PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପରିବାର ପାଇଁ ଇ-ସାକ୍ଷାତ୍‌ ଭିଡ଼ିଓ ଚାଟିଂ ସେବା ଆରମ୍ଭ
  • ||
  • ନବରଙ୍ଗପୁର – ଅକ୍ସିମିଟର ଚଢ଼ା ଦାମରେ ବିକ୍ରି, ୨ଟି ଔଷଧ ଦୋକାନୀଙ୍କ ଠାରୁ ଜରିମନା, ଗୋଟିଏ ଔଷଧ ଦୋକାନ ସିଲ୍
  • ||
  • କରୋନା ନେଲା ଆଉ ଏକ ଜୀବନ – ବିଶିଷ୍ଟ ସାହିତ୍ୟିକ ଅଜାମ୍ୱର ମଲ୍ଲଙ୍କ ପରଲୋକ
  • ||
  • କୋରାପୁଟ : କ୍ଲର୍କ ଚାକିରି ଲୋଭ ଦେଖାଇ ଯୁବତୀଙ୍କଠୁ ଠକେଇ, ଦୁଇ ଗିରଫ
  • ||
  • ଭୁବନେଶ୍ବର : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର
  • ||
  • ମାଲକାନଗିରି: କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ
  • ||
  • ପୁରୀ: ବିନା ଭକ୍ତରେ ଶ୍ରୀମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା
  • ||
  • ସମ୍ବଲପୁର: ପେଟର ଭୋକ ଆଗରେ ହାର୍‌ ମାନୁଛି ସଂକ୍ରମଣର ଭୟ, ଡଷ୍ଟବିନ୍‌ ପାଲଟିଛି ଖାଦ୍ୟର ମାଧ୍ୟମ
  • ||
  • ୫-୬ ଦିନ ପରେ ଫ୍ଲାଟ୍‌ ହେବ କର୍ଭ
  • ||
  • ସ୍ବାଭାବିକ ସମୟରେ ଆସିବ ମୌସୁମୀ: ଜୁନ୍‌ ୧ରେ କେରଳ, ୧୨ ସୁଦ୍ଧା ଓଡ଼ିଶା
  • ||
  • ଚିନ୍ତା ବଢ଼ାଉଛି କରୋନା: ପିଲାଙ୍କ ପ୍ରତି ମାଡ଼ି ଆସୁଛି ବିପଦ, ଦୈନିକ ୫ଶହ ପିଲା ହେଉଛନ୍ତି ସଂକ୍ରମିତ
  • ||
  • ଓଡ଼ିଶାରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି
  • ||
  • ରାଜ୍ୟରେ ଅଣାୟତ୍ତ କରୋନା: ଭାଙ୍ଗିଲା ପୁରୁଣା ଦୈନିକ ସଂକ୍ରମଣ ରେକର୍ଡ଼, ଦିନକରେ ଚିହ୍ନଟ ହେଲେ ୧୨ ହଜାର ୨୩୮ ପଜିଟିଭ ଆକ୍ରାନ୍ତ
  • ||
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

