୨୦୨୧ ପ୍ରଥମ ଭାଗରେ ଭାରତକୁ ଆସିବ ଇଲେକ୍ଟ୍ରିକ୍‌ ଜାଗୁଆର୍‌ ଆଇ-ପେସ

ନୂଆଦିଲ୍ଲୀ,୧୭/୧୦: ବ୍ରିଟିଶ ଲକ୍‌ଜ୍ୟୁରୀ କାର ନିର୍ମାତା ଜାଗୁଆର୍‌ ଲ୍ୟାଣ୍ଡ୍‌ ରୋଭର(ଜେଏଲ୍‌ଆର୍‌) ଆସନ୍ତା ବର୍ଷ ପ୍ରଥମ
ତ୍ରୟମାସରେ ଭାରତକୁ ଏହାର ଇଲେକ୍ଟ୍ରିକ୍‌ ଜାଗୁଆର୍‌ ଆଇପେସ୍‌ ଆଣିବ। ସମ୍ପ୍ରତି ସମଗ୍ର ବିଶ୍ୱରେ ଇ-ମୋବିଲିଟି ଦ୍ରୁତ
ବେଗରେ ବଢ଼ୁଥିବାବେଳେ କମ୍ପାନି ଏହାର ଇ-ଯାନଗୁଡିକୁ ନେଇ ମଜଭୂତ ରଣନୀତି ପ୍ରସ୍ତୁତ କରିଥିବା ଜେଏଲ୍‌ଆର୍‌
ଇଣ୍ଡିଆ ମୁଖ୍ୟ ରୋହିତ ସୁରୀ ପ୍ରକାଶ କରିଛନ୍ତି ।

ଟାଟା ମୋଟର୍ସ ଅଧୀକୃତ ଏହି ବ୍ରିଟିଶ କମ୍ପାନି ଆଗାମୀ ଦିନଗୁଡିକରେ ଏହାର ଗାଡିଗୁଡିକର ପ୍ଲଗ୍‌-ଇନ୍‌ ହାଇବ୍ରିଡ୍‌ ଭର୍ସନଗୁଡିକୁ ଆଣିବା ପାଇଁ ଯୋଜନା କରୁଛି । ନୂଆ ଆସିଥିବା ଲ୍ୟାଣ୍ଡ୍‌ ରୋଭର ଡିଫେଣ୍ଡରର ବି ଇ-ଭର୍ସନ ଆସିବ ବୋଲି ସୁରୀ ପ୍ରକାଶ କରିଛନ୍ତି । ଗୁରୁବାର ଜେଏଲ୍‌ଆର୍‌ ଏହାର ନୂଆ ଡିଫେଣ୍ଡର ଏସ୍‌ୟୁଭିକୁ ଭାରତକୁ ଆଣିଛି । ଆଗକୁ ଦଶହରା ଏବଂ ଦୀପାବଳି ଥିବାବେଳେ କମ୍ପାନି ଏହାକୁ ଭାରତ ବଜାରରେ ଓହ୍ଲାଇଛି । ପୂଜାରେ ଚାହିଦା ଭଲ ରହିବ ବୋଲି କମ୍ପାନି ଆଶାବାଦୀ ଅଛି ।

   ସମ୍ବନ୍ଧିତ ଖବର


ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ

ଗବେଷକ ତିଆରି କଲେ ମାଂସ ସ୍ୱାଦଯୁକ୍ତ ଆଇସ୍‌କ୍ରିମ୍‌ ‘ଆଇସ୍‌ ମିଟ୍‌’, ଦେଖନ୍ତୁ ଭିଡିଓ…

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଓଡ଼ିଶାରେ ବେକାରି ହାର ୨.୧%-ସିଏମ୍‌ଆଇଇ