ହୋଣ୍ଡା ଲଞ୍ଚ୍‌ କଲା ୨୦୦ ସିସି ମୋଟର ସାଇକେଲ୍‌ ଆଡଭାନ୍ସଡ୍‌ ହର୍ନେଟ୍‌ ୨.୦

ଭୁବନେଶ୍ୱର, ୨୭/୮: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ଏହାର ସମ୍ପୂର୍ଣ୍ଣ ନୂଆ ମସ୍କୁଲାର, ସ୍ପୋର୍ଟି ଓ ଆଡଭାନ୍ସଡ୍‌ ହର୍ନେଟ୍‌ ୨.୦ ସହିତ ୧୮୦-୨୦୦ ସିସି ବର୍ଗରେ ମେଗା ପ୍ରବେଶ କରିଛି । ଏକ ଆନ୍ତର୍ଜାତିକ ଷ୍ଟ୍ରିଟ୍‌ ଫାଇଟର୍‌ ଭାବେ ଗ୍ରହଣୀୟ, ଏହାର ତ୍ରୁତତା ବିଭିନ୍ନ ଆଧୁନିକ ବୈଶିଷ୍ଟ୍ୟ ଜରିଆରେ “ବିଲଟ୍‌ ଇନ୍‌ ପରଫରମାନ୍ସ’ ଡିଜାଇନ୍‌ କୋଡ୍‌ରେ ପ୍ରତିଫଳିତ ହୋଇ ସମ୍ଭ୍ରାନ୍ତର ଏକ ଭାବ ପ୍ରଦାନ କରୁଛି ।


ଏହାର ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ଆତସୁସି ଓଗାଟା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କହିଛନ୍ତି ଯେ, “ନୂଆ ପିଢ଼ିର ଗ୍ରାହକଙ୍କ ସ୍ୱପ୍ନ ଓ ସେମାନଙ୍କ ଗାଡ଼ିଚାଳନାର ଅଭିଳାଷରୁ ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଖୁସିର ସହ ଉପସ୍ଥାପନ କରୁଛୁ ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ହର୍ନେଟ୍‌ ୨.୦ । ଏହାର ଆଧୁନିକ ପ୍ରଯୁକ୍ତି ଓ ରୋମାଂଚକ ପ୍ରଦର୍ଶନ ସହିତ ନୂଆ ହର୍ନେଟ୍‌ ୨.୦ ଯୁବ ମୋଟରସାଇକଲ୍‌ ଉତ୍ସାହୀଙ୍କ ମଧ୍ୟରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରିବ । ହୋଣ୍ଡାର ନୂଆ ପୋର୍ଟଫୋଲିଓ ସମ୍ପ୍ରସାରଣ ଯୁଗର ଏହା ହେଉଛି ଆରମ୍ଭ ଯାହା ଭାରତର ବ୍ୟାପକ ବର୍ଗର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ।’’


