ଇତିହାସ ରଚିଲେ ମୟଙ୍କ ପ୍ରତାପ ସିଂ, ହେଲେ ଦେଶର ସବୁଠାରୁ କମ୍ ବୟସ୍କ ବିଚାରପତି

ଜୟପୁର,୨୧।୧୧: ଭାରତର ସବୁଠାରୁ କମ୍ ବୟସ୍କ ବିଚାରପତି ହେବାର ଗୌରବ ଅର୍ଜନ କରିଛନ୍ତି ରାଜସ୍ଥାନର ମୟଙ୍କ ପ୍ରତାପ ସିଂ। ସେ ମାତ୍ର ୨୧ ବର୍ଷ ବୟସରେ ସୃଷ୍ଟି କରିଛନ୍ତି ଏହି ଇତିହାସ। ମୟଙ୍କ କହିଛନ୍ତି, ଜଣେ ଭଲ ବିଚାରପତି ହେବାପାଇଁ ସବୁଠାରୁ ବଡ ଗୁଣ ହେଉଛି ସଚ୍ଚୋଟତା ରକ୍ଷା କରିବା। ମୟଙ୍କ ରାଜସ୍ଥାନ ଜୁଡିସିଆଲ ସର୍ଭିସ ପରୀକ୍ଷା(ଆରଜେଏସ)ରେ ପ୍ରଥମ ଥରରେ ଉତୀର୍ଣ୍ଣ ହୋଇଛନ୍ତି।

୨୦୧୮ରେ ଆରଜେଏସ୍ ଏନଟ୍ରାନ୍ସରେ ସେ ଟପ୍ପର ହୋଇଥିଲେ।  ଚଳିତ ବର୍ଷ ମଧ୍ୟ ସେ ରାଜସ୍ଥାନ ୟୁନିଭର୍ସିଟିରୁ ଲ(ଏଲଏଲବି) ପରୀକ୍ଷା ପାସ୍ କରିଥିଲେ। ଏଥର ଆରଜେଏସ୍ ଏନଟ୍ରାନ୍ସ ପରୀକ୍ଷା ୨୦୧୮ରେ ୧୯୭ ଜଣ ପରୀକ୍ଷାର୍ଥୀଙ୍କ ଚୟନ ହୋଇଥିଲା। ମୟଙ୍କ ଜୟପୁରର ମାନସରୋବର ଅଞ୍ଚଳରେ ରୁହନ୍ତି, ଯିଏକି ପ୍ରଥମ ଥରରେ ହିଁ ପରୀକ୍ଷାରେ ଟପ୍ପର ହୋଇଥିଲେ।

ଉଲ୍ଲେଖନୀୟ ଯେ, ରାଜସ୍ଥାନ ହାଇକୋର୍ଟ ଚଳିତ ବର୍ଷ ଆରଜେଏସ୍ ପରୀକ୍ଷା ପାଇଁ ନ୍ୟୁନତମ ବୟସକୁ କମ୍ କରି ୨୧ ବର୍ଷ କରିଦେଇଛନ୍ତି। ପୂର୍ବରୁ ଏହା ୨୩ ବର୍ଷ ଥିଲା, ଚଳିତ ବର୍ଷ ୨୧ ବର୍ଷ କରିଦିଆଯାଇଛି।  ପୂର୍ବରୁ ଏହା ୨୩ ବର୍ଷ ଥିଲା। ଆରଜେଏସରେ ଭର୍ତ୍ତି ୨୦୧୮ ପାଇଁ ସେପ୍ଟେମ୍ବରରେ ମୁଖ୍ୟ ପରୀକ୍ଷାର ଆୟୋଜନ ହୋଇଥିଲା। ୧୬ ଅକ୍ଟୋବରରେ ମୁଖ୍ୟ ପରୀକ୍ଷାର ପରିଣାମ ଆସିଛି। ଏହାପରେ ୯ ନଭେମ୍ବରରୁ ଇଣ୍ଟରଭ୍ୟୁ ପକ୍ରିୟା ଆରମ୍ଭ ହୋଇଯାଇଥିଲା, ଅନ୍ତିମ ଫଳାଫଳ ୧୯ ନଭେମ୍ବରରେ ଘୋଷିତ କରାଯାଇଥିଲା।

   ସମ୍ବନ୍ଧିତ ଖବର


ଏବେ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କଲେ ୬ ମାସ ଜେଲ, ଲୋକସଭାରେ ବିଲ୍ ଉପସ୍ଥାପିତ

ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମରିନଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ମହିଳା

ଉତ୍ତରପୂର୍ବ ଅଶାନ୍ତ: ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟରନେଟ୍ ବନ୍ଦ, ଗଲେ ୫ହଜାର ସୁରକ୍ଷାକର୍ମୀ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା