ଘାଟିରୁ୨୦ ଫୁଟ ତଳକୁ ଓଲଟିଲା ବସ୍: ୧୫ ଆହାତ ୫ ଗୁରୁତ୍ବର

ମୋହନା ୧୮/୧୦: ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ମର୍ଲବା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଛି ଯାତ୍ରୀବାହୀ ବସ। ବସ୍‌ଟି ଘାଟିରେ ୨୦ ଫୁଟ ତଳକୁ ଓଲଟି ପଡିବାରୁ ୧୫ ଅଧିକ ଯାତ୍ରୀ ଆହାତ ହୋଥିବା ବେଳେ ସେମାନଙ୍କ ମଧ୍ୟରେ ୫ଜଣ ଅବସ୍ଥା ଗୁରୁତ୍ବର ରହିଛି। ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଭୁବନେଶ୍ବରରୁ ଇସ୍ପାତ’ ନାମକ ଏକ ବସ୍‌ ପାରଳାଖେମୁଣ୍ଡି ଆସୁଥିବା ବେଳେ ସେରଙ୍ଗା ଅଞ୍ଚଳର ଘାଟି ରାସ୍ତା ଭାରସ୍ୟମ ହରାଇ ବାମପଟକୁ ଓଲଟି ପଡିଥିଲା ବସ୍‌ର ଆହତ ଯାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖଜୁରିପଦା ଓ ରାୟଗଡା ମେଡିକାଲରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସଟି ଘାଟିର ପ୍ରାୟ ୨୦ ଫୁଟ ତଳକୁ ଖସିପଡିଥିବା ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


କୋଣାର୍କ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ଯୋଜନା: ନୂଆ ରିଂରୋଡ୍‌ ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର

କେନ୍ଦ୍ରାପଡ଼ାରେ ଦ୍ୱିତୀୟ ସମଲିଙ୍ଗୀ ବିବାହ ସମ୍ପନ୍ନ: ଦୁଇ ଯୁବତୀ ପରସ୍ପରକୁ ପିନ୍ଧାଇଲେ ବରଣମାଳା

ପାଇକା ନଦୀରୁ ୪ ମଣିଷ ଖପୁରି ଠାବ: ନରବଳି ସନ୍ଦେହ, ଜଣଙ୍କୁ ଜେରା

DCB ବ୍ୟାଙ୍କ୍ ନିକଟରେ ସଡ଼କ ଦୁର୍ଘଟଣା : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ହାଇଓ୍ବା, ହେଲ୍‌ପର ଗୁରୁତର

୩୦ ବର୍ଷୀୟ ପୁଅକୁ ମାରି ପୋତି ଦେଲା ନୃସଂସ ବାପା, ହତ୍ୟାକାଣ୍ଡର ୭ ଦିନ ପରେ ଖୋଲିଲା ଗୁମର

ପୁଣି ହାତୀ ନେଲା ଜୀବନ : ଯାଇଥିଲେ କାଜୁ ବଗିଚାକୁ, ଫେରିପାରିଲେନି ଘରକୁ