ଘରୋଇ ସହାୟିକାଙ୍କଠାରୁ ବ୍ୟାପିଲା କରୋନା: ୨୦ ଜଣ ସଂକ୍ରମିତ, କ୍ବାରେଣ୍ଟାଇନରେ ୭୫୦

ନୂଆଦିଲ୍ଲୀ,୫।୬: ରାଷ୍ଟ୍ରୀୟ ରାଜଧାନୀରେ ପିଜା ବୟଠାରୁ କରୋନା ସଂକ୍ରମଣ କଥା ଶୁଣିଥିଲେ। କିନ୍ତୁ ଏବେ ଘରୋଇ ସହାୟିକାଙ୍କଠାରୁ ବ୍ୟାପିଛି କରୋନା। ଦିଲ୍ଲୀର ପିତମପୁରା ଅଞ୍ଚଳରେ ଏକ ଘରେ କରୋନା ସଂକ୍ରମଣ କାରଣରୁ  ୨୦ ଜଣ ଲୋକ କରୋନା ପଜିଟିଭ ଜଣାପଡିଛନ୍ତି। ସେଭଳି ୭୫୦ ଜଣ ଲୋକଙ୍କୁ କ୍ବାରେଣ୍ଟାଇନ୍ କରି ରଖାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିଲ୍ଲାପାଳ କହିଛନ୍ତି ଗତ ସପ୍ତାହ ମଇ ୨୪ରେ କରୋନାର ପ୍ରଥମ ମାମଲା ସାମନାକୁ ଆସିଥିଲା।  ଏହାପରେ ମାମଲା ଆହୁରି ବଢିବାରୁ ତୁରନ୍ତ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦିଆଯାଇଥିଲା। କୁହାଯାଉଛି ଯେ, ଏହି ଅଞ୍ଚଳରେ ଗୋଟିଏ ଘରେ କାମ କରୁଥିବା ମହିଳାଙ୍କ କାରଣରୁ ସଂକ୍ରମଣ ବ୍ୟାପିଛି। ମହିଳାଙ୍କଠାରୁ ଏହି ଘରର ଏକ ଶିଶୁ ଏବଂ ଆଉ ଜଣେ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ।

ଏହି ଘଟଣା ଜଣାପଡିବା ପରେ ୩ ତାରିଖରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଦିଆଯାଇଛି। ଜିଲ୍ଲାପାଳଙ୍କ କହିବା ଅନୁସାରେ, ଏକାଠି ୨୦ କରୋନା ପଜିଟିଭ ରୋଗୀ ସାମନାକୁ ଆସିବା ପରେ ସେହି ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ଏହା ସହିତ ଉତ୍ତର ଏମସିଡିଙ୍କୁ ସ୍ଥାନୀୟ ଅଞ୍ଚଳକୁ ସାନିଯାଇନ୍ କରିବାକୁ କୁହାଯାଇଛି।

   ସମ୍ବନ୍ଧିତ ଖବର


ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