ରାଜଧାନୀରେ ଆଉ ୨୧ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍, ଏସବୁ ସ୍ଥାନରେ ଯାତାୟାତ ଉପରେ ଲାଗିଲା ରୋକ୍

ଭୁବନେଶ୍ୱର,୨୪/୦୧: ରାଜଧାନୀର ଆଉ ୨୧ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ଦକ୍ଷିଣ-ପଶ୍ଚିମ ଜୋନ୍ର ୫ ଟି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେଥିମଧ୍ୟରେ ଝାରପଡା ପ୍ଲଟ ନଂ-୫, ଏରୋଡେମ ଅଞ୍ଚଳରଲେନ୍-୬ ପ୍ଲଟ ନଂ- ୨୪୬, ୟୁନିଟ୍ ୯ କ୍ୱାଟର ନଂ -୨ ଆରଏ, ମଧୁସୂଦନନଗର ପ୍ଲଟ ନଂ -୫୮୪ ଏବଂ ସୁନ୍ଦରପଦା ପ୍ଲଟ ନଂ-୨୩/୨୧କୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ଉତ୍ତର ଜୋନର ନିଳଦ୍ରିବିହାର ପିଏନ୍ ୨୯, ନିଳାଦ୍ରିବିହାର ଏଚ୍ଏନ୍ ୬୪୧, ପଲିଟେକନିକ୍ ବି-୧୬, ଜୟଦେବ ବିହାର ରେସିଡେଣ୍ଟାଲ କଲୋନୀକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି ।
ଦକ୍ଷିଣ-ପଶ୍ଚିମ ଜୋନର ୧୨ଟି ଅଞ୍ଚଳକୁ ମଧ୍ୟ କଣ୍ଟେନ୍ମେଣ୍ଟ ଜୋନ କରାଯାଇଛି । ବରମୁଣ୍ଡା ଗାୟତ୍ରୀ ବିହାର ପ୍ଲଟ ନଂ ୬୯, ୟୁନିଟ-୬ ,ଗଙ୍ଗନଗରସ୍ଥିତ ଶଙ୍କର ଆପାର୍ଟମେଣ୍ଟ, ବରବାରି ପ୍ଲଟ ନଂ ୬୧୩, ନୂଆପଲ୍ଲୀ ଆରବିଆଇ କଲୋନୀ ପ୍ଲଟ ନଂ ଜି-୫୦କୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।