ଲକଡାଉନରେ ମାଲେ ମାଲ ହେଉଛନ୍ତି ଦେଶୀ ମଦ ବ୍ୟବସାୟୀ : ୨ ହଜାର ଲିଟର ଜବତ, ମାଫିଆ ଫେରାର୍‌

ଖୋର୍ଦ୍ଧା ୧୫।୫ : କରୋନା ପାଇଁ ଦେଶରେ ଜାରି ରହିଛି ତାଲାବନ୍ଦ । ତାଲାବନ୍ଦ ପାଇଁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ମାଲେ ମାଲ ହେଉଛନ୍ତି ଦେଶୀ ମଦ ବ୍ୟବସାୟୀ । ଲକଡ଼ାଉନ ପାଇଁ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଦେଶୀ ମଦ ମାଫିଆ ମାନେ ।

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ଏକଡ଼ାଳିଆ ଗ୍ରାମ ଆଦିବାସୀ ସାହି ନିକଟରେ ବେଆଇନ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ମଦ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ସେଠାରୁ ପ୍ରାୟ ଦୁଇ ହଜାର ଲିଟରରୁ ଉର୍ଦ୍ଧ୍ୱ ପୋଚକୁ ନଷ୍ଟ କରି ମଦ ପ୍ରସ୍ତୁତ ସରଞ୍ଜାମକୁ ଜବତ କରିଛି । ମାଫିଆ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

   ସମ୍ବନ୍ଧିତ ଖବର


ସମ୍ପର୍କୀୟ କକାଙ୍କ କାମନାର ଶିକାର ହେଲେ ଝିଆରୀ

ଭଦ୍ରକ: ବିକ୍ଷୋଭ ବେଳେ ପୋଲିସ ଓ ବ୍ଲକ କର୍ମଚାରୀଙ୍କ ଉପରେ ଆକ୍ରମଣ

ସାଲେପୁର: ଗ୍ୟାସ ଏଜେନ୍ସିରୁ ଚୋରି

୫ ମାସ ଧରି ହେଉଥିଲେ ଦୁଷ୍କର୍ମର ଶିକାର, ସାହସ କରି ଖସି ଆସିଲେ ନାବାଳିକା, ଏବେ ଏସ୍‌ପିଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର : ମହିଳାଙ୍କ ପେଟରୁ ବାହାରିଲା ଏକ ବିରାଟ ଟ୍ୟୁମର

ଦୀପାବଳି ଯାଏ ଖସିବନି ପିଆଜ ଦର ! ନୂଆ ଅମଳକୁ ଆହୁରି ମାସେ, କଷ୍ଟ କମାଇପାରେ ଆଫଗାନିସ୍ଥାନ ଆମଦାନୀ