ଓଡ଼ିଶାରେ କମୁଛି କରୋନା ଗ୍ରାଫ୍: ଆଜି ୨୦୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ଟପିଲା

ଭୁବନେଶ୍ବର ୧୮/୧୦: ଓଡ଼ିଶାରେ କରୋନା ପ୍ରକୋପ କମିବାରେ ଲାଗିଛି । ନୂଆ ମାମଲାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହେଉଛି। ସୁସ୍ଥ ସଂଖ୍ୟା ବଢ଼ି ଚାଲିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୦୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୫୭ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ରାଜ୍ୟରେ ତଳମୁହାଁ ହେଉଛି କରୋନା ଗ୍ରାଫ୍। ୨୪ ଘଣ୍ଟା ମଧ୍ୟରେ ୩୦ଟି ଜିଲ୍ଲାରୁ ୨୦୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୮୩ ଜଣ, କଟକରୁ ୧୫୦ ଜଣ, ଅନୁଗୁଳରୁ ୧୨୯ ଜଣ, ମୟୂରଭଞ୍ଜରୁ ୧୧୧ ଜଣ, ସୁନ୍ଦରଗଡ଼ରୁ ୯୯ ଜର,ନୂଆପଡ଼ାରୁ ୯୦ ଜଣ,ବରଗଡ଼ରୁ ୭୭ ଜଣ, ଯାଜପୁରରୁ ୭୩ ଜଣ, ବଲାଙ୍ଗୀରରୁ ୭୧ ଜଣ, ବାଲେଶ୍ବର ଏବଂ କଳାହାଣ୍ଡିରୁ ୬୯ ଜଣ ଲେଖାଏଁ,ସୋନପୁରରୁ ୬୮ ଜଣ, କେନ୍ଦ୍ରାପଡ଼ାରୁ ୬୧ଜଣ, ନବରଙ୍ଗପୁରରୁ ୬୦ ଜଣ,କେନ୍ଦୁଝରରୁ ୫୮ ଜଣ,ସମ୍ବଲପୁରରୁ ୫୨ ଜଣ,ଝାରସୁଗୁଡାରୁ ୪୩ ଜଣ, ଭଦ୍ରକରୁ ୪୧ ଜଣ, କୋରାପୁଟରୁ ୪୧ ଜଣ,ନୟାଗଡ଼ରୁ ୪୦ ଜଣ, ଢ଼ୋଙ୍କାନାଳରୁ ୩୮ ଜଣ, ଗଞ୍ଜାମରୁ ୩୩ ଜଣ,କନ୍ଧମାଳରୁ ୩୧ ଜଣ, ପୁରୀରୁ ୩୦ ଜଣ, ରାୟଗଡ଼ାରୁ୨୪ ଜଣ, ଦେବଗଡ଼ ଏବଂ ମାଲକାନଗିରିରୁ ୨୦ ଜଣ ଲେଖାଏଁ,ବୌଦ୍ଧରୁ ୧୨ ଜଣ, ଗଜପତିରୁ ୬ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୬୮ ହଜାର ୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୨ ହଜାର ୯୪୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୪୪ ହଜାର ୨୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୦ ଲକ୍ଷ ୪୩ ହଜାର ୩୨୩ ସାମ୍ପୁଲ ଟେଷ୍ଟ୍ ହୋଇଛି।

   ସମ୍ବନ୍ଧିତ ଖବର


ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ଶବ ରଖି କାର୍ଯ୍ୟବନ୍ଦ କଲେ ସହକର୍ମୀ, ସ୍ୱାମୀକୁ ଅଟକ ରଖିଲା ପୁଲିସ୍

ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର