PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ବିଶ୍ୱ ଘରଚଟିଆ ଦିବସ: କାଁ ଭାଁ ଦେଖିବାକୁ ମିଳୁଛି

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ଘରଚଟିଆ । କିଚିରିମିଚିରି କରୁଥିବା ଚଞ୍ଚଳ ସ୍ୱଭାବର ଏହି ପକ୍ଷୀଟି ଏବେ ବିଲୁପ୍ତିର ପାଦଦେଶରେ । ବିଶ୍ୱ ଜୈବ ସଂରକ୍ଷଣ ସଂସ୍ଥା ସର୍ଭେ ରିପୋର୍ଟ ଅନୁସାରେ ଗତ ୪୦ ବର୍ଷରେ ବିଶ୍ୱରେ ଘରଚଟିଆ ବଂଶ ୯୦% କମିଛି । ପରିବେଶ ପ୍ରଦୂଷଣ, କଂକ୍ରିଟ ଜଙ୍ଗଲ, ମୋବାଇଲ ଟାୱାରର ବହୁଳ ବ୍ୟବହାର ଓ ଧାନ କ୍ଷେତ୍ରରେ କୀଟନାଶକ ପ୍ରୟୋଗ ଏମାନଙ୍କ ବିଲୁପ୍ତିର କାରଣ ସାଜିଛି । ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନଇ, ମୁମ୍ବାଇ, ଦିଲ୍ଲୀ ଭଳି ସହରରୁ ଘରଚଟିଆ ବିଲୁପ୍ତ ହୋଇଯାଇଥିବା କଥା ବିଶ୍ୱ ଜୈବ ସଂରକ୍ଷଣ ସଂସ୍ଥା ମତ ଦେଇଛନ୍ତି ।

ପକ୍ଷୀ ବିଶେଷଜ୍ଞ ତଥା ଓଡ଼ିଶା ଜୈବ ବିବିଧତା ପରିଷଦର ବୈଜ୍ଞାନିକ ଡକ୍ଟର ସତ୍ୟରଞ୍ଜନ ବେହେରା କହିଛନ୍ତି ରାଜ୍ୟସରକାରଙ୍କ ପକ୍ଷରୁ ଯଦିଓ ବିଧିବଦ୍ଧ ଭାବେ ଏନେଇ କୌଣସି ସର୍ଭେ କରାଯାଇନି ତେବେ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ବିଗତ କିଛିବର୍ଷ ହେବ ଏଥପିାଇଁ କାମ କରୁଛନ୍ତି । ସହରୀକରଣ ଓ ମୋବାଇଲ ଟାୱାରର ବହୁଳ ବ୍ୟବହାର ଘରଚଟିଆଙ୍କ ବଂଶ ବିଲୁପ୍ତିର ମୁଖ୍ୟ କାରଣ । ମୋବାଇଲ୍‌ ଟାୱାରରୁ ବାହାରୁଥିବା ଶବ୍ଦ ତରଂଗ ବିଶେଷ କରି ଘରଚଟିଆଙ୍କୁ କ୍ଷତି ପହଞ୍ଚାଉଥିବାରୁ ଏ ଦିଗରେ କଟକଣା ରହିବା
ଜରୁରୀ । ବର୍ତ୍ତମାନ ଭୁବନେଶ୍ୱରର ମାତ୍ର ୫ଟି ସ୍ଥାନରେ ଘରଚଟିଆ ଦେଖିବାକୁ ମିଳୁଛି । ନିଳାଦ୍ରିବିହାର ସ୍ଥିତ ବୁଦ୍ଧ ପାର୍କ, ଭିଏସ୍‌ଏସ୍‌ନଗର ହାଟ ପରିସର, ଇନ୍ଦ୍ରଧନୁ ମାର୍କେଟ, ମାଷ୍ଟରକ୍ୟାଣ୍ଟିନ୍‌ ରେଳ ଷ୍ଟେସନ୍‌ ସମ୍ମୁଖରେ ଥିବା ଗଛ ଓ ପୁରୁଣା ଭୁବନେଶ୍ୱରର କେତେକ ଅଞ୍ଚଳରେ ଏବେ ଘରଚଟିଆମାନଙ୍କୁ ଦେଖିବାକୁ ମିଳୁଛି । ତେବେ ଏ ସଂଖ୍ୟା ଅତି ନଗଣ୍ୟ । ତେଣୁ ଏମାନଙ୍କ ସୁରକ୍ଷା ଲାଗି ସ୍ୱେଚ୍ଛାସେବୀ ସଙ୍ଗଠନ, ପରିବେଶବିତ୍‌, ପକ୍ଷୀପ୍ରେମୀ ଓ ସାଧାରଣ ଲୋକ ଆଗେଇ ଆସିବା ଦରକାର ।

