ଜଗା-କାଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଦେଇଥିଲେ ୧ କୋଟି ଟଙ୍କା, କେତେ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ହିସାବ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର ୮।୯: ଶେଷରେ ଓଡ଼ିଶା ଫେରିଛନ୍ତି ଜଗା-କାଳିଆ। ଦୀର୍ଘ ୨ବର୍ଷ ପରେ ଦିଲ୍ଲୀ ଏମ୍‌ସରୁ ବାହାରି ଜଗା-କାଳିଆ ଗତକାଲି ଓଡ଼ିଶାରେ ପହଞ୍ଚିଛନ୍ତି। ଉଭୟଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ରଖାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଗତକାଲି ଜଗା-କାଳିଆ ରହୁଥିବା ସ୍ୱତନ୍ତ୍ର ୱାର୍ଡ ବୁଲି ଦେଖିଥିଲେ।

ଏହାପରେ କଟକ ଏସ୍‌ସିବିରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଜଗା-କାଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ମୋଟ ୧ କୋଟି ଟଙ୍କା ଦେଇଥିଲେ। ସେଥିରୁ ୨୧.୮୩ ଲକ୍ଷ ଖର୍ଚ୍ଚ ହୋଇଛି। ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି। ତାକୁ ସ୍କୁଲରେ ଆଡମିଶନ ନେଇ ଏବେ ଯୋଜନା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ମାତ୍ର କାଳିଆର ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। କାଜୁଆଲ୍ଟି ବିଲ୍ଡିଂର ପ୍ରଥମ ମହଲାରେ ଥିବା ଆଇସିସିୟୁରେ ସେମାନଙ୍କୁ ରଖାଯିବା ଏହାସହ ୨୪ ଘଣ୍ଟିଆ ତତ୍ତ୍ୱାବଧାନ ପାଇଁ ସ୍ୱତନ୍ତ୍ର ନର୍ସ ଓ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି।  ଯେଉଁଥିରେ ନ୍ୟୁରୋଲଜି, ପେଡିଆଟ୍ରିକ୍, ପଲ୍‌ମୋନାରି, ଫିଜିଓ ଥେରାପି ଭଳି ବହୁ ବିଶେଷଜ୍ଞ ରହିଛନ୍ତି।

ସେମାନଙ୍କ ଚିକିତ୍ସା ସହିତ ଖାଦ୍ୟ, ପାନୀୟ ଓ ଶାରୀରିକ ବ୍ୟାୟାମ ଆଦି କିପରି କରାଯିବ ସେ ସମ୍ପର୍କରେ ଦିଲ୍ଲୀ ଏମ୍‌ସରୁ ଆସିଥିବା ଡାକ୍ତରୀ ଟିମ୍ ସହ ଏସ୍‌ସିବିର ଡାକ୍ତରମାନେ ଆଲୋଚନା କରିଛନ୍ତି।

   ସମ୍ବନ୍ଧିତ ଖବର


ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