ମାଇଣ୍ଡ ସ୍ପୋର୍ଟସ ଅଲିମ୍ପିଆଡ୍‌ରେ ବାଜିମାରିଲେ ଭାରତୀୟ ଯୁବକ, ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଳୀ ୨୫/୦୮: ନୀଳକଣ୍ଠ ଭାନୁ ପ୍ରକାଶ । ବିଶ୍ୱର ଦ୍ରୁତତମ ‘ହ୍ୟୁମାନ୍‌ କାଲ୍‌କ୍ୟୁଲେଟର’ ଟାଇଟଲ ବିଜେତା ହାଇଦ୍ରାବାଦ ବାସିନ୍ଦା ଏହି ୨୧ ବର୍ଷୀୟ ଯୁବକ ଏବେ ଚର୍ଚ୍ଚାରେ । ଚଳିତ ସପ୍ତାହ ଲଣ୍ଡନରେ ଆୟୋଜିତ ମାଇଣ୍ଡ ସ୍ପୋର୍ଟସ ଅଲିମ୍ପିଆଡ୍‌-୨୦୨୦ର ମେଣ୍ଟାଲ କାଲକ୍ୟୁଲେସନ୍‌ ୱାର୍ଲଡ ଚାମ୍ପିଅନସିପ୍‌ରେ ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀଳକଣ୍ଠ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ସ କଲେଜରୁ ଗଣିତରେ ସ୍ନାତକ ଶିକ୍ଷା ଶେଷ କରିଛନ୍ତି ।

ଏହି ପ୍ରତିଯୋଗିତାରେ ସେ ବ୍ରିଟେନ, ୟୁଏଇ, ଜର୍ମାନୀ, ଫ୍ରାନ୍‌ସ, ଗ୍ରୀସ, ଲେବାନନ୍‌ ଭଳି ୧୩ ଦେଶର ୨୯ପ୍ରତିଯୋଗୀଙ୍କ ସହ ପ୍ରତିଯୋଗିତା କରିଥିଲେ । ସେମାନଙ୍କ ମଧ୍ୟରେ ୧୦-୫୭ ବର୍ଷ ବୟସର ପ୍ରତିଯୋଗୀ ସାମିଲ ଥିଲେ। ସମସ୍ତଙ୍କୁ ମାତ୍‌ ଦେଇ ସେ ୬୫ ପଏଣ୍ଟ ବ୍ୟବଧାନରେ ପ୍ରଥମ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ପ୍ରତିଯୋଗିତା ଗଠନ ଶୀଘ୍ର ଉତ୍ତର ଦେବ ରେ ଦକ୍ଷତ। ଦେଖି ବିଚାରପତିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ତାଙ୍କୁ ଅଧିକ ଗୋଟିଏ ପ୍ରଶ୍ନ ପଚାରିଥିଲେ । ଏ ସଂପର୍କରେ ନୀଳକଣ୍ଠ କହିଛନ୍ତି ‘ମୁଁ ଅନେକ ପ୍ରତିଯୋଗିତାରେ ବିଜୟୀ ହୋଇଛି । କିନ୍ତୁ ଏହି ପ୍ରତିଯୋଗିତା ମୋ’ ପାଇଁ ସ୍ୱତନ୍ତ୍ର । କାରଣ ଏହା ମାଧ୍ୟମରେ ଭାରତ ପ୍ରଥମ ଥର ମାଇଣ୍ଡ ସ୍ପୋର୍ଟସ ଅଲିମ୍ପିଆଡ୍‌ ଚାମ୍ପିଅନସିପ୍‌ ଟାଇଟଲ ଜିତିବାରେ ସଫଳ ହୋଇଛି ।’ ଏହା ପୂର୍ବରୁ ବି ତାଙ୍କ ନାମରେ ବିଭିନ୍ନ ରେକର୍ଡ ରହିଛି । ୫୦ ଜାତୀୟ ଏବଂ ୪ ଅନ୍ତର୍ଜାତୀୟ ରେକର୍ଡର ସେ ଅଧିକାରୀ । ସେହିପରି ତାଙ୍କୁ ମେଣ୍ଟାଲ ଏରିଥମେଟିକ୍‌ର ମାଷ୍ଟର ଭାବେ ଗ୍ରହଣ କରାଯାଇଥାଏ ।

ଲକଡାଉନ୍‌ର ଏହି ସମୟରେ ସେ ୮-୧୨ ବର୍ଷୀୟ ପିଲାଙ୍କୁ ସେ ଅନଲାଇନ୍‌ କ୍ଲାସ ଦେଉଛନ୍ତି । ପ୍ରଥମେ ମାତ୍ର ୧୦୦ ଜଣ ସେଥିପାଇଁ ନାମ ଲେଖାଇଥିଲେ । ଧୀରେ ଧୀରେ ସଂଖ୍ୟା ବଢ଼ିବା ସହିତ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ଏହାର ଲାଭ ଉଠାଉଛନ୍ତି । ଏହାଛଡ଼ା ସେ ଏକ ପ୍ରୋଜେକ୍ଟ ମାଧ୍ୟମରେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାଙ୍କର ଗଣିତ ଦକ୍ଷତା ବୃଦ୍ଧି କରିବା ଲାଗି କାମ କରୁଛନ୍ତି । ୨୦୧୬ ମସିହାରେ ସ୍କଟ୍‌ ଫ୍ଲାନସବର୍ଗଙ୍କୁ ହରାଇ ନୀଳକଣ୍ଠ ବିଶ୍ୱର ଦ୍ରୁତତମ ମାନବ କାଲ୍‌କ୍ୟୁଟେଲର ଟାଇଟଲ ହାସଲ କରିଥିଲେ । ଏବେ ସୁଦ୍ଧା ତାଙ୍କ ରେକର୍ଡକୁ କେହି ଭାଙ୍ଗିପାରି ନାହାନ୍ତି ।