PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ମୁମ୍ବାଇ ଲୋକାଲ୍ ଟ୍ରେନରେ ଷ୍ଟଣ୍ଟ ଦେଖାଇ ଯୁବକଙ୍କ ଗଲା ଜୀବନ

ମୁମ୍ବାଇ ୩୧/୧୨: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଲୋକାଲ ଟ୍ରେନ୍‌ରେ ଷ୍ଟଣ୍ଟ କରିବା ଜଣେ ୨୦ ବର୍ଷୀୟ ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ଷ୍ଟଣ୍ଟ ଦେଖାଉଥିବା ଏହି ଯୁବକଙ୍କର ମୃତ୍ୟୁ ଘଟିଛି । ସମ୍ପୃକ୍ତ ଯୁବକଙ୍କ ନାମ ଦିଲସାଦ୍‌ ନୌସାଦ୍‌ ଖାନ । ସେ ପେସାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର । ଦୁର୍ଘଟଣା ଦିନ ସେ ମୁମ୍ବାଇର ଗୋବନ୍ଦିରୁ ଟ୍ରେନ ଯୋଗେ କଲ୍ୟାଣକୁ ଫେରୁଥିଲେ । ସେ ଫୁଟ୍‌-ବୋର୍ଡରେ ଠିଆହୋଇ ଡୋର ପାଖରେ ଥିବା ଲୁହା ଖୁଣ୍ଟକୁ ଧରିଥିଲେ ଓ ଟ୍ରେନ କଡରେ ଓହଳି ରହି ଷ୍ଟଣ୍ଟ ଦେଖାଉଥିଲେ । ଏହି ସମୟରେ ରେଳ ଧାରଣା କଡରେ ଥିବା ଏକ ଖୁଣ୍ଟିରେ ହଠାତ୍‌ ପଟିହୋଇ ତଳେ ପଡିଯାଇଥିଲେ । ଟ୍ରେନରେ ଥିବା ତାଙ୍କର କିଛି ସାଥୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଟ୍ରେନରେ ଯାତ୍ରା କରିବା ବେଳେ ଏଭଳି ଷ୍ଟଣ୍ଟ ପ୍ରଦର୍ଶନ ନ କରିବାକୁ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧିତ ଖବର