PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ମହାରାଷ୍ଟ୍ରରୁ ଆସି କର୍ଣ୍ଣାଟକର ଆଖୁ କିଆରିରେ ୧୭ ତମ ସନ୍ତାନ ଜନ୍ମ କଲେ ମହିଳା, ପୂର୍ବରୁ ୨୦ ଥର ହୋଇଛନ୍ତି ଗର୍ଭବତୀ

ବାଙ୍ଗାଲୋର, ୧୮|୧୨:    ମହାରାଷ୍ଟ୍ରର ରହୁଥିବା ଜଣେ ମହିଳା ନିକଟରେ ପଡୋଶୀ ରାଜ୍ୟ କର୍ଣ୍ଣାଟକରେ ନିଜର ୧୭ ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। କିନ୍ତୁ ଶିଶୁଟିର ତୁରନ୍ତ ମୃତ୍ୟୁ ହୋଇଯାଇଥିଲା। ଏନେଇ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ମହିଳାଙ୍କ ନାମ ହେଉଛି ଲଙ୍କାବାଇ। ସେ ଓ୍ୱିଡ୍ ଜିଲ୍ଲାର ମଝାଲଗାଓଁରେ ରୁହନ୍ତି। ସେ ଏକ ଆଖୁ କିଆରିରେ ଏହି ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ସୂଚନାନୁସାରେ, ମରୁଡି ହେଉଥିବା ଓ୍ୱିଡ୍ ଅଞ୍ଚଳର ହଜାର ହଜାର ପୁରୁଷ ଓ ମହିଳା ମହାରାଷ୍ଟ୍ରର ଅନ୍ୟ ସ୍ଥାନ କିମ୍ବା କର୍ଣ୍ଣାଟକର ଆଖୁ କିଆରିରେ କାମ କରିବାକୁ ଚାଲିଯାଆନ୍ତି। ଏହି ମହିଳା ମଧ୍ୟ କାମ କରିବା ପାଇଁ ମହାରାଷ୍ଟ୍ରରୁ କର୍ଣ୍ଣାଟକ ପଳାଇ ଆସିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଓ୍ୱିଡର ସ୍ୱାସ୍ଥ୍ୟ ଅଧିକାରୀ ଆର. ବି. ପାଓ୍ୱାର ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଲଙ୍କାବାଇ ୧୭ ତମ ସନ୍ତାନକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଥିଲା। କିନ୍ତୁ ଶିଶୁଟି ମୃତ୍ୟୁବରଣ କରିଥିଲା। ଗୋପାଳ ସମୁଦାୟରୁ ଆସିଥିବା ଏହି ମହିଳା ଗତ ସେପ୍ଟେମ୍ବରରେ ପ୍ରଥମ ଥର ପାଇଁ ନିଜ ପ୍ରତି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଯେତେବେଳେ ସେ ୨୦ ଥର ଗର୍ଭବତୀ ହୋଇଥିଲେ। ବର୍ତମାନ ମହିଳାଙ୍କ ୧୧ଟି ସନ୍ତାନ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୯ଟି ଝିଅ ଅଛନ୍ତି।

ଆହୁରି ମଧ୍ୟ ଜାଣିବାକୁ ମିଳିଛି ଯେ, ମହିଳାଜଣଙ୍କ ୩ ଥର ଗର୍ଭପାତ କରିଛନ୍ତି। ଆହୁରି ମଧ୍ୟ ତାଙ୍କର ୫ଟି ସନ୍ତାନ ପ୍ରାଣ ହରାଇ ସାରିଛନ୍ତି। ଗତ ନଭେମ୍ବର ୨୧ରେ ଏକ ଡାକ୍ତରୀ ଦଳ ମହିଳାଙ୍କ ଘରକୁ ଯାଇଥିଲେ କିନ୍ତୁ ମହିଳା କର୍ଣ୍ଣାଟକ ପଳାଇଥିଲେ।

ସମ୍ବନ୍ଧିତ ଖବର