଉଠାଇଥିଲେ । କିଛି ଦିନ ପରେ ଏହି ଫଟୋ ବିଭିନ୍ନ ପର୍ଣ୍ଣ ସାଇଟ ଓ ନେଟ୍‌ ମାଧ୍ୟମରେ ଭାଇରାଲ ହୋଇଛି । କିନ୍ତୁ ଫଟୋ ସୁଟିଂ ସମୟରେ ଏପରି କୌଣସି ସର୍ତ୍ତ ନଥିଲା ।

ସେମାନେ ଇଚ୍ଛାକୃତ ଭାବେ ଏଭଳି ଭାଇରାଲ କରିଦେଇଛନ୍ତି । ଏ ସମ୍ପର୍କରେ ସେ ଶନିବାର ପୁଲିସର ଦ୍ୱାରସ୍ଥ ହୋଇଥିଲେ । ବିଧାନନଗର କ୍ରାଇମ୍‌ ଥାନା ପୁଲିସ ଅଭିଯୁକ୍ତ ତିନିଜଣଙ୍କ ମଧ୍ୟରୁ ଇତିମଧ୍ୟରେ ଦୁଇଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଦ୍ୱୟଙ୍କୁ ରବିବାର ବିଧାନନଗର ଅଦାଲତରେ ହାଜର କରାଯିବା
ପରେ ବିଚାରପତି ୫ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ପଛରେ ଏକ ଗ୍ୟାଙ୍ଗ କାମ କରୁଛି ଓ ଅର୍ଥ ପାଇଁ
ଏ ଧରଣର ପ୍ରତାରଣା ହୋଇପାରେ ନେଇ ତଦନ୍ତ କରୁଛି ପୁଲିସ ।