ରାଜ୍ୟରେ ଆଉ ୨୦ କରୋନା ପଜିଟିଭ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି

ଭୁବନେଶ୍ବର ୦୭/୫: ରାଜ୍ୟରେ ୨୦ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା୨୦୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି।

ଆଜି ଚିହ୍ନଟ୍ ହୋଇଥିବା ଆକ୍ରାନ୍ତ ମଧ୍ୟରୁ ୧୭ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ଆଜି ପ୍ରଥମ କରି ମୟୂରଭଞ୍ଜ ଜିଲ୍ଳା ୩ଜଣ ଆକ୍ରାନ୍ତ ଚିହ୍ନଟ୍ ହୋଇଥିବା ସୂଚନା ମିଳିଛି।

ଗତକାଲି ରାଜ୍ୟରେ ୯ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଥିଲେ। ପ୍ରଥମ କରି ଜଗତସିଂହପୁରରେ ୪ଜଣ ଅକ୍ରାନ୍ତ ଚିହ୍ନଟ୍ ହେବା ପରେ ଓଡିଶା ମ୍ୟାପରେ ୧୭ଜିଲ୍ଲାକୁ କରୋନା ସଂକ୍ରମଣ ପହଞ୍ଚିଛି। ଏଥି ସହିତ କେନ୍ଦ୍ରପଡା, ଯାଜପରୁର, ବାଲୋଶ୍ବ ଜିିଲ୍ଳାରୁ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୨ ଆକ୍ଟିଭ କେସ୍‌ ରହିଥିବା ବେଳେ ୬୧ଜଣ ସୁସ୍ଥ ହୋଇସାରିଛନ୍ତି । କରୋନାରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