୨୦୧୯ର ପାଦଚିହ୍ନ: ନନ୍ଦନକାନନରେ ଖୁସି ଅପେକ୍ଷା ଅଧିକ ଥିଲା ଦୁଃଖ

ବର୍ଷ ୨୦୧୯ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ଥିଲା ଦୁଃଖ ଓ କଣ୍ଟକିତ ପଥରେ ଭରା । ଏଇ ବର୍ଷ ପ୍ରାଣୀ ଉଦ୍ୟାନ ପାଇଁ ଯେତିକି ଖୁସିର ଦିନ ଥିଲା ତା’ଠାରୁ କେତେ ଗୁଣ ଅଧିକ ଥିଲା ଦୁଃଖର । ନୂଆ କରି କିଛି କରି ଦେଖାଇବାର ପଣ ବି ମନରେ ଆଣି ଆଗଭର ହୋଇଥିଲେ କର୍ତ୍ତୃପକ୍ଷ । ମାତ୍ର କେଉଁଠି ନା କେଉଁଠି ନୂଆ ଯୋଜନା ବି ବାଟବଣା ହୋଇଥିଲା। ନୂଆ ପ୍ରଜାତି ଆଣିବା ଯେତିକି ପ୍ରଶଂସା ଦେଇଥିଲା, ସେମାନଙ୍କ ମୃତ୍ୟୁ ସେତିକି ଅପବାଦ ମୁଣ୍ଡ ଉପରକୁ ଛିଞ୍ଚାଡି ଦେଇ ଗଲା । ନୂଆ ଅତିଥି ଆସିଲେ ସତ ମାତ୍ର ଅନେକ ପ୍ରଜାତିର ପ୍ରାଣୀଙ୍କ ବିଚ୍ଛେଦ ପଶୁପକ୍ଷୀ ପ୍ରେମୀଙ୍କ ଛାତିକୁ ଯେମିତି କରତି ଦେଇଗଲା । ପ୍ରାଣୀ ଉଦ୍ୟାନ ପାଇଁ ଏମିତି ବର୍ଷକର ହାନି, ଲାଭ, ଯଶ ଓ ଅପଯଶକୁ ନେଇ ‘ପ୍ରମେୟ’ର ସ୍ୱତନ୍ତ୍ର ପ୍ରତିବେଦନ…

ଛାରଖାର କଲା ‘ଫୋନି

ମେ’ ମାସ ୩ ତାରିଖରେ ଓଡ଼ିଶାରେ ପ୍ରଳୟ ରଚିଲା ସାମୁଦ୍ରିକ ଝଡ଼ ‘ଫୋନି’ । ପ୍ରଭାବରେ ପୁରୀ, ଖୋର୍ଦ୍ଧା ଓ ଅନ୍ୟାନ୍ୟ ଉପକୂଳ ଜିଲ୍ଲା ପ୍ରଭାବିତ ହେଲା । ସବୁଠୁ ବେଶି ପ୍ରଭାବିତ ହୋଇଥିଲା ପୁରୀ ଓ ଖୋର୍ଦ୍ଧା । ରାଜଧାନୀର ସବୁଜିମା ଉଜୁଡ଼ିଗଲା । ଏଥିରୁ ବାଦ ପଡ଼ିନଥିଲା ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ବିରାଟ ବିରାଟ ଗଛରେ ଭରି ରହିଥିବା ଏହାର ବିଶାଳକାୟ ବପୁ ଉପରେ ‘ଫୋନି’ର ମାଡ଼ ପ୍ରଳୟ ରଚିଲା । ଅନେକ ଗଛ ଧରାଶାୟୀ ହେଲା । ଖୁଆଡ଼ ଗୁଡିକ ମଧ୍ୟ ପ୍ରଭାବିତ ହେଲା, ଯାହାଦ୍ୱାରା ପଶୁପକ୍ଷୀଙ୍କ ପାଇଁ ବିପଦର କାରଣ ସାଜିଲା । ଖୋଲାରେ ରହୁଥିବା ପଶୁପକ୍ଷୀ ପବନ ଓ ବର୍ଷା ମାଡ଼ରେ ଏକପ୍ରକାର କାଲୁଆ ହୋଇଗଲେ । ବର୍ଷା ଓ ପବନ ଛାଡ଼ିବା ପରେ ଅବଶ୍ୟ କର୍ତ୍ତୃପକ୍ଷ ଏମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ଯତ୍ନବାନ ହୋଇଥିଲେ । ମାତ୍ର ଏହି ବାତ୍ୟା ପରେ ଅନେକ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଘଟିଲା । ଏହି କାରଣରୁ ଅନେକ ପଶୁପକ୍ଷୀ ମରିଯାଇଥିବା ମଧ୍ୟ ପରେ କୁହାଗଲା । ଏବେ ସବୁ ସଜଡ଼ା ସରିଛି ।

‘ହର୍‌ପିସ୍‌’

