PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ମହାରାଷ୍ଟ୍ର ବନ୍ୟା ସ୍ଥିତି; ଏପର୍ଯ୍ୟନ୍ତ ୨୧୩ ମୃତ୍ୟୁ, ୮ ନିଖୋଜ୍, ୧୦୦ରୁ ଅଧିକ ଗାଁକୁ ଭୂସ୍ଖଳନ ଭୟ

pic- indiatoday

ମୁମ୍ବାଇ: ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର ସୃଷ୍ଟି ହୋଇଥିବା ବନ୍ୟା ବିପତ୍ତିରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ବୁଧବାର ସୁଧା ରାଜ୍ୟରେ ୨୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାୟଗଡ଼ ଜିଲ୍ଲାରେ ଆଉ ୯୦ ଜଣଙ୍କର ପ୍ରାଣହାନୀ ଘଟିଛି। ଏହି ଜିଲ୍ଲାରେ ୧୦୦ରୁ ଅଧିକ ଗାଁ ଭୂସ୍ଖଳନ ବିପଦ ଦେଖା ଦେଇଛି। ଏବେ ବି ୮ ଜଣ ଲୋଖ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ଜୁଲାଇ ୨୦ ତାରିଖ ଠାରୁ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଥିଲା। ଏଥିରେ ଉପକୂଳାଞ୍ଚଳ କୋନକନ ପଶ୍ଟିମାଞ୍ଚଳ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି। ମୋଟ ୨୧୩ ମୃତ୍ୟୁ ମଧ୍ୟରୁ ସାତାର ଜିଲ୍ଲାର ୪୬, ରତ୍ନଗିରି ୩୫, ଥାନେ ୧୫, କୋଲ୍ହାପୁର ୭, ମୁମ୍ବାଇ ୪, ପୁଣେ ୩, ସିନ୍ଧୁଦୁର୍ଗ ୪ ଓ ପୂର୍ବମହାରାଷ୍ଟ୍ର ଅଞ୍ଚଳ ୱାର୍ଧା ଏବଂ ଅକୋଲା ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାୟଗଡ଼, ସତାରା ଓ ରତ୍ନଗିରୀ ଅଧିକାଂଶ ମୃତ୍ୟୁ ଭୂସ୍ଖଳନ ଯୋଗୁ ହୋଇଛି।

ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁସାରେ, ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟରେ ୩୪୯ଟି ରିଲିଫ୍ କ୍ୟାମ୍ପ କରାଯାଇଛି। ସେଥିମଧ୍ୟରୁ କୋଲ୍ହାପୁରେ ୨୧୬ଟି ହୋଇଥିବା ବେଳେ ସାଙ୍ଗଲୀରେ ୨୪ଟି, ସତାରାରେ ୨୯, ରତ୍ନଗିରୀରେ ୧୬ ଓ ରାୟଗଡ଼ରେ ୧୪ ଟି କ୍ୟାମ୍ପ କରାଯାଇଛି।

ସମ୍ବନ୍ଧିତ ଖବର