PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

୨୦ ପେଟରେ ଅଛି କ’ଣ ? ଚାଷ ହସିବ, ସଜାଡ଼ି ହେବ ଅର୍ଥନୀତି, ବଦଳିବ କି ରାଜନୈତିକ ସମୀକରଣ… ଜାଣନ୍ତୁ…

ଭୁବନେଶ୍ୱର ୧/୧: ସରିଲା ଉଣେଇଶ । ନୂଆ ବର୍ଷ କୋଡ଼ିଏ କୋଡ଼ିଏ (୨୦୨୦) ସହ ଜନ୍ମ ନେଇଛି ନୂଆ ଦଶନ୍ଧି । କି ଭାଗ୍ୟ ନେଇ ଆସୁଛି ଏ ନୂଆ ସକାଳ? ଓଡ଼ିଶା ଭାଗ୍ୟାକାଶରେ ଅଛି କ’ଣ? ପ୍ରକୃତି କୃପା କରିବ କି ରାଗି ଆଉ ଗୋଟିଏ ‘ଫୋନି ଟାଣି ଆଣିବ? ମାନ୍ଦାବସ୍ଥାର ଶିକୁଳିରେ ବନ୍ଧା ପଡ଼ିଥିବା ଅର୍ଥନୀତି ପୁଣି ଦୌଡ଼ିବ ନା ଗୁରୁଣ୍ଡିବ…? ରାଜନୀତିର ଗତି କୁଆଡ଼େ? ତିନି ରାଜନୈତିକ ଦଳ ସମ୍ମୁଖରେ ସବୁଠାରୁ ବଡ଼ ଚାଲେଞ୍ଜ କ’ଣ?

ନବକଳେବରରୁ ଖଡ଼ି ଛୁଇଁବ ରାଜନୀତି । ନମ୍ବର ୱାନ୍‌ ରାଜନୈତିକ ଦଳ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ମାସ ଭିତରେ ଏହା ସରିବ । ଦୁଇ ନମ୍ବର ଦଳ ବିଜେପିର ସାଂଗଠନିକ ପର୍ବ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ । ଜିଲ୍ଲା ସଭାପତି ଚୟନ ସରିଛି, କେବଳ ରାଜ୍ୟ ସଭାପତି ପଦ ପାଇଁ ଦଳ କସରତ କରୁଛି । କଂଗ୍ରେସର ନୂଆ ମଙ୍ଗୁଆଳ ପାଇଁ ‘ଦିଲ୍ଲୀ ଚଲୋ’ ଅଭିଯାନ ପୁରୁଣା ବର୍ଷରୁ ତେଜିଛି ।

ତିନି ରାଜନୈତିକ ଦଳର ସାଂଗଠନିକ ପୁନର୍ବିନ୍ୟାସ ପରେ ଆଗକୁ ଥିବା ପୌର ନିର୍ବାଚନରେ କମାଲ ଦେଖାଇବାକୁ ଜୋରଦାର ପାଗ ଭିଡ଼ିବେ । ଏ ପୌର ଭୋଟ୍‌ ତିନି ଦଳ ପାଇଁ ନୂଆ ବର୍ଷରେ

ଯେତିକି ଚାଲେଞ୍ଜ ଛିଡ଼ା କରାଇବ, ସେତିକି ସମ୍ଭାବନା ମଧ୍ୟ ଆଣିଦେବ । ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବେନି । କେହି କାହାକୁ ବାଟ ଛାଡ଼ିବେନି ।

ନିର୍ବାଚନ ବେଳେ ପରମ ଶତ୍ରୁ ସାଜିଥିବା ବିଜେଡି ଏବଂ ବିଜେପି ଏବେ ପରସ୍ପର ଆଡ଼କୁ ଆଉଜିି ଯାଇଛନ୍ତି । ମତଦାତା ଦ୍ୱନ୍ଦ୍ୱରେ ପଡ଼ି ଯାଇଛି, ଉଭୟ ଦଳର ଅନେକ ନେତା ବି । ପୌର ନିର୍ବାଚନ ବେଳେ ପୁଣି ଶତ୍ରୁ ସାଜି ଲଢ଼ିବେ କି ବନ୍ଧୁତ୍ୱପୂର୍ଣ ଲଢ଼େଇ ହେବ ସେକଥା ଠଉରାଇବା ମୁସ୍କିଲ ।

ଦୀର୍ଘ ଦୁଇ ଦଶନ୍ଧି ହେବ ରାଜ୍ୟ ରାଜନୀତିର ମେରୀଖୁଣ୍ଟ ସାଜିଥିବା ନବୀନଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ ଦଳରେ ଗୁମୁରୁଥିବା ଅସନ୍ତୋଷକୁ ପ୍ରଶମିତ କରିବା । ମନ୍ତ୍ରୀ ପଦକୁ ଆଖି ଅନେକଙ୍କର । ଆକଳନ ଲଗାଇଛନ୍ତି, ନୂଆ ବର୍ଷରେ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବେ ନବୀନ । କିଛି ଅପାରଗ ବିଦା ହେବେ ଆଉ ସେମାନଙ୍କୁ ମିଳିଯିବ ଗାଦି । ମନ୍ତ୍ରୀମାନେ ବି ପ୍ରମାଦ ଗଣୁଛନ୍ତି ।

୨୦୨୦ରେ ବିଧାନ ପରିଷଦ ଖୋଲିବା ରାସ୍ତା ଫିଟିବା ସମ୍ଭାବନା ଅଧିକ । ସରକାର ଆଶା କରୁଛନ୍ତି, ସଂସଦରେ ଓଡ଼ିଶା ବିଧାନ ପରିଷଦ ପ୍ରସ୍ତାବ ଗୃହୀତ ହୋଇଯିବ । ଅନେକ ଅସନ୍ତୁଷ୍ଟ ନେତାଙ୍କୁ ପରିଷଦରେ ଥଇଥାନ କରିବାକୁ ଯୋଜନା ହୋଇ ସାରିଛି । ସଂଗଠନରେ ବିଜେଡିର ଭେଟେରାନ ନେତାମାନଙ୍କୁ କେଉଁ ଫର୍ମୁଲାରେ ଥଇଥାନ କରିବେ ତାହା ମଧ୍ୟ ମୁଣ୍ଡବ୍ୟଥା ବଢ଼ାଇବ ।

ବିଜେଡି ଏବେ ସବୁଠୁ ବଡ଼ ପ୍ରଶ୍ନ ଘୂରି ବୁଲୁଛି ନବୀନଙ୍କ ଉତ୍ତରାଧିକାରୀ କିଏ? ମୋ ଉତ୍ତରାଧିକାରୀ ରାଜ୍ୟବାସୀ ବାଛିବେ ବୋଲି ବିଜେଡି ମୁଖିଆ ବହୁବାର ଦୋହରାଇଛନ୍ତି । ଦଳର ପ୍ରତିଷ୍ଠା ଦିବସରେ କହିଛନ୍ତି ଯେ, ବିଜୁ ଜନତା ଦଳ ତାଙ୍କ ଉପରେ ନିର୍ଭରଶୀଳ ନୁହେଁ । ହେଲେ ଅତି ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର କହୁଛି, ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ସମ୍ଭବତଃ ଏ ବର୍ଷ ସକ୍ରିୟ ରାଜନୀତିକୁ ଓହ୍ଲାଇବେ । ଏପରି ହେଲେ ବିଜେଡିରେ ଧୃବୀକରଣ ବଦଳିବା ନିଶ୍ଚିତ ।

ନିଜ ଦମ୍‌ରେ ପଶ୍ଚିମ ଓଡ଼ିଶାରେ ଗେରୁଆ ବାନା ଉଡ଼ାଇଛି ବିଜେପି । ଦଳର ଟାର୍ଗେଟ୍‌ ବିଜେଡିର ଦୁର୍ଗ ଉପକୂଳ ଓଡ଼ିଶା ଉପରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଶ୍ରମର ଫଳ ପାଇଛି ଦଳ । ଭୋଟ ଉଣେଇଶରେ ଧର୍ମେନ୍ଦ୍ରଙ୍କ ପରିଶ୍ରମ ବଳରେ ଉଲ୍ଳେଖନୀୟ ସଫଳତା ପାଇଥିବା ବିଜେପି କଂଗ୍ରେସକୁ ପଛକୁ ଠେଲି ଦୁଇ ନମ୍ବର ଦଳର ମୁକୁଟ ପିନ୍ଧିଲା । ବିରୋଧୀ ଦଳରେ ବସିଲା ।

ଭୋଟ ପରେ ବି ଦଳ ବିନା ବିଶ୍ରାମରେ ସଭ୍ୟ ସଂଗ୍ରହ ଅଭିଯାନରେ ବହାରି ୮୦ ଲକ୍ଷ ସଭ୍ୟ ସଂଗ୍ରହ କରିଛି ବୋଲି ଦାବି କରୁଛି । ଦଳ ଜିଲ୍ଲା ସଭାପତି ଚୟନ କରି ସାରିଥିଲା ବେଳେ ନୂଆବର୍ଷରେ ନୂଆ ମଙ୍ଗୁଆଳ ଦାୟିତ୍ୱ ମୁଣ୍ଡାଇବେ । ନୂଆ ସଭାପତି ଚୟନ ପରେ ଦଳରେ କିଛି ମାନ ଅଭିମାନ ତେଜିପାରେ । ତାକୁ ନିୟନ୍ତ୍ରଣ କରିବା ହେବା ବଡ଼ ଆହ୍ୱାନ । ଆସନ୍ତା ପୌର ନିର୍ବାଚନରେ ବିଜେଡିକୁ ମାତ୍‌ ଦେବାକୁ ଦଳ ଏବେଠାରୁ ରଣକୌଶଳ ଆରମ୍ଭ କରିଛି ।

ଭୂଇଁରେ ଲୋଟି ପଡ଼ିଥିବା କଂଗ୍ରେସକୁ ପୁଣି ଛିଡ଼ା କରାଇବାକୁ ବିଦାୟୀ ବର୍ଷରେ କିଛି ଦଳୀୟ ନେତା ଅଣ୍ଟା ଭିଡ଼ିଛନ୍ତି । ସମାନ ପୁରୁଣା ଫର୍ମୁଲାରେ ଦଳର କିଛି ନେତା ଦିଲ୍ଲୀ ଯାଇ ଫେରାଦ ହୋଇଛନ୍ତି । ନିରଞ୍ଜନଙ୍କୁ ପିସିସି ପଦରୁ କାଢ଼, ନଚେତ ଦଳ ରସାତଳକୁ ଯିବ ବୋଲି ସତର୍କ ମଧ୍ୟ କରାଇଛନ୍ତି । ଦଳ ନୂଆବର୍ଷରେ ନୂଆ ସଭାପତି ଦେଖିବ ନା ନାହିଁ ସ୍ପଷ୍ଟ ହୋଇନି । ମାତ୍ର ଖାଲି ପଡ଼ିଥିବା ଦଳର ଯୁବ, ମହିଳା ଓ ଛାତ୍ର ସଂଗଠନରେ ନୂଆ ନିଯୁକ୍ତି ମିଳିବା ଶତ ପ୍ରତିଶତ ନିଶ୍ଚିତ । କୋମାରେ ଥିବା କଂଗ୍ରେସକୁ ମୃତ୍ୟୁ ସଂଜୀବନି କିଏ ଦେବ? ଦଳ ପୁଣି ଝାଡ଼ିଝୁଡ଼ି ହୋଇ ଉଠିପାରିବ ନା ନାହିଁ ତାହା ବଡ଼ ପ୍ରସଙ୍ଗ ହୋଇ ରହିଛି । ନିରାଶ ଭିତରେ ବାଟ ଚାଲୁଥିବା କଂଗ୍ରେସ କିନ୍ତୁ ନୂଆବର୍ଷରେ ଆଶାବାଡ଼ି ଦରାଣ୍ଡିବ ।

ସମ୍ବନ୍ଧିତ ଖବର