୨୦୧୯ ଅଗଷ୍ଟର ଶେଷ ଭାଗ ଓ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ନନ୍ଦନକାନନକୁ ଲାଗିଥିଲା ମସ୍ତବଡ଼ ଝଟ୍‌କା । ମହାମାରୀ ରୂପ ନେଇ ମାଡ଼ି ଆସିଥିଲା ‘ହରପିସ୍‌’ ନାମକ ଭୂତାଣୁ ଜନିତ ରୋଗ । ଏହି ରୋଗରେ ମାଈ ହାତୀ ଜୁଲି ପ୍ରଥମେ ମୃତ୍ୟୁବରଣ କରିଥିଲା । ୨୪ ଅଗଷ୍ଟରେ ସେ ଅସୁସ୍ଥ ହୋଇ ଖାଇବା ପିଇବା ଛାଡ଼ି ଦେଇଥିଲା । ପରେ ୨୬ ତାରିଖରେ ସେ ଆଖି ବୁଜିଲା । ‘ହରିପିସ୍‌’ର ମନ ଏତିକିରେ ଶାନ୍ତି ହୋଇନଥିଲା । ତା’ ପରକୁ ପର ସେ ଆଉ ୩ଟି ହାତୀଙ୍କ ଜୀବନ ନେଲା । ଚନ୍ଦନ, କମଳା ଓ ଗୌରୀ ଜଣକ ପରେ ଜଣଙ୍କ ଡଙ୍କ ମୋଡ଼ିଦେଲା ଏହି ରୋଗ । ୫ ସେପ୍ଟେମ୍ବରରେ ହାତୀ ଚନ୍ଦନର ମୃତ୍ୟୁ ହୋଇଥିବା ବେଳେ ସେହିମାସ ୨୦ ତାରିଖରେ ଉଭୟ କମଳା ଓ ଗୌରୀର ମୃତ୍ୟୁ ହୋଇଥିଲା । ଚନ୍ଦନ ହାତୀଟି ୨୦୧୦ ଜୁଲାଇରେ ଏଠାକୁ ଆସିଥିଲା । ସେହିପରି ମାଈ ହାତୀ କମଳା କୋରାପୁଟରୁ ନନ୍ଦନକାନନ ୨୦୧୩ରେ ଆସିଥିଲା । ଆଉ ସବୁଠୁ ଅଲିଅଳ କୁହାଯାଉଥିବା ଗୌରୀ ଆଠଗଡ଼ରୁ ଉଦ୍ଧାର ହୋଇ ୨୦୧୨ ଡିସେମ୍ବରରେ ଏଠାକୁ ଆସିଥିଲା । ଲଗାତାର ୪ଟି ହାତୀଙ୍କ ‘ହରପିସ୍‌’ଭୂତାଣୁ ଜନିତ ରୋଗରେ ମୃତ୍ୟୁ ହେବା ପଶୁପ୍ରେମୀ ଓ ନନ୍ଦନକାନନ କର୍ତ୍ତୃପକ୍ଷ ସମସ୍ତଙ୍କୁ ବିରାଟ ଝଟ୍‌କା ଦେଇଥିଲା ।

ବଜ୍ରକାପ୍ତା ପ୍ରଜନନ କ୍ଷେତ୍ରରେ ବିଶ୍ୱରେ ପ୍ରଥମ

ଭାରତୀୟ ପାଙ୍ଗୋଲିନ୍‌(ବଜ୍ରାକାପ୍ତା) ପ୍ରଜନନ ଓ ଏହାର ସଂରକ୍ଷଣ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ବେଶ୍‌ ନିଷ୍ଠାର ସହିତ କାମ କରିଥିଲେ । ତେଣୁ ୨୦୧୯ରେ ବଜ୍ରକାପ୍ତା ପ୍ରଜନନ କ୍ଷେତ୍ରରେ ନନ୍ଦନକାନନ ବିଶ୍ୱ ରେକର୍ଡର ମାନ୍ୟତା ପାଇଛି । ଫେବ୍ର୍ରୁଆରୀ ୧୬ ତାରିଖରେ ଏଠାରେ ଦୁଇଟି ବଜ୍ରକାପ୍ତା ଶାବକ ଜନ୍ମ ନେଇଥିଲେ । ବର୍ତ୍ତମାନ ଉଭୟ ଦୁଇ ଶିଶୁ ଓ ଅନ୍ୟ ବଜ୍ରକାପ୍ତାଙ୍କୁ ସିସିଟିଭି ନଜରରେ ରଖାଯାଇଛି । ରାତିବେଳା ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଆଗକୁ ଏମାନଙ୍କ ବଂଶ ବିସ୍ତାର ଯେପରି ତ୍ୱରାନ୍ୱିତ ହୁଏ ସେଥିପ୍ରତି କର୍ତ୍ତୃପକ୍ଷ ଯତ୍ନବାନ୍‌ ଅଛନ୍ତି । ଏହା ସହିତ ଆଉ ଏକ ବଜ୍ରକାପ୍ତା ବାରିପଦାରୁ ଉଦ୍ଧାର ହୋଇ ୩୦ ଅଗଷ୍ଟରେ ଏଠାକୁ ଆସିଛି ।

ଚିତ୍ରା ହରିଣ ସଂଖ୍ୟା ଆଶାତୀତ ବୃଦ୍ଧି

ପ୍ରାଣୀ ଉଦ୍ୟାନରେ ଚିତ୍ରା ହରିଣ ବଂଶ ଆଶାତୀତ ଭାବେ ବୃଦ୍ଧି ଘଟିଛି । ଯାହା ଫଳରେ କ୍ଷମତାଠାରୁ ଅଧିକ ଚିତ୍ରାହରିଣ ଏଠାରେ ରହିବାରେ ଅସୁବିଧା ହେବାରୁ ଅକ୍ଟୋବର ୨୨ ତାରିଖରେ ୧୯ଟି ଚିତ୍ରା ହରିଣଙ୍କୁ ଏଠାରୁ ନିଆଯାଇ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

ଦୁଇ ଆନାକୋଣ୍ଡା ମଲେ


ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ଆସିଥିବା ୮ଟି ଆନାକୋଣ୍ଡାଙ୍କ ମଧ୍ୟରୁ ୨୮ ନଭେମ୍ବରରେ ଗୋଟିଏ ଓ ଏହାର ଠିକ୍‌ ଦୁଇ ଦିନ ପରେ ୩୦ ତାରିଖରେ ଆଉ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ କହିବା ମୁତାବକ ରକ୍ତଝାଡ଼ା ଓ ଅନ୍ତଃନଳୀରେ ସଂକ୍ରମଣ ଯୋଗୁ ଏମାନଙ୍କର ମୃତ୍ୟୁ ଘଟିଥିଲା । ତେବେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରବର୍ତ୍ତୀ ଯତ୍ନ ଲାଗି ମାଡ୍ରାସରୁ ଦୁଇ ଜଣିଆ ବିଶେଷଜ୍ଞ ଦଳ ଆସି ତଦାରଖ କରି ଫେରିଥିଲେ । ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୬ ରହିଛି । ଏହି ୬ଟି ହଳଦିଆ ଆନାକୋଣ୍ଡାଙ୍କୁ ସ୍ୱତନ୍ତ୍ର କାଠ ବାକ୍ସରେ ରଖାଯାଇ ସେମାନଙ୍କ ଯତ୍ନ ନିଆଯାଉଛି । ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଏମାନଙ୍କୁ ଔଷଧ ମଧ୍ୟ ନିୟମିତ ଦିଆଯାଉଛି ।