ନୂଆ ହର୍ନେଟ୍‌ ୨.୦ର ଉପସ୍ଥାପନ ଅବସରରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କହିଛନ୍ତି ଯେ, “ନୂଆ ହୋଣ୍ଡା ୨.୦ ହେଉଛି ହୋଣ୍ଡାର ରେସିଂ ଡିଏନ୍‌ଏକୁ ସଡ଼କରେ ଗାଡ଼ି ଚାଳନାର ରୋମାଂଚରେ ରୂପାନ୍ତରିତ କରିବା । ଗୋଟିଏ ମେସିନ୍‌ରେ ପ୍ରଦର୍ଶନ ଓ ଷ୍ଟାଇଲ୍‌ ଚାହୁଥିବା ଗାଡ଼ି ଚାଳକଙ୍କ ଆବଶ୍ୟକତାକୁ ସମ୍ପୂର୍ଣ୍ଣ ପୂରଣ କରି ଶକ୍ତିଶାଳୀ ଉଚ୍ଚ କ୍ଷମତାର ଏଚ୍‌ଇଟି ବିଏସ୍‌-୬ ଇଞ୍ଜିନ, ଗୋଲ୍‌ଡେନ୍‌ ୟୁଏସ୍‌ଡି ସାମ୍ନା ଫର୍କ, ସମ୍ପୂର୍ଣ୍ଣ ଡିଜିଟାଲ୍‌ ନେଗେଟିଭ୍‌ ଲିକ୍ୱିଡ୍‌ କ୍ରିଷ୍ଟାଲ୍‌ ମିଟର, ଡୁଆଲ୍‌ ପେଟାଲ୍‌ ଡିସ୍କ ବ୍ରେକ୍‌ ଓ ଆକର୍ଷଣୀୟ ଡିଜାଇନ୍‌ ଗାଡ଼ି ଚାଳନାର ସାମଗ୍ରିକ ଅନୁଭୂତିରେ ଉନ୍ନତି ଆଣିବ । ସାଧାରଣରେ କହିଲେ, ହର୍ନେଟ୍‌ ୨.୦ ହେଉଛି ହେଉଛି ସେମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ ଯେଉଁମାନେ ପବନର ବିପରୀତ ଦିଗରେ ଉଡ଼ିବାକୁ ଚାହୁଛନ୍ତି ।’’
ଅତ୍ୟାଧୁନିକ ପ୍ରଯୁକ୍ତି
ହୋଣ୍ଡା ବ୍ରାଣ୍ଡ୍‌ର ନୂତନତ୍ୱ ଉପରେ ଭରସା ପ୍ରକଟ କରିଥିବା ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ହର୍ନେଟ୍‌ ୨.୦କୁ ୬ ନୂଆ ପେଟେଂଟ୍‌ ଆବେଦନ ସହ ବିକଶିତ କରାଯାଇଛି ।
ରାସ୍ତା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନିଶ୍ଚିତ କରୁଥିବା ହର୍ନେଟ୍‌ ୨.୦ରେ ଡୁଆଲ୍‌, ପେଟାଲ୍‌ ଡିସ୍କ ବ୍ରେକ୍‌ ସହିତ ସିଙ୍ଗଲ୍‌ ଚ୍ୟାନେଲ୍‌ ଏବିଏସ୍‌ ବ୍ୟବହାର କରାଯାଇଛି । ମୋନୋସକ୍‌ ପଛ ସସ୍‌ପେନ୍‌ସନ୍‌ କୋଣଗୁଡ଼ିକରେ ଉକ୍ରୃଷ୍ଟ ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରୁଛି ଓ ସର୍ବଶ୍ରେଷ୍ଠ ସ୍ଥାୟିତ୍ୱ ଯୋଗାଉଛି ।
ଅତ୍ୟାଧୁନିକ ପ୍ରଯୁକ୍ତି ଓ ଉକ୍ରୃଷ୍ଟ ଛବିର ଏକ ଶ୍ରେଷ୍ଠ ସମିଶ୍ରଣ ସହିତ ପ୍ରଥମ ଥର ଲାଗି ୨୦୦ ସିସିରୁ କମ୍‌ ବର୍ଗରେ ଗୋଲ୍‌ଡେନ୍‌ ଅପ୍‌ସାଇଡ୍‌ ଡାଉନ୍‌ (ୟୁଏସ୍‌ଡି) ସାମ୍ନା ସସ୍‌ପେନ୍‌ସନ୍‌ ବ୍ୟବହାର କରାଯାଇଛି ।
ଅଳ୍ପ ସମୟ ପାଇଁ ରହଣୀ ସ୍ଥାନରେ କେବଳ ମାତ୍ର ଏକ ସ୍ୱିଚ୍‌କୁ ଦବାଇ ଇଞ୍ଜିନକୁ ବନ୍ଦ କରିବାର ସହଜତା ନୂଆ ଇଞ୍ଜିନ ଷ୍ଟପ୍‌ ସ୍ୱିଚ୍‌ ପ୍ରଦାନ କରୁଛି । କମ୍‌ ଦେଖାଯାଉଥିବା ସମୟରେ ଗାଡ଼ି ଚାଳକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ହାଜାର୍ଡ ସ୍ୱିଚ୍‌ ସୁବିଧା ରହିଛି ।

ଚଉଡ଼ା ଟ୍ୟୁବ୍‌ଲେସ୍‌ ଟାୟାର ସାମ୍ନାରେ (୧୧୦ ଏମ୍‌ଏମ୍‌) ଓ ପଛରେ (୧୪୦ ଏମ୍‌ଏମ୍‌) ଗାଡ଼ି ଚାଳକଙ୍କୁ ସଡ଼କ ଉପରେ ସ୍ଥିର ରହିବା ଓ ଉନ୍ନତ ଗାଡ଼ି ଚାଳନାକୁ ତାହା ନିଶ୍ଚିତ କରୁଛି ।
ନୂଆ ସମ୍ପୂର୍ଣ୍ଣ ଡିଜିଟାଲ୍‌ ନେଗେଟିଭ୍‌ କ୍ରିଷ୍ଟାଲ୍‌ ମିଟର ଗିୟର ପୋଜିସନ୍‌ ଇଣ୍ଡିକେଟର, ସର୍ଭିସ୍‌ ଡ୍ୟୁ ଇଣ୍ଡିକେଟର, ବ୍ୟାଟେରି ଭୋଲ୍ଟମିଟର ଭଳି ସୂଚନା ପ୍ରଦର୍ଶିତ କରୁଛି ଏବଂ ଏହା ବିଭିନ୍ନ ପରିସ୍ଥିତିକୁ ସୁହାଇବା ଭଳି ବ୍ରାଇଟ୍‌ନେସ୍‌ (ପାଂଚଟି ସ୍ତର ପର୍ଯ୍ୟନ୍ତ ହାତରେ ଆଡଜଷ୍ଟ କରିହେବ) ସହ ଆସିଛି । ଏହା ସିଲ୍‌ ଚେନ୍‌ ସହିତ ଆସୁଛି ଯାହାକୁ ନିୟମିତ ବ୍ୟବଧାନରେ ଆଡଜଷ୍ଟ କରିବାକୁ ପଡ଼ିବନି ଓ ରକ୍ଷଣାବେକ୍ଷଣ ଖର୍ଚ କମ୍‌ ରହିବ ।


ରୋମାଂଚକ ପ୍ରଦର୍ଶନ
ସମ୍ପୂର୍ଣ୍ଣ ନୂଆ ହର୍ନେଟ୍‌ ୨.୦ ନୂଆ ପ୍ରଯୁକ୍ତି ଓ ଆକର୍ଷିତ କରୁଥିବା ଡିଜାଇନ୍‌ ପ୍ରଦାନ କରୁଛି ଯାହା ଶୁଦ୍ଧ ପ୍ରଦର୍ଶନ ନିଶ୍ଚ୍ଖଚ୍ଛ କରୁଛି । ହର୍ନେଟ୍‌ ୨.୦ରେ ନୂଆ ଭାରତ ଷ୍ଟେଜ୍‌-୪ ନିୟମ ପାଳନ କରୁଥିବା ଉଚ୍ଚ କ୍ଷମତାର ଓ ଆଧୁନିକ ୧୮୪ ସିସି ପିଜିଏମ୍‌-ଏଫ୍‌ଆଇ ଏଚ୍‌ଇଟି (ହୋଣ୍ଡା ଇକୋ ଟେକ୍ନୋଲୋଜି) ଇଞ୍ଜିନର ଶକ୍ତି ରହିଛି । ପିଜିଏମ୍‌-ଏଫ୍‌ଆଇ ବ୍ୟବସ୍ଥା ୮ ଅନ୍‌ବୋର୍ଡ ସେନ୍‌ସର୍‌କୁ ବ୍ୟବହାର କରୁଛି ଯାହା ନିରନ୍ତର ଭାବେ ଇନ୍ଧନ ଓ ବାୟୁର ମିଶ୍ରଣକୁ ଭର୍ତି କରାଇ ଶ୍ରେଷ୍ଠ ପ୍ରଦର୍ଶନ ଓ ଉକ୍ରଷ୍ଟ ପ୍ରଭାବ ପ୍ରଦାନ କରୁଛି ।


ଏହା ଇନ୍‌ଟେକ୍‌ ଓ ଏକ୍‌ଜସଟ୍‌ ଉପକରଣରେ ଉକ୍ରୃଷ୍ଟତା ଜରିଆରେ ଯେକୌଣସି ବେଗ ସ୍ଥିତିରେ ଦୃଢ଼ ତ୍ୱରଣ ଓ ଦ୍ରୁତ ପ୍ରତିକ୍ରିୟା ପ୍ରଦାନ କରୁଛି । ରୋମାଂଚକ ପ୍ରଦର୍ଶନ ପ୍ରଦାନ କରିବା ଲାଗି ପ୍ରସ୍ତୁତ ହୋଇଥିବା ହର୍ନେଟ୍‌ ୨.୦ ଶ୍ରେଣୀର ଅଗ୍ରଣୀ ମଧ୍ୟମ ବର୍ଗର ଟର୍କ ପ୍ରଦାନ କରୁଛି । ରୋଲର ରକର ଆର୍ମ ସୁବିଧାରେ ଶକ୍ତି ପ୍ରଦାନକୁ ନିଶ୍ଚିତ କରୁଛି ଯାହା କମ୍ପନ ହ୍ରାସ କରିବାରେ ସହାୟକ ହେଉଛି । ନୂଆ ଇଞ୍ଜିନରେ ପିଷ୍ଟନ କୁଲିଂ ଜେଟ୍‌ ରହିଛି ଯାହା ଉତାପ ଗ୍ରହଣକାରୀର କାର୍ଯ୍ୟ କରୁଛି, ତେଣୁ ଇଞ୍ଜିନର ଉତାପ ପ୍ରଭାବରେ ଉନ୍ନତି ଆଣୁଛି ଓ ଉକ୍ରୃଷ୍ଟ ଇନ୍ଧନ ମିତବ୍ୟୟିତା ପ୍ରଦାନ କରୁଛି ।


