PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ୧୩୦ କୋଟି ବ୍ୟୟ ହେବ
  • ||
  • ଗଞ୍ଜାମ ପୁରୁଷୋତ୍ତମପୁର- ପ୍ରେମିକାକୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ ଯୁବକ ଗିରଫ
  • ||
  • ଭୁବନେଶ୍ଵର : ଅଗଷ୍ଟ ପ୍ରଥମ ସପ୍ତାହରୁ +୨ ନାମଲେଖା ପ୍ରକ୍ରିୟା, ଜୁଲାଇ ଶେଷ ସୁଦ୍ଧା ବିସ୍ତୃତ ତଥ୍ୟ ଅପଡେଟ୍‌ ପାଇଁ ଜୁନିୟର୍‌ କଲେଜଗୁଡ଼ିକୁ ନିର୍ଦ୍ଦେଶ
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍, ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘରେ ଟିକା ଦେବା ମାମଲା : ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ କୌଣସି ପରିଚୟ ପତ୍ର ନଥିବା ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦେଶ
  • ||
  • ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୟୁଜିସି ମାନ୍ୟତା ନମିଳିବା ପ୍ରସଙ୍ଗ, ଭିସିଙ୍କୁ ଭେଟି ଆଲୋଚନା କଲା ଛାତ୍ର କଂଗ୍ରେସ
  • ||
  • ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ତୃତୀୟ ଲହରୀ : ବିଜୟ ମହାପାତ୍ର
  • ||
  • ନୀଳଗିରି : ନୀଳଗିରି ନିକଟ ଆମ୍ବଡିହା ଛକରେ ଦୁର୍ଘଟଣା, ମେଡ଼ିକାଲକୁ ବିଲେଇ କାମୁଡ଼ା ଇଞ୍ଜେକ୍ସନ୍ ନେବାକୁ ଆସୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ମହିଳା ମୃତ, ମୃତ ମହିଳା ହେଲେ ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ
  • ||
  • କଟକ : ଚୌଦ୍ଵାର କଲେଜ ପଛପଟ ସାହିରେ ଲୁଟ୍, ଘରେ କେହି ନଥିବାର ସୁଯୋଗ ନେଇ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା
  • ||
  • ରାଇରଙ୍ଗପୁର : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନୁରୁବାଦଡା ଗ୍ରାମରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ
  • ||
  • ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ଚାଲିଛି ଅଡିଟ୍, ଶେଷ ହେବାକୁ ଆଉ ୧୦ ରୁ ୧୫ ଦିନ ସମୟ ଲାଗିବ : ଡିଏମଇଟି
  • ||
  • କେସିଙ୍ଗା : କେସିଙ୍ଗା ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କଲେ ପିଡି ଡିଆରଡିଏ
  • ||
  • ନୂଆଦିଲ୍ଲୀ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ||
  • ଭୁବନେଶ୍ଵର : ଦିଲ୍ଲୀରୁ ଚୋରି ଭୁବନେଶ୍ଵରରେ ଗିରଫ, କୋଟିଏ ଟଙ୍କାର ଅଳଙ୍କାର ଚୋରି କରି ଚମ୍ପଟ ମାରିଥିଲା ଚୂନଲଗା ଚାକରାଣୀ, ସାଲିହାସାହିରୁ ଧରିଲା ପୋଲିସ
  • ||
  • ଜଗତସିଂହପୁର : ରାତି ଅଧରେ ଧାରଣାରତ ମହିଳାଙ୍କ ଉପରେ ଆକ୍ରମଣ, ମାଡ଼ ମାରି ଗାଳିଗୁଲଜ କଲେ ୫ରୁ ଉର୍ଦ୍ଧ୍ଵ ଦୁର୍ବୃତ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୭୦୩ ଜଣ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ, ଜୀବନ ସହ ଖେଳୁଛି ବିଏମ୍‌ସି, ମାଡ଼ିଚାଲିଛି ଏଡିସ୍‌ ମଶା ବଂଶ
  • ||

ସୋସିଆଲ ମିଡିଆ ଉପରେ ବି ଲାଗୁ ହେବ ଆଚରଣ ସଂହିତା, ଦେଖିବାକୁ ମିଳିବ ଏହି ନୂଆ ବୈଶିଷ୍ଟ୍ୟ

source:makeawebsitehub.com

ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନର ବିଗୁଲ ଆଜି ବାଜିବା ସହିତ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି । ଦେଶରେ ସାଧାରଣ ନିର୍ବାଚନ ହେବାର ଥିବାରୁ ପୂରା ଦେଶରେ ଏହା ଲାଗୁ ହୋଇଛି । ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ, ଶାସନ କ୍ଷମତାରେ ଥିବା ଦଳ ଏବଂ ସରକାରୀ କଳକୁ ମଧ୍ୟ ଏ ପ୍ରକାର କଟକଣା ମାନିବାକୁ ପଡ଼ିବ । ଏହାର ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେବେ ନିର୍ବାଚନ ଆଚରଣ ସଂହିତା ଲାଗୁ ହେବା ପରେ କି କି ପ୍ରକାର କଟକଣା ମାନିବାକୁ ପଡ଼ିଥାଏ, ତାହା ନିମ୍ନରେ ଉଲ୍ଲେଖ କରାଗଲା ।

ମନ୍ତ୍ରୀ ଅଥବା ସରକାରୀ ପ୍ରତିନିଧି କେଉଁ କାମ ଏବେ କରିପାରିବେନି
୧- କୌଣସି ପ୍ରକାର ଆର୍ଥକ ଅନୁଦାନ ଦେଇପାରିବେ ନାହିଁ କିମ୍ବା ଘୋଷଣା କରିପାରିବେ ନାହିଁ
୨-କୌଣସି ପ୍ରକାର ପ୍ରକଳ୍ପର ଶିଳାନ୍ୟାସ କରିପାରିବେ ନାହିଁ କିମ୍ବା ନୂଆ ଯୋଜନା ଘୋଷଣା କରିପାରିବେ ନାହିଁ
୩- ସଡ଼କ ନିର୍ମାଣ କିମ୍ବା ପାନୀୟ ଜଳ ଯୋଗାଣ ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତି ଦେଇପାରିବେ ନାହିଁ
୪- ସରକାରୀ କଳ କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କୌଣସି ପ୍ରକାର ନିଯୁକ୍ତି ପ୍ରଦାନ କରାଯାଇପାରିବ ନାହିଁ । କାରଣ ଏପରି କଲେ ଶାସନ କ୍ଷମତାରେ ଥିବା ଦଳକୁ ଫାଇଦା ମିଳିବ ।

ସାଧାରଣ ଦିଶା ନିର୍ଦ୍ଦେଶ: କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ଦଳୀୟ ପତାକା କିମ୍ବା ପୋଷ୍ଟର, ବ୍ୟାନର ଆଦି କାହାର ବ୍ୟକ୍ତିଗତ ସମ୍ପତ୍ତିରେ ଲଗାଇପାରିବେ ନାହିଁ । ସେମାନେ ଜାତି, ଧର୍ମ ନାଁରେ କିମ୍ବା ଅନ୍ୟ କୌଣସି ବାହାନାରେ ବିଭିନ୍ନ ସମୁଦାୟ ଭିତରେ ବିଭେଦ ସୃଷ୍ଟି କଲା ଭଳି ଭାଷଣ ଦେଇପାରିବେ ନାହିଁ । ପ୍ରାର୍ଥୀମାନେ ପରସ୍ପରର କାର୍ଯ୍ୟ ଏବଂ ନୀତିକୁ ନେଇ କେବଳ ସମାଲୋଚନା କରିପାରିବେ ।

ଶାସକ ଦଳ ପାଇଁ ନିର୍ଦ୍ଦେଶ: ମନ୍ତ୍ରୀମାନେ ସରକାରୀ ଗସ୍ତ ସମୟରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ । କିମ୍ବା ନିର୍ବାଚନ ପ୍ରଚାର ପାଇଁ ସରକାରୀ ଗାଡ଼ି, ସରକାରୀ କଳ କିମ୍ବା ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିପାରିବେ ନାହିଁ । ସାର୍ବଜନୀନ ସ୍ଥଳର ବ୍ୟବହାର କରିବା ପାଇଁ ଶାସକ ଦଳ ଭଳି ଅନ୍ୟ ଦଳମାନଙ୍କୁ ସମାନ ସୁଯୋଗ ମିଳିବ । ମନ୍ତ୍ରୀମାନେ ସରକାରୀ ଅର୍ଥ ବ୍ୟବହାର କରି କୌଣସି କାର୍ଯ୍ୟ କରାଯିବା ପାଇଁ ଆଦେଶ ଦେଇପାରିବେ ନାହିଁ । ସେମାନେ ସରକାରୀ ଅର୍ଥ ବ୍ୟବହାର କରି ସମ୍ବାଦପତ୍ରରେ ବିଜ୍ଞାପନ ଆଦି ଦେଇପାରିବେ ନାହିଁ ।

ନିର୍ବାଚନୀ ସଭା ପାଇଁ ନିୟମାବଳୀ: କୌଣସି ସ୍ଥାନରେ ସଭା କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ । ସେଠାରେ କୌଣସି ପ୍ରକାର କଟକଣା ଲଗାଯାଇଛି କି ନାହିଁ, ତାହା ପ୍ରଶାସନ ଅନୁଧ୍ୟାନ କଲା ପରେ ଅନୁମତି ଦେବ । ସେହିପରି ଶୋଭାଯାତ୍ରା ବାହାର କରିବା ପାଇଁ ବି ଅନୁମତି ନେବାକୁ ପଡ଼ିବ । ଗୋଟିଏ ମାର୍ଗ ଦେଇ ଦୁଇଟି ଦଳ ଏକ ସମୟରେ ଶୋଭାଯାତ୍ରା ଯେମିତି ଆୟୋଜନ ନକରିବେ, ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବ ।

ମତଦାନ ଦିବସରେ କଟକଣା: ମତଦାନ ଦିବସରେ ବୁଥ ନିକଟରେ ଭିଡ଼ ଜମା କରିବା ପାଇଁ କୌଣସି ସାମଗ୍ରୀ ବଣ୍ଟା ଯାଇପାରିବ ନାହିଁ । ବୁଥ ନିକଟରେ କୌଣସି ପ୍ରକାର ପ୍ରଚାର ସାମଗ୍ରୀ ରଖାଯାଇପାରିବ ନାହିଁ । ମତଦାତାମାନଙ୍କୁ ପ୍ରାର୍ଥୀମାନେ ଯେଉଁ ଭୋଟର ସ୍ଲିପ୍‌ ଦେବେ, ସେଥିରେ ନିଜ ଦଳର ନିର୍ବାଚନୀ ସଂକେତକୁ ପ୍ରଦର୍ଶିତ କରିବେ ନାହିଁ ।

ଉପଲବ୍ଧ ହେବ ଅନେକ ଗୁଡିଏ ଆପ୍‌
ନିର୍ବାଚନ କମିଶନ ଏଥରକ ଅନେକ ଗୁଡିଏ ମୋବାଇଲ ଆପ୍‌ ପ୍ରଚଳନ କରିବାକୁ ଯାଉଛନ୍ତି । ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଇଥିବାରୁ ତାହାକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନିଆଯାଇଛି । କମିଶନ ମତଦାତାମାନଙ୍କ ପାଇଁ ଗୋଟିଏ ଆପ୍‌ ପ୍ରଚଳନ କରିବେ । ଭୋଟରମାନେ କୌଣସି ସ୍ଥାନରେ ନିର୍ବାଚନୀ ଅନିୟମିତତା ହେଉଥିବାର ଲକ୍ଷ୍ୟ କଲେ, ତାହାକୁ ନିଜ ଫୋନ କ୍ୟାମେରାରେ ରେକର୍ଡିଂ କରି ସିଧାସଳଖ କମିଶନଙ୍କ ନିକଟକୁ ପଠାଇପାରିବେ । ସେହିପରି ରାଜନୈତିକ ଦଳଗୁଡିକ ପାଇଁ କମିଶନ ‘ସୁବିଧା’ ନାମରେ ଏକ ଆପ୍‌ ପ୍ରଚଳନ କରାଯିବ । ଏହାକୁ ବ୍ୟବହାର କରି ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସେମାନଙ୍କ ପ୍ରତିନିଧିମାନେ କମିଶନଙ୍କ ଠାରୁ ବିଭିନ୍ନ ପ୍ରକାର ଅନୁମତି ନେବା ପାଇଁ ଆବେଦନ କରିପାରିବେ । ଦିବ୍ୟାଙ୍ଗ ମତଦାତାଙ୍କୁ ସହାୟତା କରିବା ସକାଶେ ବି ଏକ ସ୍ୱତନ୍ତ ଆପ୍‌ ଉପଲବ୍ଧ ହେବ । ଏହାକୁ ବ୍ୟବହାର କରି ସେମାନେ ମତଦାନ କେନ୍ଦ୍ର ଯାଏଁ ଯିବା ପାଇଁ ଯାନର ସୁବିଧା, ବ୍ରେଲ ବ୍ୟାଲଟ ପେପର, ବ୍ରେଲ ଭୋଟର ସ୍ଲିପ୍‌, ହ୍ୱିଲଚେୟାର, ମତଦାନ କେନ୍ଦ୍ରରେ ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ ।