ପ୍ରଥମ ଶାଗୁଣା ଶାବକ ଜନ୍ମ

ଗାନ୍ଧି ଜୁଲୋଜିକାଲ ପାର୍କ, ଗ୍ୱାଲିୟରରୁ ୧୨ଟି ଲଙ୍ଗ୍‌ ବିଲ୍‌ଡ୍‌ ଶାଗୁଣା ୨୭ ନଭେମ୍ବର ୨୦୧୮ରେ ନନ୍ଦନକାନନକୁ ଅଣାଯାଇଥିଲା । ସେମାନଙ୍କୁ ବଟାନିକାଲ ଗାର୍ଡେନରେ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯାଇଛି । ସେମାନଙ୍କୁ ସପ୍ତାହକୁ ଦୁଇ ଥର ମଇଁଷି ମାଂସ ଖାଇବାକୁ ଦିଆଯାଉଛି । ଏବେ ସମସ୍ତ ଶାଗୁଣା ସୁସ୍ଥ ଅଛନ୍ତି । ତେବେ ୨୦୧୯ ଜାନୁଆରୀ ୩ ତାରିଖରେ ସେମାନଙ୍କ ମଧ୍ୟରୁ ଗୋଟିଏ ଶାଗୁଣା ପ୍ରଜନନ କେନ୍ଦ୍ରରେ ଅଣ୍ଡା ଦେଇଥିଲା । ଏହି ଅଣ୍ଡା ନିର୍ଦ୍ଦିଷ୍ଟ ଦିନ ହ୍ୟାଚରରେ ରହିବା ପରେ ସେଥିରୁ ଛୁଆ ବାହାରିଥିଲା ।

ମାଙ୍କଡ଼ ଛୁଆକୁ ଖାଇଲା ଭାଲୁ


ପ୍ରାଣୀ ଉଦ୍ୟାନରେ ଏଇ ବର୍ଷ ଦେଖିବାକୁ ମିଳିଥିଲା ଏକ ବିରଳ ଘଟଣା । ଜାନୁଆରୀ ୧୫ ତାରିଖରେ ଏକ କଳାଭାଲୁ ଏନକ୍ଲୋଜର ଭିତରକୁ ଖସିପଡିଥିଲା ଏକ ଛୋଟ ମାଙ୍କଡ଼ ଛୁଆ । ଭାଲୁଟି ମାଙ୍କଡ଼ ଛୁଆକୁ ଖପ୍‌ କରି ଧରି ପକାଇଲା । ଆଉ ତା’ ଛାତିକୁ ଫାଡ଼ି ପକାଇଥିଲା । ଭାଲୁର ଉଗ୍ର ରୂପ ଦେଖି କେହି ତା’ ପାଖକୁ ଯାଇନଥିଲେ । ଭାଲୁଟି ମାଙ୍କଡ଼ ଛୁଆଟିର ଦେହକୁ ଫାଡ଼ି ଫାଡ଼ି ଖାଇବାରେ ଲାଗିଲା । ଆଉ ନିମିଷକ ମଧ୍ୟରେ ସବୁ ସଫାଚଟ୍‌ କରିଦେଲା ।

ବାଘ ଖୁଆଡ଼ରେ କୁମ୍ଭୀର ପଶିଲା ଜାନୁଆରୀ ୯ ତାରିଖରେ ଦେଖିବାକୁ ମିଳିଥିଲା ଆଉ ଏକ ଚମତ୍କାର ଘଟଣା । ଧଳାବାଘ ସମ୍ରାଟର ଖୁଆଡ଼ ଭିତରକୁ ଏକ ୨ ମାସର କୁମ୍ଭୀର ପଶି ଯାଇଥିଲା । ଧଳାବାଘଟି ୩୩ ନଂ ଖୁଆଡ଼ରେ ରହୁଥିଲା । ତେବେ ଏହି ଖୁଆଡ଼କୁ କିପରି କୁମ୍ଭୀର ଆସିଲା ଜଣାପଡ଼ିନଥିଲା । ତେବେ ଏହି ଦୁଇ ପ୍ରାଣୀ କେହି କାହାର କ୍ଷତି କରିନଥିଲେ ।

୧୪ଟି ବିରଳ ପକ୍ଷୀ ଘରୋଇ ସଂସ୍ଥାରୁ ଆସିଲେ

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ଘରୋଇ ସଂସ୍ଥାରୁ ଦୁଇଟି ପ୍ରଜାତିର ପ୍ରାୟ ୧୪ଟି ପକ୍ଷୀ ଆସିଛନ୍ତି । ଏହି ପକ୍ଷୀ ମଧ୍ୟରେ ଗୋଟିଏ ପ୍ରଜାତି ହେଉଛନ୍ତି ଏଲୋସାଇଟ୍‌ କନୁର ଏବଂ ଆଉ ଗୋଟିଏ ହେଲେ ପାଇନ୍‌ପଲ କନୁର । ଏହି ଦୁଇ ପ୍ରଜାତିର ପକ୍ଷୀଙ୍କୁ କଟକରୁ ଅଣାଯାଇଛି । ନନ୍ଦନକାନନ କର୍ତ୍ତୃପକ୍ଷ ୩ ଲକ୍ଷ ୫୦ ହଜାର ଟଙ୍କା ଦେଇ ଏହି ୧୪ଟି ପକ୍ଷୀଙ୍କୁ କିଣିଛନ୍ତି । ପ୍ରଥମେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଡାକ୍ତର ଆଲୋକ କୁମାର ଦାସ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବିହଙ୍ଗ ସାରଣୀର ସ୍ୱତନ୍ତ୍ର ଖୁଆଡ଼ରେ ଏମାନଙ୍କୁ ରଖାଯାଇଛି । ଏହି ପ୍ରଜାତିର ପକ୍ଷୀ ବେଶ୍‌ ସୁମଧୁର ସ୍ୱରରେ ବୋବାଇ ଦର୍ଶକଙ୍କୁ ମନୋରଞ୍ଜନ ଦେଇଥାନ୍ତି ।

୨ ବାଘ, ୧ ବାଘୁଣୀ ଆଖି ବୁଜିଲେ

ପ୍ରାଣୀ ଉଦ୍ୟାନରୁ ଏଇ ବର୍ଷ ୩ଟି ବାଘ(୨ଟି ବାଘ ଓ ୧ ବାଘୁଣୀ)ଙ୍କର ମୃତ୍ୟୁ ଘଟିଥିଲା । ୨୧ ଫେବ୍ରୁଆରୀରେ ପ୍ରଥମେ ୩୩ ନଂ ଖୁଆଡ଼ରେ ରହୁଥିବା ସାଧାରଣ ବାଘ ରୋଷନର ମୃତ୍ୟୁ ଘଟିଥିଲା । ରୋଷନ ୨୦୦୨ରେ ରାମ ଓ ବାଘୁଣୀ ଶ୍ରୀୟାଙ୍କ ଔରଷରୁ ଜନ୍ମ ନେଇଥିଲା । ୧୭ ବର୍ଷ ବୟସରେ ତା’ର ମୃତ୍ୟୁ ହେଲା । ପରେ ପରେ ଅଗଷ୍ଟ ୧୨ ତାରିଖରେ ବାଘୁଣୀ ପ୍ରିୟଙ୍କା ଆଖି ବୁଜିଲା । ଏହି ବାଘୁଣୀଟି ୨୦୦୨ରେ ବାଘୁଣୀ ତନୁଜା ଓ ବାଘ ଅଶୋକର ଔରଷରୁ ଜନ୍ମ ନେଇଥିଲା । ଶେଷରେ ଅକ୍ଟୋବର ୧୫ ତାରିଖ ଦିନ ଆଖି ବୁଜିଥିଲା ଧଳାବାଘ ଶୁଭ୍ରାଂଶୁ । ଏହି ବାଘଟି ୨୦୧୪ ଜୁଲାଇ ୨୮ରେ ଜନ୍ମ ନେଇଥିଲା । ମାତ୍ର ୫ ବର୍ଷ ବୟସରେ ତାକୁ ମୃତ୍ୟୁ ଗ୍ରାସ କରିଥିଲା । ସାଧାରଣ ବାଘ ମନୀଷ ଓ ଏକ ଧଳା ବାଘୁଣୀର ମିଳନରୁ ଶୁଭ୍ରାଂଶୁ ଜନ୍ମ ନେଇଥିଲା ।