୨୦୧୯ କ୍ରିକେଟ୍ ବିଶ୍ବକପରୁ ଅଷ୍ଟେ୍ରଲିଆର ଷ୍ଟାର ଖେଳାଳି ବାଦ ପଡିଲେ, ସୋସିଆଲ ମିଡିଆରେ ବିରୋଧ କଲେ ଲୋକେ

ମେଲବୋର୍ଣ୍ଣ,୨୦।୪: ଗତ ୫ଥର ବିଶ୍ବକପ୍ କ୍ରିକେଟ ବିଜେତା ଅଷ୍ଟେ୍ରଲିଆ ଟିମରେ ଏଥର ୨୦୧୯ ବିଶ୍ବକପ୍ ପାଇଁ ୧୫ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଗତ ୧୫ ତାରିଖରେ ଅଷ୍ଟେଲିଆ ଟିମ୍ ଘୋଷଣା କରାଯାଇଥିଲା। ସବୁଥର ଅପେକ୍ଷା ଏଥର ଟିମରେ ବହୁତ କିଛି ପରିବର୍ତ୍ତନ କରାଯାଇଥିବା କାରଣରୁ ଅଷ୍ଟେ୍ରଲିଆର କ୍ରିକେଟ ପ୍ରେମୀ ନିରାଶ ହୋଇଥିବା ବେଳେ ଭାରତରେ ମଧ୍ୟ ଟ୍ବିଟର ୟୁଜରମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଟ୍ବିଟ୍ କରିଛନ୍ତି। ସବୁଠାରୁ ବଡ କଥା ହେଉଛି ଟିମକୁ ଷ୍ଟିଭନ ସ୍ମିଥ ଯଦିଓ ପ୍ରତ୍ୟାବର୍ତ୍ତନ କରିଛନ୍ତି କିଛି ତାଙ୍କୁ ଅଧିନାୟକତ୍ବ ଦିଆଯାଇନାହିଁ। ଏଥର ବିଶ୍ବକପ ପାଇଁ ଅଷ୍ଟେ୍ରଲିଆ ଟିମର ଅଧିନାୟକ ହେବେ ଆରୋନ ଫ୍ରିଞ୍ଚ।
As they said, some players would be brutally unlucky. Handscomb is one. Injuries played its part in Hazlewood's exclusion. #Worldcup2019 https://t.co/PExKOl9CKw
— Ujwal Kr Singh (@UjwalKS) April 15, 2019
Good to see Steve and David back in squad,i feel handscomb should be included…….!? https://t.co/qbl8VYvNvD
— Vali Naveen (@ValiNaveen) April 15, 2019
No backup wk
— Varun Rayudu™ (@varun_rayudu) April 15, 2019
Should've selected Handscomb over marsh
Rest all 🤙 https://t.co/M8bo3KmzoT
Surprised Australia going in with seven specialist bowlers none of whom are top seven bats.
— Deepu Narayanan (@deeputalks) April 15, 2019
And no back up WK which means Carey is a definite starter.
Handscomb really unlucky to miss the bus. https://t.co/bu3ecLt1iw
ତେବେ ଚୟନକର୍ତ୍ତାଙ୍କ ଦଳର କିଛି ଷ୍ଟାର ଖେଳାଳିଙ୍କୁ ସ୍ଥାନ ଦେଇନଥିବାରୁ ସୋସିଆଲ ମିଡିଆରେ ଲୋକଙ୍କ ଭିତରେ ଦେଖିବାକୁ ମିଳିଛି ପ୍ରବଳ ଅସନ୍ତୋଷ। ଅଷ୍ଟେ୍ରଲିଆର କ୍ରିକେଟ୍ ବୋର୍ଡ ବିଶ୍ବକପ୍ ପାଇଁ ଯେଉଁ ଟିମ୍ ଘୋଷିତ କରିଛି ସେଥିରେ ଷ୍ଟାର ଖେଳାଳି ପିଟର ହେଣ୍ଡସ୍କାନବଙ୍କୁ ବାହାର କରିଦିଆଯାଇଛି। ଗତ ୧ ବର୍ଷ ହେବ ପିଟର ହେଣ୍ଡସ୍କ୍ରାବ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କୁ ଦଳରେ ସ୍ଥାନ ନଦେବା କାରଣରୁ ଏବେ ଲୋକମାନେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

୧୫ ସଦସ୍ୟ ବିଶିଷ୍ଟ ଅଷ୍ଟେ୍ରଲିଆ ଟିମରେ ଆରୋନ୍ ଫ୍ରିଞ୍ଚ(ଅଧିନାୟକ),ଜେସନ୍ ବେହରେନଡାର୍ଫ, ଏଲେକ୍ସ କେରି(ଓ୍ବିକେଟ କିପର), ନେଥନ କୋଲ୍ଟର ନାଇଲ, ପେଣ୍ଟ କାମିସ୍, ଉସ୍ମା ଖ୍ବାଜା, ନେଥନ ଲାୟ ଲାୟନ, ସେନ୍ ମାର୍ସ, ଗ୍ଲେନ ମ୍ୟାକ୍ସଓ୍ବେଲ, ରିଚର୍ଡସନ୍, ଷ୍ଟିଭେନ ସ୍ମିଥ୍, ମିଚେଲ ଷ୍ଟାର୍କ, ଡେଭିଡ ଓ୍ବାର୍ନର, ମାର୍କସ ଷ୍ଟୋଇନିସ୍, ଏଡମ ଜମ୍ପା ଏଥର ବିଶ୍ବକପ ଖେଳିବେ।