ସାଧାରଣ ଭାବେ ଘରଚଟିଆର ଜୀବନ କାଳ ୧୩ ବର୍ଷ ହୋଇଥିବା ବେଳେ ଏମାନେ ସମୁଦ୍ର ପତ୍ତନଠାରୁ ୧୫ ହଜାର ଫୁଟ ଉଚ୍ଚାରେ ଦେଖାଯାଇଥାନ୍ତି । ଟେରାସ୍‌ ଗାର୍ଡେନ୍‌, କିଚେନ୍‌ ଗାର୍ଡେନ୍‌, ମାଟିପାତ୍ର ବସା, ସ୍ପେରୋ ବକ୍ସ ଓ ମାଟିପାତ୍ରରେ ପାଣି ରଖି ଏମାନଙ୍କ ସଂରକ୍ଷଣ କରାଯାଇ ପାରିବ । ରାଜ୍ୟ ସରକାର ୨୦୧୨ ମସହିାରେ ଘରଚଟଅିା ସଂରକ୍ଷଣ ପାଇଁ ସୋନପୁରର ଶ୍ୟାମ ଓମ୍‌ ପ୍ରସାଦ ମିଶ୍ରଙ୍କୁ ବିଜୁପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ପୁରସ୍କାର ପ୍ରଦାନ କରଥିେିଲ । ସେବେଠାରୁ ଆଜିଯାଏଁ ୬ ବର୍ଷ ହେଲା ଶ୍ୟାମ ନିରନ୍ତର ଭାବେ ଘରଚଟିଆର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଛନ୍ତି । ଏ ବାବଦରେ ଶ୍ୟାମ କହନ୍ତି ୨୦୧୨ ମସିହାରେ ଯେବେ କାମ ଆରମ୍ଭ ହୋଇଥିଲା ସେବେ କେବଳ ସୋନପୁର ଅଞ୍ଚଳରେ ମାତ୍ର ୩୦୦ ଟି ଘରଚଟିଆ ଥିଲେ ।

ଘର ଚଟିଆଙ୍କ ଏଭଳି ଦ୍ରୁତ ହ୍ରାସ ପରିବେଶ ଅନୁକୂଳ ନୁହେଁ ବୋଲି ବିଚାର କରି କିଛି ପକ୍ଷୀପ୍ରେମୀ, ଜିଲ୍ଲା ପ୍ରଶାସନ, ବିଭିନ୍ନ ସ୍କୁଲ ଓ କଲେଜର ଚାତ୍ରଛାତ୍ରୀ ମିଶି ଏକାଠି ସଂରକ୍ଷଣ ଦିଗରେ କାର୍ଯ୍ୟ ଆରମ୍ଭ କଲେ । କେବଳ ସହର ନୁହେଁ ଗାଁ ଗାଁ ବୁଲି ସାଧାରଣ ଲୋକଙ୍କୁ, ସରକାରୀ କାର୍ଯ୍ୟାଳୟରେ ମାଟି ତିଆରି ବସା ବାଣ୍ଟିଲେ । ଘର ଚଟିଆମାନଙ୍କୁ ଧାନ ଆଦି ଖାଇବାକୁ ଦେଲେ । ଧୀରେ ଧୀରେ ଏମାନେ ବସା ବାନ୍ଧି ରହିଲେ । ଆଜି ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସ ଫଳରେ ଘରଚଟିଆ ସଂଖ୍ୟା ବୃଦ୍ଧି ପାଇ ୧୫ ହଜାରରେ ପହଞ୍ଚି ପାରିଛି । ଘରଚଟିଆ ସଂରକ୍ଷକ ରବିନ୍ଦ୍ର ସାହୁ କହନ୍ତି ୨୦୦୭ ମସିହାରୁ ଋଷିକୁଲ୍ୟା କଇଁଚ ସୁରକ୍ଷା ସମିତି ଘରଚଟିଆ ସଂରକ୍ଷଣ ପାଇଁ କାମ କରୁଛି । ପୁରୁଣା ବନ୍ଧ ଗାଁରୁ ଆରମ୍ଭ ହୋଇଥିବା ଏହି ସଂରକ୍ଷଣ କାମ ଏବେ ସୁନ୍ଦରଗଡ଼, କେନ୍ଦୁଝର, କଟକ, ବଲାଙ୍ଗୀର, ଢେଙ୍କାନାଳ, ସୋନପୁର ସମେତ ୯ଟି ଜିଲ୍ଲାକୁ ବ୍ୟାପିଛି ।

ସମ୍ବନ୍ଧିତ ଖବର