ଏଥରକ ଭୋଟରେ କ’ଣ ନୂଆ ଦେଖିବାକୁ ମିଳିବ
କେନ୍ଦ୍ରୀୟ ନିର୍ବାଚନ ଆୟୋଗ କହିଛନ୍ତି କି ଏଥରକ ନିର୍ବାଚନରେ କିଛି ନୂଆ ବୈଶିଷ୍ଟ୍ୟ ଦେଖିବାକୁ ମିଳିବ । ବିଭିନ୍ନ ପକ୍ଷଙ୍କ ସହ ବିଚାରବିମର୍ଶ କରିବା ପରେ ଆୟୋଗ ଏଭଳି ବୈଶିଷ୍ଟ୍ୟ ପ୍ରଚଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଗୁଡିକ ହେଲା:
୧- ଇଭିଏମରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୁହଁର ଫଟୋ ସହିତ ତାଙ୍କ ଦଳର ନିର୍ବାଚନୀ ସଂକେତ ପ୍ରଦର୍ଶିତ ହେବ ।
୨- ନିର୍ବାଚନରେ ଅନିୟମିତତା ସମ୍ପର୍କରେ ସୂଚନା ଦେବା ପାଇଁ ଏକ ନୂଆ ଆପ୍‌ ପ୍ରଚଳନ କରାଯିବ ।
୩- ମତଦାତାମାନେ ଫଟୋ ଭୋଟର ସ୍ଲିପ୍‌କୁ ବୁଥରେ ପରିଚୟ ପତ୍ର ଭାବେ ବ୍ୟବହାର କରିପାରିବେ ନାହିଁ । କିନ୍ତୁ ସେମାନେ ଗାଇଡାନ୍ସ ପାଇଁ ଏହାକୁ ବ୍ୟବହାର କରିପାରିବେ ।
୪-ନିର୍ବାଚନ କମିଶନଙ୍କ ଠାରୁ ପ୍ରମାଣପତ୍ର ଜାରି କରାଗଲା ପରେ ହିଁ ଗୁଗୁଲ, ଫେସବୁକ୍‌ ଏବଂ ୟୁଟ୍ୟୁବରେ ରାଜନୈତିକ ବିଜ୍ଞାପନ ଦିଆଯାଇପାରିବ ।
୫- ସମସ୍ତ ଇଭିଏମରେ ଭିଭିପ୍ୟାଟ୍‌ ବ୍ୟବହାର କରାଯିବ । ପ୍ରାୟ ୧୦ ଲକ୍ଷ ମତଦାନ କେନ୍ଦ୍ରରେ ଭିଭିପ୍ୟାଟ୍‌ ବ୍ୟବହାର କରାଯିବ ।
୬- ଭୋଟରମାନଙ୍କ ସହାୟତା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ତାହା ହେଉଛି -୧୯୫୦ । ଏହି ନମ୍ବରରେ ଫୋନ କରି ମତଦାତାମାନେ ମତଦାତା ସୂଚୀରେ ନିଜର ନାମ ଏବଂ ନିର୍ବାଚନ ସମ୍ପର୍କିତ ଅନ୍ୟ ତଥ୍ୟ ପାଇପାରିବେ ।
୭- ସବୁ ପ୍ରାର୍ଥୀଙ୍କୁ ନଜିର ସମସ୍ତ ସୋସଅିାଲ ମଡିଅିା ଆକାଉଣ୍ଟ ସମ୍ପର୍କରେ କମଶିନଙ୍କୁ ସୂଚନା ଦେବାକୁ ପଡିବ ।

ସୋସିଆଲ ମିଡିଆ ଉପରେ ବି ଲାଗୁ ହେବ ଆଚରଣ ସଂହିତା
ସୋସିଆଲ ମିଡିଆ ଉପରେ ବି ଲାଗୁ ହେବ ଆଚରଣ ସଂହିତାସୋସିଆଲ ମିଡିଆ ଉପରେ ବି ଏଥର ନିର୍ବାଚନ ଆଚରଣ ସଂହିତା ଲାଗୁ ହେବ । ଫେସବୁକ୍‌, ଗୁଗୁଲ, ୟୁଟ୍ୟୁବ୍‌ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜନୈତିକ ବିଜ୍ଞାପନ ଦେବା ପୂର୍ବରୁ ସଂପୃକ୍ତ ସଂସ୍ଥାକୁ କମିଶନଙ୍କ ଅନୁମତି ନେବାକୁ ପଡ଼ିବ । ସେହିପରି ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଏବଂ ମିଥ୍ୟା ସମ୍ବାଦର ପ୍ରସାର ରୋକିବାକୁ ସେମାନେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିବେ ।

ସମ୍ବନ୍ଧିତ ଖବର