ଆନ୍ତର୍ଜାତିୟ ଷ୍ଟାଇଲ୍‌
ସବୁଆଡେ ଏଲଇଡି ଲାଇଟ୍‌ ପ୍ୟାକେଜ୍‌ (ନୂଆ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌ ସହ ପୋଜିସନ୍‌ ଲ୍ୟାମ୍ପ୍‌, ନୂଆ ଏଲଇଡି ୱିଙ୍କର୍‌ ଓ ଏକ୍ସ-ଆକୃତିର ଏଲ୍‌ଇଡି ଟେଲ୍‌ ଲ୍ୟାମ୍ପ୍‌) ସହିତ ଷ୍ଟାଇଲ୍‌ରେ ଉନ୍ନତି ହେଉଛି ଯାହା ସ୍ପଷ୍ଟ ଦେଖାଯିବା ଓ ଭରସାରେ ଆହୁରି ଉନ୍ନତି ଆଣୁଛି ।


ନୂଆ ସୁପରିୟର ଏରୋଡାଇନାମିକ୍‌ ଡିଜାଇନ୍‌ ସହଜ ଗାଡ଼ି ଚାଳନା ସୁବିଧା ପ୍ରଦାନ କରୁଛି ଏବଂ ଏହାକୁ ଉଭୟ ସହରାଂଚଳ ଭିତରେ ଓ ରାଜପଥରେ ଚଲାଇବା ଲାଗି ଉପଯୁକ୍ତ ଓ ଶକ୍ତିଶାଳୀ ବନ୍ଧୁରେ ପରିଣତ କରିଛି ।
ନୂଆ ସ୍ପୋର୍ଟି ସ୍ପ୍ଲିଟ୍‌ ସିଟ୍‌ ଓ ଟାଙ୍କିରେ ନୂଆ ଚାବିର ଉପସ୍ଥାପନ ଏହାର ଷ୍ଟ୍ରିଟ୍‌ ଫାଇଟର୍‌ ଚରିତ୍ରରେ ଉନ୍ନତି ଆଣୁଥିବା ବେଳେ ଗାଡ଼ି ଚାଳକଙ୍କୁ ଅଧିକ ସୁବିଧା ପ୍ରଦାନ କରୁଛି ।


ଛୋଟ ମଫଲର ଓ ସ୍ପୋର୍ଟି ନୂଆ ଆଲଏ ହ୍ୱିଲ୍‌ ଡିଜାଇନ୍‌ ଏହାର ସ୍ପୋର୍ଟି ଚରିତ୍ରରେ ଉନ୍ନତି ଆଣୁଥିବା ବେଳେ ଆଲଏ ଫୁଟ୍‌ ପେଗ୍‌ ସାମଗ୍ରିକ ଷ୍ଟାଇଲ୍‌ର ଭାବକୁ ବଢ଼ାଉଛି ।
ଆବଶ୍ୟକ ଭରସାଯୋଗ୍ୟତା
ଶିଳ୍ପର ଅନ୍ୟତମ ପ୍ରଥମ ଭାବେ ହୋଣ୍ଡା ପକ୍ଷରୁ ହର୍ନେଟ୍‌ ୨.୦ରେ ସ୍ୱତନ୍ତ୍ର ନୂଆ ୬ ବର୍ଷିଆ ୱାରେଂଟି ପ୍ୟାକେଜ୍‌ ( ୩ ବର୍ଷିଆ ସାଧାରଣ ସହ ୩ ବର୍ଷିଆ ବିକଳ୍ପ ବର୍ଦ୍ଧିତ ୱାରେଂଟି) ପ୍ରଦାନ କରାଯାଉଛି ।
ମୂଲ୍ୟ ଓ ରଙ୍ଗ
ନୂଆ ହର୍ନେଟ୍‌ ୨.୦ ଚାରିଟି ଆକର୍ଷଣୀୟ ରଙ୍ଗ-ପର୍ଲ ଇଗନିୟସ୍‌ ବ୍ଲାକ୍‌, ମେଟ୍‌ ସାଙ୍ଗ୍ରିଆ ରେଡ୍‌ ମେଟାଲ୍‌, ମେଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ୍‌ ଓ ମେଟ୍‌ ମାର୍ଭେଲ୍‌ ବ୍ଲୁ ମେଟାଲିକ୍‌ ରଙ୍ଗରେ ଉପଲବ୍ଧ ହେଉଛି । ହର୍ନେଟ୍‌ ୨.୦ର ଆକର୍ଷଣୀୟ ମୂଲ୍ୟ ହେଉଛି ୧୨୬,୩୪୫ ଟଙ୍କା (ଏକ୍ସ ସୋ’ରୁମ୍‌, ଗୁରୁଗ୍ରାମ, ହରିୟାନା) ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି